Videos

Lunar Eclipse: ଶେଷ ହେଲା ସୂର୍ଯ୍ୟପରାଗ ଓ ଆସୁଛି ଚନ୍ଦ୍ରଗ୍ରହଣ, କଣ କରିବେ କଣ କରିବେନି?

ଅକ୍ଟୋବର ମାସ ଜ୍ୟୋର୍ତିବିଜ୍ଞାନ ଦୃଷ୍ଟିରୁ ଏକ ବିରଳ ଘଟଣା ଘଟିବାକୁ ଯାଉଛି । ଚଳିତ ମାସରେ ସୂର୍ଯ୍ୟପରାଗ ଓ ଚନ୍ଦ୍ର ଗ୍ରହଣର ବିରଳ ଦୃଶ୍ଯ ଦେଖିବାକୁ ମିଳିବ । ସବୁଠାରୁ ବଡ଼ କଥା ହେଉଛି ଏହା ଭାରତରେ ମଧ୍ଯ ଦୃଶ୍ୟମାନ ହେବ । ଏମିତିରେ ଜ୍ୟୋର୍ତିବିଜ୍ଞାନୀଙ୍କ ପାଖରେ ଏହି ମହତ୍ୱପୂର୍ଣ୍ଣ ଓ ବିରଳ ମହାଜାଗତିକ ଦୃଶ୍ଯକୁ ଦେଖିବାକ ସୁବର୍ଣ୍ଣ ସୁଯୋଗ ରହିବ । ଏଭଳି ଘଟଣା ଶତାବ୍ଦୀ ଶତାବ୍ଦୀ ଧରି ମାନବ ଜାତିକୁ ରୋମାଞ୍ଚିତ କରି ଆସିଛି । ଆଗରୁ ଏଭଳି ଘଟଣାକୁ ନେଇ ଅନେକ କିମ୍ବଦନ୍ତି ଓ କାହାଣୀ ପ୍ରଚଳିତ ଥିଲା । କିନ୍ତୁ ବିଜ୍ଞାନର ବିକାଶ ସହିତ ଧିରେ ଧିରେ ସାଧାରଣ ଲୋକ ମଧ୍ଯ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣର ବୈଜ୍ଞାନକି କାରଣ ବାବଦରେ ଅବଗତ ହେବାରେ ଲାଗିଛନ୍ତି । ଆପଣ ମଧ୍ଯ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ଏମିତିକି ନିଜ ଘରେ ବସି ମଧ୍ଯ ଏହି ବିରଳ ଦୃଶ୍ୟକୁ ଦେଖିପାରିବେ । ବାସ ଆପଣଙ୍କୁ ନାସାର ୨୦୨୩ ଆନୁଲାର ସୋଲାର ଏକ୍ଲିପ୍ସ ୱେବାସଇଟକୁ ଭିଜିଟ୍ କରିବାକୁ ପଡ଼ିବ ।

Video Thumbnail
Advertisement
Read More