Videos

VK Pandian: ବିଜେଡିରେ ସାମିଲ ପରେ ରାଜ୍ୟବାସୀଙ୍କ ପାଇଁ ପାଣ୍ଡିଆନଙ୍କ '3N' ଫର୍ମୁଲା

VK Pandian: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଆଉ ଏପରି ଏକ ପବିତ୍ର ଦିନରେ ବିଜେଡି ଶିବିରରେ ଦେଖିବାକୁ ମିଳିଥିଲା ଗହଳି ଚହଳି । କାରଣ ବହୁଦିନରୁ ଲାଗିରହିଥିବା କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଭିକେ ପାଣ୍ଡିଆନ । ଆଜି ପୂର୍ବାହ୍ଣ ଠିକ୍ ୧୦.୧୫ ମିନିଟରେ ଭିକେ ପାଣ୍ଡିଆନ ନବୀନ ନିବାସରେ ଦଳର କିଛି ବରିଷ୍ଠ ନେତାଙ୍କ ଉପସ୍ଥିତି‌ରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଦଛୁଇଁ ତାଙ୍କର ଆଶୀର୍ବାଦ ନେଇ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏବେ 5T ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଅଛନ୍ତି ଭିକେ ପାଣ୍ଡିଆନ। ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କୁ (Vk Pandian In BJD) ବିଜେଡିକୁ ସ୍ୱାଗତ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ପାଣ୍ଡିଆନ ଓଡ଼ିଶାବାସୀଙ୍କ ପାଇଁ କଠିନ ପରିଶ୍ରମ କରିଆସୁଛନ୍ତି ଏବଂ ଲୋକଙ୍କ ସମ୍ମାନ ଏବଂ ବିଶ୍ୱାସ ହାସଲ କରିଛନ୍ତି ଏବଂ ଭବିଷ୍ୟତରେ ସେ ଦଳର ସଦସ୍ୟ ଭାବରେ ଏହା ଜାରି ରଖିବେ। ଯଦି ଦେଖିବା ୧୩ ରୁ ୧୪ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅନୁଗାମୀ ହୋଇ ରାଜ୍ୟବାସୀଙ୍କ ପାଇଁ ବେଶ ଭଲ କାମ କରିଛନ୍ତି ଭିକେ ପାଣ୍ଡିଆନ। ସେପଟେ ଦଳରେ ଯୋଗଦେବା ପରେ ପାଣ୍ଡିଆନ କହିଛନ୍ତି ଯେ, ରାଜ୍ୟବାସୀଙ୍କ ପାଇଁ 'ନିଷ୍ଠା, ନମ୍ରତା ଓ ନିଃସ୍ୱାର୍ଥପର ଭାବେ କାମ କରିବି'।

Video Thumbnail
Advertisement
Read More