Videos

Double Murder: କୁନ୍ଦୁଲିରେ ଡବଲ ମର୍ଡର, ପୋଲିସର ତନାଘନା

ପଟାଙ୍ଗି ଥାନା କୁନ୍ଦୁଲି ହାଟ ପଦା ନିକଟରେ ଘଟି ଯାଇଛି ଦୁଇ ଦୁଇ ଟି ହତ୍ୟା କାଣ୍ଡ। ଗତକାଲି କୁନ୍ଦୁଲି ରେ ଦଶହରା ପୂଜା ଅବସରରେ ପ୍ରବଳ ଗହଳି ଲାଗି ରହିଥିଲା। ଇତି ମଧ୍ୟରେ ଠେମା ଗ୍ରାମର ଗୋବର୍ଦ୍ଧନ ପାଣ୍ଡକା ନାମକ ଜଣେ ଯୁବକ କୁ କୁନ୍ଦୁଲି ର ରାଜକୁମାର ରୂଢି ସମେତ ତାଙ୍କ ପରିବାର ସଦସ୍ୟ ଅଚାନକ ଗୋବର୍ଦ୍ଧନ ଉପରେ ଆକ୍ରମଣ କରିଥିଲେ। ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିବାରୁ ଘଟଣା ସ୍ଥଳ ରେ ଗୋବର୍ଦ୍ଧନ ଙ୍କ ମୃତ୍ୟୁ ହୋଇଥିଲା। ଏହା ଜାଣିବା ପରେ ଗୋବର୍ଦ୍ଧନ ଙ୍କ ପରିବାର ଘଟଣାରେ ପ୍ରତିକ୍ରିୟା ଶିଲ ହୋଇ ରାଜକୁମାର ଙ୍କୁ ଖୋଜି ଖୋଜି ଆକ୍ରମଣ କରିଥିଲେ। ଏହି ସମୟରେ ସାଥିରେ ରାଜକୁମାରଙ୍କ ପରିବାର ସଦସ୍ୟ ବି ଥିଲେ। ତେବେ ଠେମା ଗ୍ରାମର ଲୋକଙ୍କ ଆକ୍ରମଣ ରେ ରାଜକୁମାରଙ୍କ ମୃତ୍ୟୁ ହୋଇଥିଲା। ଏହି ଆକ୍ରମଣ ରେ ତାଙ୍କରି ଘରର ଦୁଇ ଜଣ ସଦସ୍ୟ ବି ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଆହତ ମାନେ କୋରାପୁଟ ମେଡିକାଲ ରେ ଭର୍ତି କରାଯାଇଛି। ତେବେ ଏହି ହତ୍ୟାକାଣ୍ଡ ପଛରେ କାରଣ କଣ ରହିଛି ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ପୂର୍ବରୁ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ରହିଥିବା ଆଲୋଚନା ହେଉଛି। ପଟାଙ୍ଗୀ ପୋଲିସ ଘଟଣାର ତଦନ୍ତ କରୁଛି। ତଦନ୍ତ ପରେ ହତ୍ୟା ର ପ୍ରକୃତ କାରଣ ଜଣା ପଡ଼ିବ।

Video Thumbnail
Advertisement
Read More