Videos

Abhaya Kumar Mohanty Died: ପରପାରିରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା

Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ସୂଚନା ରହିଛି। ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି । ସୂଚନା ଯୋଗ୍ୟ, ଦୀର୍ଘଦିନ ହେଲା କିଡନୀ ରୋଗରେ ପୀଡିତ ଥିଲେ ଅନୁଭବ ମହାନ୍ତିଙ୍କ ପିତା ଅଭୟ ମହାନ୍ତି । ତାଙ୍କର ଡାଇଲିସିସ୍‌ ଚାଲିଥିଲା । ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି ।

Video Thumbnail
Advertisement
Read More