Videos

Dama Rout: ପରପାରିରେ ବରିଷ୍ଠ ବିଜେଡି ନେତା ଦାମ ରାଉତ, ଶୋକରେ ବୁଡ଼ିଛି ରାଜ୍ୟ

ଆର ପାରିରେ ଓଡ଼ିଶାର ଏକ ଅଭିଜ୍ଞ ରାଜନୀତି ପରିପକ୍ବ ବ୍ୟକ୍ତି ତଥା ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଡାଃ ଦାମୋଦର ରାଉତ। ଆଜି ସକାଳ ଭୋର ସକାଳ 5 ଟା 23 ମିନିଟ ସମୟରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିବା ଖବର ପାଇ ପାରାଦୀପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୧୯୭୭ ମସିହା ରେ ପ୍ରଥମେ ଜଗତସିଂହପୁର ଜିଲ୍ଲା ଏରସମା ନିର୍ବାଚନ ମଣ୍ଡଳୀ ରୁ ସେ ନିର୍ବାଚିତ ହୋଇଥିବା ବେଳେ ୫ ଥର ଏରସମା ଓ ଦୁଇ ଥର ପାରାଦୀପ ନିର୍ବାଚନ ମଣ୍ଡଳୀ ରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ୭ ଥର ବିଧାନସଭା କୁ ଯାଇଥିବା ବେଳେ ମନ୍ତ୍ରୀ ପଦ ରେ ସେ ମଧ୍ଯ ଓଡିଶା ସରକାର ରେ ନିଜ ଦାୟିତ୍ଵ ସମ୍ପାଦନା କରିଛନ୍ତି। ସେ ସବୁବେଳେ ନିର୍ଭୀକ ରାଜନେତା ଭାବେ ନିଜକୁ ପ୍ରତିପାଦିତ କରିଥିବା ବେଳେ ସରକାର କିମ୍ବା ବିରୋଧି ଙ୍କୁ ତାଙ୍କର ଡର ନଥିଲା।ସତ୍ୟ କଥା କୁ ନେଇ ସାହସର ସହିତ ନିଜ ବାକ୍ ଚାତୁରୀ କହିବା ଶୈଳୀ ରେ ସେ କଥା କହି ଅନେକଙ୍କୁ ଲଗାମ ଦେଇ ଦେଉଥିଲେ । ବିନା ଦ୍ୱିଧା ବିନା ବାଧା ରେ ସବୁବେଳେ ନିର୍ଭିକ ଭାବେ ତାଙ୍କ ତୁଣ୍ଡ କଥା କହିବାରେ ମାହିର ଥିଲା।

Video Thumbnail
Advertisement
Read More