Videos

Loknath Temple: ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠରେ ଜଳିଲା ଜାଗର ଦୀପ

ମହା ଶିବରାତ୍ରୀ ପୂର୍ବରୁ ପବିତ୍ର ପଙ୍କୋଦ୍ଧାର ଏକାଦଶୀ ତିଥିରେ ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହୋଇଛି ଦ୍ୱାଦଶ ବାର୍ଷିକ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ।ସନ୍ଧ୍ୟାରେ ପୁରୀ ଏସପି ପିନାକ୍ ମିଶ୍ର,ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ,ବରିଷ୍ଠ ଦଇତାପତି ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ ଜଗତ ମଙ୍ଗଳ ଉଦ୍ଦେଶ୍ୟରେ ମହାଦିପ ପ୍ରଜ୍ବଳିତ ହୋଇଛି। ସମ୍ମାନିତ ଅତିଥି ଭାବେ ଯୋଗଦେବା ଅବସରରେ ଏସପିଙ୍କ ଦ୍ୱାରା ପ୍ରଥମେ ମହାଦିପ ପ୍ରଜ୍ଜଳନ କରାଯାଇଥିଲା।ଏହି ଅବସରରେ ଦୀପର ଉଦ୍ୟୋକ୍ତା ରାମ କୃଷ୍ଣ ହୋତା ଅତିଥିଙ୍କୁ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ପଙ୍କୋଦ୍ଧାର ଏକାଦଶୀ ଠାରୁ ଜାଗର ଅମାବାସ୍ୟାରେ ଲୋକନାଥ ମନ୍ଦିରକୁ ମହାଦିପ ଉଠିବା ପର୍ଯ୍ୟନ୍ତ ପ୍ରଜ୍ବଳିତ ହେବାର ପରମ୍ପରା ରହିଛି।

Video Thumbnail
Advertisement
Read More