Hindi News >>Home >>Zee Odisha

valentine's day:୧୪ ଫେବୃଆରୀକୁ କ’ଣ ପାଇଁ ଭାଲେଣ୍ଟାଇନ୍ ଡେ’ ପାଳନ ହୁଏ ?

ଫେବୃଆରୀ ମାସ ଅନେକ କାରଣରୁ ବିଶେଷ ଅଟେ । ପ୍ରଥମତଃ  ଏହି ମାସରୁ ପାଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ ଏବଂ ଦ୍ୱିତୀୟତଃ ଏହା ହେଉଛି ପ୍ରେମର ମାସ । ନିଜ ପ୍ରେମକୁ ଅଭିବ୍ୟକ୍ତ କରିବାର ମାସ ।  ଭାଲେଣ୍ଟାଇନ୍ ସପ୍ତାହ 7 ଫେବୃଆରୀରେ ରୋଜ୍ ଡେ’ରୁ  ଆରମ୍ଭ ହୋଇ 14 ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ ।  ଲୋକମାନେ ପ୍ରେମର

Advertisement
SOCIAL MEDIA
Stop
Zee Odisha Desk|Updated: Feb 08, 2024, 08:04 PM IST

valentine's day:

ଫେବୃଆରୀ ମାସ ଅନେକ କାରଣରୁ ବିଶେଷ ଅଟେ । ପ୍ରଥମତଃ  ଏହି ମାସରୁ ପାଗ ମଧ୍ୟ ପରିବର୍ତ୍ତନ ହେବାକୁ ଲାଗେ ଏବଂ ଦ୍ୱିତୀୟତଃ ଏହା ହେଉଛି ପ୍ରେମର ମାସ । ନିଜ ପ୍ରେମକୁ ଅଭିବ୍ୟକ୍ତ କରିବାର ମାସ ।  ଭାଲେଣ୍ଟାଇନ୍ ସପ୍ତାହ 7 ଫେବୃଆରୀରେ ରୋଜ୍ ଡେ’ରୁ  ଆରମ୍ଭ ହୋଇ 14 ଫେବୃଆରୀ ପର୍ଯ୍ୟନ୍ତ ଚାଲିଥାଏ ।  ଲୋକମାନେ ପ୍ରେମର ଏହି ସପ୍ତାହକୁ ନିଜ ଶୈଳୀରେ ପାଳନ କରନ୍ତି ।

ତେବେ ମନକୁ ପ୍ରଶ୍ନ ଆସେ ଯେ, ପ୍ରତିବର୍ଷ 14 ଫେବୃଆରୀରେ କାହିଁକି ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଏ?  ଏହି ଦିନ ପାଳନ କରିବାର କାରଣ କ’ଣ? ଯଦି ଆପଣ ଏହା ପଛରେ ଥିବା ଇତିହାସ ମଧ୍ୟ ଜାଣି ନାହାଁନ୍ତି, ତେବେ ଏଠାରେ ଆମେ ଆପଣଙ୍କୁ ଭାଲେଣ୍ଟାଇନ୍ ଡେ’ର ଇତିହାସ କହିବୁ । ଆସନ୍ତୁ ଜାଣିବା ଭାଲେଣ୍ଟାଇନ୍ ଡେ’ ପଛର  କାହାଣୀ ।

ରୋମ ସହିତ ସମ୍ପର୍କିତ କାହାଣୀ

ଭାଲେଣ୍ଟାଇନ୍ସ ଡେ ପାଳନ କରିବାର ଇତିହାସ ରୋମର ସେଣ୍ଟ ଭାଲେଣ୍ଟାଇନ୍ ସହିତ ଜଡିତ । ବିଶ୍ୱାସ କରାଯାଏ ଯେ ରୋମାନ୍ ରାଜା କ୍ଲାଉଡିୟସ୍ ପ୍ରେମ ବିରୁଦ୍ଧରେ କଠୋର ଥିଲେ। ସେ ବିଶ୍ୱାସ କରୁଥିଲେ ଯେ ଯଦି ତାଙ୍କର ସୈନିକମାନେ ପ୍ରେମରେ ପଡ଼ନ୍ତି, ତେବେ ତାଙ୍କର ସେନା ଦୁର୍ବଳ ହୋଇଯିବ । ଏହା ମଧ୍ୟ ସୈନିକଙ୍କ ମନକୁ ଭ୍ରମିତ  କରିପାରେ ବୋଲି ସମ୍ରାଟଙ୍କ ବିଶ୍ୱାସ ଥିଲା । ତେଣୁ ସେ ପ୍ରେମ ଉପରେ ଫତୱା ଲାଗୁ କରିଥିଲେ । ଏମିତିକି ସେ ନିଜ ସୈନିକଙ୍କ ବିବାହ ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ ।

ପ୍ରେମର ସନ୍ଥ ଭାଲେଣ୍ଟାଇନ୍

ଅପରପକ୍ଷେ ସେଣ୍ଟ ଭାଲେଣ୍ଟାଇନ୍ ପ୍ରେମ ପ୍ରଚାର କରୁଥିଲେ। ସେ ତାଙ୍କ ଶାସକଙ୍କ ବିରୁଦ୍ଧରେ ଯାଇ ଅନେକ ଲୋକଙ୍କୁ ବିବାହ କରାଇଥିଲେ । ତାଙ୍କର ଏହି କାର୍ଯ୍ୟ ହେତୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା। 14 ଫେବୃଆରୀ ଦିନ ତାଙ୍କୁ ଫାଶୀ ଦିଆ ଯାଇଥିଲା । ଏହା ପରଠାରୁ 14 ଫେବୃଆରୀରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବାର ପରମ୍ପରା ଆରମ୍ଭ ହୋଇଥିଲା ।

କେବେଠାରୁ ପାଳନ ଆରମ୍ଭ ହୋଇଥିଲା ?

ସର୍ବପ୍ରଥମେ ରୋମାନ ପର୍ବ ଭାବେ  ଭାଲେଣ୍ଟାଇନ୍ସ ଡେକୁ  ପାଳନ କରାଯାଇଥିଲା । ଖ୍ରୀଷ୍ଟପୂର୍ବ 496 ମସିହାରେ ବିଶ୍ୱରେ ପ୍ରଥମ ଥର ପାଇଁ ଭାଲେଣ୍ଟାଇନ୍ସ ଡେ ପାଳନ କରାଯାଇଥିଲା। ପଞ୍ଚମ ଶତାବ୍ଦୀରେ ରୋମର ପୋପ୍ ଜେଲାସିୟସ୍ ଫେବୃଆରୀ 14 କୁ ଭାଲେଣ୍ଟାଇନ୍ସ ଡେ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଏହି ଦିନ ରୋମର ଅନେକ ସହରରେ ଗଣ ବିବାହ ମଧ୍ୟ ଆୟୋଜିତ ହୋଇଥାଏ |

Read More
{}{}