Videos

VIDEO: ପଞ୍ଜାବରେ ବଡ଼ ଅଘଟଣ; ବର୍ଷା ପାଣିରେ ଭାସିଗଲା କାର, ଚାଲିଗଲା ୯ ଜୀବନ

Punjab Accident: ଦେଶର ଅନେକ ରାଜ୍ୟରେ ବର୍ଷା ହଇଚଇ ସୃଷ୍ଟି କରୁଛି। ହିମାଚଳ ପ୍ରଦେଶ, ହରିୟାଣା ଓ ପଞ୍ଜାବରେ ପ୍ରବଳ ବର୍ଷା ହେଉଛି। ଏହି ସମୟରେ ପଞ୍ଜାବର ହୋଶିୟାରପୁରରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଏକ ଇନୋଭା କାର୍ ଯେଉଁଥିରେ ୧୨ ଜଣ ଲୋକ ଯାତ୍ରା କରୁଥିଲେ ହଠାତ୍ ପ୍ରବଳ ଜଳ ପ୍ରବାହରେ ଭାସି ଯାଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ପ୍ରାଣ ହରାଇଥିବାବେଳେ ୨ ଜଣ ନିଖୋଜ ଅଛନ୍ତି। ଗ୍ରାମବାସୀ ଏକ ଶିଶୁର ଜୀବନ ରକ୍ଷା କରିଥିଲେ। ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଠାରେ ଦେଖନ୍ତୁ-

Video Thumbnail
Advertisement
Read More