Videos

Weather Report: ରାଜ୍ୟରେ ଆହୁରି କମିବ ଶୀତ! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ରାଜ୍ୟରେ ଶୀତର (Winter) ପ୍ରକୋପ କମିବା ସହ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ବୃଦ୍ଧି ପାଇଛି । କିନ୍ତୁ ଗତ କିଛି ଦିନ ହେବ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି ରାଜ୍ୟର ବହୁ ସ୍ଥାନ । ଆସନ୍ତା ୨ ଦିନ ଏମିତି ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ୨୯ ତାରିଖରୁ ଶୀତ (Winter) ଆହୁରି କମିବ । ବଙ୍ଗୋପସାଗରରୁ ସ୍ଥଳଭାଗକୁ ବାୟୁ ପ୍ରବାହ ହେବ । ଯାହାର ପ୍ରଭାବରେ ଉତ୍ତର ପଶ୍ଚିମ ଦିଗରୁ ପ୍ରବାହିତ ଥଣ୍ତା ପବନ ରାଜ୍ୟକୁ ପ୍ରବେଶ କରିପାରିବ ନାହିଁ ।

Video Thumbnail
Advertisement
Read More