Hindi News >>Home >>Zee Odisha

Why child pneumonia hitting china: ଚୀନରେ ବ୍ୟାପିଥିବା ରହସ୍ୟମୟ ନିମୋନିଆ କ’ଣ ଆଉ ଗୋଟିଏ କରୋନା ?

Why child pneumonia hitting c ଚିନରେ ନିମୋନିଆ ମାମଲା ବଢ଼ିବା କାରଣରୁ ପୁଣି ଚର୍ଚ୍ଚାରେ ଦେଶର ସ୍ବାସ୍ଥ୍ୟ ପ୍ରଣାଳୀ । ନିମୋନିଆ ଦ୍ବାରା ଛୋଟ ପିଲାମାନଙ୍କୁ ଶ୍ବାସ ନେବାରେ ସମସ୍ୟା ହେଉଛି । ଏହି ସଂକ୍ରମଣକୁ କିଛି ମାତ୍ରାରେ କୋଭିଡ-୧୯ ସହ ଯୋଡ଼ାଯାଉଥିବା ବେଳେ ଏହି ଆଶଭ୍କାକୁ ଦୂର କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନୀ ଅଫିସର ମାନଙ୍କୁ କି

Advertisement
SOCIAL MEDIA
Stop
Zee Odisha Desk|Updated: Nov 25, 2023, 08:06 PM IST

Why child pneumonia hitting c

ଚିନରେ ନିମୋନିଆ ମାମଲା ବଢ଼ିବା କାରଣରୁ ପୁଣି ଚର୍ଚ୍ଚାରେ ଦେଶର ସ୍ବାସ୍ଥ୍ୟ ପ୍ରଣାଳୀ । ନିମୋନିଆ ଦ୍ବାରା ଛୋଟ ପିଲାମାନଙ୍କୁ ଶ୍ବାସ ନେବାରେ ସମସ୍ୟା ହେଉଛି । ଏହି ସଂକ୍ରମଣକୁ କିଛି ମାତ୍ରାରେ କୋଭିଡ-୧୯ ସହ ଯୋଡ଼ାଯାଉଥିବା ବେଳେ ଏହି ଆଶଙ୍କାକୁ ଦୂର କରିବା ପାଇଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନୀ ଅଫିସର ମାନଙ୍କୁ କିଛି ଅଧିକ ସୂଚନା ମାଗିଛି । ଚିନୀ ଅଧିକାରୀ ମାନେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ ସୂଚନା ଦେଇଛନ୍ତି ଯେ କୌଣସି ନୂଆ ରୋଗର ସଂକେତ ଦେଶରେ ସେମାନଙ୍କୁ ମିଳି ନାହିଁ । ଏହା ସାଧାରଣ ଫ୍ଲୁ ଅଟେ । ଯାହା ଏହି ସମୟରେ ପ୍ରତିବର୍ଷ ଆସେ ।

ଚିନରେ ବଢ଼ୁଥିବା ଏହି ରୋଗ ବିଷୟରେ ସ୍ବାସ୍ଥ୍ୟ ସଙ୍ଗଠନ କହିଛି ଯେ ଏହା ଏକ ସାଧାରଣ ସଂକ୍ରମଣ ଅଟେ । ଚିନୀ ସ୍ବାସ୍ଥ୍ୟ ଅଧିକାରୀମାନେ WHOକୁ କହିଛନ୍ତି ଯେ ହସ୍ପିଟାଲରେ ଭର୍ତ୍ତି ହେଉଥିବା ରୋଗୀଙ୍କ ସଂଖ୍ୟା ମାଇକୋପ୍ଲାଜମା ନିମୋନିଆ, ଆରଏସବି, ଏଡେନୋଭାଇରସ ଏବଂ ଇନପ୍ଲୁଏନଜା ସଂକ୍ରମଣ କାରଣରୁ ବଢ଼ୁଛି । ସେମାନଙ୍କ କହିବା ଅନୁଯାୟୀ କୌଣସି ନୂଆ ବ୍ୟାକ୍ଟେରିଆ ମିଳି ନାହିଁ । WHO ମଧ୍ୟ କହିଛି ବର୍ଷର ଏହି ସମୟରେ ରୋଗ ବଢ଼େ ଏବଂ ଥଣ୍ଡାରୁ ଶ୍ବାସ ସହିତ ଜଡ଼ିତ ରୋଗ ମଧ୍ୟ ସାମାନ୍ୟ ଅଟେ । ବର୍ତ୍ତମାନ ସୁଦ୍ଧା କୌଣସି ଯାତ୍ରା ପ୍ରତିବନ୍ଧକର ଆବଶ୍ୟକତା ନାହିଁ । ତେବେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ WHO କିଛି ସଚେତନ ନିର୍ଦ୍ଦେଶ ଦେଇଛି । ଯେମିତି କି ମାସ୍କ ପିନ୍ଧିବା, ସଂକ୍ରମଣ ହେଲେ ଘରୁ ବାହାରକୁ ନଯିବା ଏବଂ ନିୟମିତ ଭାବେ ହାତ ଧୋଇବା ।

ମାଇକୋପ୍ଲାଜମା ନିମୋନିଆ କଣ

ମାଇକୋପ୍ଲାଜମା ନିମୋନିଆ ଏକ ବ୍ୟାକ୍ଟେରିଆ । ଯାହା ସାଧାରଣତଃ ସାଧାରଣ ସଂକ୍ରମଣର କାରଣ ହୁଏ । ଯାହାର ଲକ୍ଷଣ ସାମାନ୍ୟ ସର୍ଦ୍ଦି ଭଳି ହୋଇଥାଏ । ଏହି ସଂକ୍ରମଣରେ ଖୁବ୍ କମ ରୋଗୀ ଡ଼ାକ୍ତରଖାନାରେ ଭର୍ତ୍ତି ହୁଅନ୍ତି । କିନ୍ତୁ ନବଜାତକ ଏବଂ ଛୋଟ ପିଲା ମାନଙ୍କ କ୍ଷେତ୍ରରେ ନିମୋନିଆ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ । ଚିନୀ ମିଡ଼ିଆରେ କୁହାଯାଉଛି ଯେ କିଛି ପିଲା ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲରେ ପିଲାମାନଙ୍କ ଧରି ବାପା ମା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । ଏହି ସମୟରେ ଲୋକଙ୍କ ମନରେ ପ୍ରଶ୍ନ ଉଠେ ଯେ କଣ କରିବା ଦରକାର । ଯଦି ସଂକ୍ରମଣ ହେଉଛି ତାହେଲେ କଣ ପଦକ୍ଷେପ ନେବା ଉଚିତ୍ । ଡ଼ାକ୍ତରଙ୍କ ଅନୁସାରେ ଏହି ସଂକ୍ରମଣରେ ଅଧିକାଂଶ ଲୋକ କିଛି ଦିନରେ ଆପେ ଆପେ ଠିକ୍ ହୁଅନ୍ତି ନଚେତ୍ ଥଣ୍ଡା ଔଷଧରେ ମଧ୍ୟ ଠିକ୍ ହୁଅନ୍ତି । ସ୍ଥିତି ଗମ୍ଭୀର ହୋଇଥିଲେ ଡ଼ାକ୍ତରଙ୍କ ପରାମର୍ଶ କରିବା ଜରୁରୀ ।

ଚିନରେ ଏହି ମାମଲା ଅଧିକ କାହିଁକି ?

ଚିନିରେ ଏହି ମାମଲା ବଢ଼ି ଚାଲିଛି କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ଚିନି ଏକମାତ୍ର ଦେଶ କାହିଁକି? ସେହିଭଳି ଆମେରିକା ଏବଂ ୟୁରୋପରେ ଫ୍ଲୁ ଏବଂ ଆରଏସବି ଜନିତ ସଂକ୍ରମଣ ମାମଲା ଅଧିକ । ଏକ ଅଧ୍ୟୟନରୁ ଜଣା ପଡ଼ିଛି ଯେ କୋଭିଡ଼ ପ୍ରତିବନ୍ଧକ କାରଣରୁ ଚିନରେ ଦୁଇ ବର୍ଷ ଏହି ସଂକ୍ରମଣ କମିଥିଲା । ଅନ୍ୟ ଦେଶ ମାନଙ୍କରେ ମଧ୍ୟ ସମାନ ସ୍ଥିତି କୋଭିଡ଼ ନିୟମ ହଟିବା ପରେ ଡ୍ବାସ ସମ୍ବନ୍ଧୀୟ ରୋଗ ବଢ଼ିବାରେ ଲାଗିଛି । ବର୍ତ୍ତମାନ ଚିନରେ ଏହି ମାମଲା ବଢ଼ିବା ପରେ ସାରା ବିଶ୍ବରେ ଚିନ୍ତା ବଢ଼ାଇଛି । କାରଣ ଏହା କୋଭିଡ଼-୧୯ କଥା ମନେ ପକାଉଛି । 

 

Read More
{}{}