Hindi News >>Home >>Zee Odisha

Argentina president name: ପାଗଳ,ସିଂହ…ଚର୍ଚ୍ଚାରେ ଆର୍ଜେଣ୍ଟିନାର ନୂଆ ରାଷ୍ଟ୍ରପତିଙ୍କ ନାମ

  ସିଂହ, ମ୍ୟାଡମ୍ୟାନ୍, ୱିଗ୍ ଏବଂ ଟ୍ରମ୍ପ… ଇଏ ସବୁ ହେଉଛି ଆର୍ଜେଣ୍ଟିନାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନେତାଙ୍କ ନାମ । ନେତାଙ୍କ ଅସଲ ନାମ ହେଉଛି  ଜାଭିୟର୍ ମିଲେଇ । କିନ୍ତୁ ତାଙ୍କ ଦେଶର ଲୋକ ଓ ମିଡିଆ ତାଙ୍କୁ ଏଭଳି ସବୁ ନାମ ଦେଇଛନ୍ତି । କିଛି ନାମ ସେ ନିଜେ ନିଜକୁ ଦେଇଛନ୍ତି ଆଉ କିଛି ତାଙ୍କ ପ୍ରଶଂସକ ଓ

Advertisement
SOCIAL MEDIA
Stop
Zee Odisha Desk|Updated: Nov 21, 2023, 08:24 PM IST

Argentina president name: 

ସିଂହ, ମ୍ୟାଡମ୍ୟାନ୍, ୱିଗ୍ ଏବଂ ଟ୍ରମ୍ପ… ଇଏ ସବୁ ହେଉଛି ଆର୍ଜେଣ୍ଟିନାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ନେତାଙ୍କ ନାମ । ନେତାଙ୍କ ଅସଲ ନାମ ହେଉଛି  ଜାଭିୟର୍ ମିଲେଇ । କିନ୍ତୁ ତାଙ୍କ ଦେଶର ଲୋକ ଓ ମିଡିଆ ତାଙ୍କୁ ଏଭଳି ସବୁ ନାମ ଦେଇଛନ୍ତି । କିଛି ନାମ ସେ ନିଜେ ନିଜକୁ ଦେଇଛନ୍ତି ଆଉ କିଛି ତାଙ୍କ ପ୍ରଶଂସକ ଓ ବିରୋଧୀ ଦେଇଛନ୍ତି । ଦକ୍ଷୀଣପନ୍ଥୀ ଜାଭିୟର ନିଜକୁ ଆନାରକିଷ୍ଟ୍ ବା ଅରାଜକ ପୁଂଜିବାଦୀ ବୋଲି କହିବାକୁ ଭଲ ପାଆନ୍ତି । ଅନେକ ସମୟରେ ତାଙ୍କୁ ଆର୍ଜେଣ୍ଟିନାର ଟ୍ରମ୍ପ ବୋଲି ମଧ୍ଯ କୁହାଯାଏ । ଜାଭିୟରଙ୍କ ଏହି ସବୁ ଚର୍ଚ୍ଚିତ ନାମ ପଛରେ ଅଛି ଗୋଟିଏ ଗୋଟିଏ କାହାଣୀ । ଆସନ୍ତୁ ଜାଣିବା ନାମକରଣର ସେହି ଚର୍ଚ୍ଚିତ କାହାଣୀ ସବୁ କ’ଣ…

ସେମାନଙ୍କ ନାମର କାହାଣୀ କ’ଣ?

ଜାଭିୟର  ଅନେକ ସମୟରେ ନିଜକୁ ସିଂହ ବୋଲି କହିଥାନ୍ତି । ତେଣୁ ଧିରେ ଧିରେ ତାଙ୍କୁ ମିଡିଆ ଓ ସମର୍ଥକ ସିଂହ ବୋଲି ଡାକିବା ଆରମ୍ଭ କରିଥିଲେ । ତାଙ୍କର ଉଗ୍ର ସ୍ୱଭାବ ଏବଂ ଅଦ୍ଭୁତ କେଶଶୈଳୀ ହେତୁ ସେ ଦି ୱିଗ୍ ଭାବରେ ମଧ୍ୟ ଜଣାଶୁଣା । ଜାଭିୟର ନିଜେ ଏଥିପାଇଁ ଏକ କାରଣ ମଧ୍ଯ ଦେଇଥିଲେ। ସେ ଏକ ସାକ୍ଷାତକାରରେ କହିଥିଲେ ଯେ 'ସେ ୧୩ ବର୍ଷ ବୟସରୁ ସେ ମୁଣ୍ଡକୁଣ୍ଡାଇବା  ବନ୍ଦ କରିଦେଇଥିଲେ।' ଏହା ମଧ୍ୟ ତାଙ୍କ ରକ୍ ଷ୍ଚାର ଇମେଜକୁ ଦର୍ଶାଇଥାଏ । କାରଣ ଖାଲି ସମୟରେ ସେ ବ୍ୟାଣ୍ଡ ସହ ପରଫାମନ୍ସ କରିବାକୁ ପସନ୍ଦ କରନ୍ତି ।

ଜାଭିୟରଙ୍କୁ ମ୍ୟାଡମ୍ୟାନ୍ ବୋଲି ମଧ୍ୟ ଡକାଯାଇଥାଏ । ଏଥିପାଇଁ  ତାଙ୍କର ଅଜବ ବୟାନବାଜୀ ସବୁ ଦାୟୀ । ସେ ଏମିତି ସବୁ ଅଜବଗଜବ କଥା କୁହନ୍ତି ଯାହା ଲୋକଙ୍କୁ ଚମକାଇ ଦେଇଥାଏ । ଥରେ ସେ କହିଥିଲେ ଯେ, ମଣିଷଙ୍କୁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବିକ୍ରୟ କରିବାକୁ ଅନୁମତି ମିଳିବା କଥା । ଖାଲି ଏତିକି ନୁହେଁ କିଛି  ରିପୋର୍ଟରେ ଦାବି କରାଯାଇଛି ଯେ ଜାଭିୟର ନିଜ ମୃତ କୁକୁରମାନଙ୍କ ପରାମର୍ଶ ନେଇ କାମ କରନ୍ତି ।  ଅଜବ ପରାମର୍ଶ ହେତୁ ସେ ଅଜବ ପୋଷାକ ପିନ୍ଧି ନିର୍ବାଚନ ରାଲିରେ ପହଞ୍ଚିଥିଲେ । ତାଙ୍କର ଏହି ପାଗଳାମୀ ଓ  ପୁଞ୍ଜିବାଦୀ ଚିନ୍ତାଧାରା ହେତୁ ତାଙ୍କୁ ଆର୍ଜେଣ୍ଟିନାର ଟ୍ରମ୍ପ ବୋଲି ମଧ୍ୟ କୁହାଯାଏ।

ଟ୍ରମ୍ପଙ୍କ ଭଳି ସେ ମଧ୍ଯ ଜଣେ ବିବାଦୀୟ ବ୍ୟକ୍ତିତ୍ୱ । ଏବିସି ନ୍ୟୁଜ୍ ରିପୋର୍ଟ ଅନୁଯାୟୀ ସେ ଅନେକ ସମୟରେ ଏଭଳି ବିବୃତି ଦେଇଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ଜାଭିୟର ନଦୀର ଘରୋଇକରଣ, ଆମେରିକୀୟ ଡଲାରକୁ ଦେଶର ମୁଦ୍ରା କରିବା, ଅନେକ ସରକାରୀ ବିଭାଗ ବନ୍ଦ କରିବା ଏବଂ ମାନବ ଶରୀରର ଅଂଗ ବିକ୍ରୟକୁ ସମର୍ଥନ କରି ବୟାନ ଦେଇଥିଲେ । ଏହା ବ୍ୟତୀତ ସେ ପୋପ୍ ଫ୍ରାନସିସ୍ ଏବଂ ଫୁଟବଲ ଖେଳାଳୀଙ୍କୁ ନେଇ ମଧ୍ଯ ବିବାଦୀୟ ବିବୃତ୍ତି ଦେଇଛନ୍ତି।

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ମିଲି ବୃତ୍ତିରେ ଅର୍ଥନୀତିଜ୍ଞ ଥିଲେ ଏବଂ କର୍ପୋରେସନ୍ ଆମେରିକାରେ ମୁଖ୍ୟ ଅର୍ଥନୀତିଜ୍ଞ ଭାବରେ କାର୍ଯ୍ୟ କରିଥିଲେ। ଏହା ଆର୍ଜେଣ୍ଟିନାର ସବୁଠୁ ବଡ ଘରୋଇ କମ୍ପାନୀ ମଧ୍ୟରୁ ଗୋଟିଏ ।

ବାପା କହିଥିଲେ,ଭୋକରେ ମରିବୁ

ଜାଭିୟର ଆଜି ଆର୍ଥିକ ଦୃଷ୍ଟିରୁ ସମୃଦ୍ଧ ହୋଇପାରନ୍ତି, କିନ୍ତୁ ତାଙ୍କ ପିତା ଜଣେ ଡ୍ରାଇଭର ଥିଲେ । ଆର୍ଥିକ ପ୍ରତିବନ୍ଧକ ସହ ସଂଘର୍ଷ କରୁଥିବା ତାଙ୍କ ପିତା ଧୀରେ ଧୀରେ ପରିବହନ ବ୍ୟବସାୟ ଆରମ୍ଭ କଲେ ଏବଂ ଏହା ସଫଳ ହେଲା। ତେବେ ଜାଭିୟର ଏବଂ ତାଙ୍କ ପିତାଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା।

ମିଲି ଏକ ସାକ୍ଷାତକାରରେ କହିଥିଲେ ଯେ ପାରିବାରିକ କଳହ ହେତୁ ସେ କେବେବି ତାଙ୍କ ମା ଏବଂ ପିତାଙ୍କ ପ୍ରେମ ପାଇନଥିଲେ। ବାପା କହୁଥିଲେ ତୁମେ ଜୀବନରେ କିଛି କରିପାରିବ ନାହିଁ, ତୁମେ ଭୋକରେ ମରିବ । ଫୁଟବଲକୁ ଭଲ ପାଉଥିବା ଜାଭିୟର ଅଳ୍ପ ବୟସରେ ଅର୍ଥନୀତି ପ୍ରତି ଆଗ୍ରହ ଦେଖାଇବା ଆରମ୍ଭ କରିଥିଲେ। ଅଧ୍ୟୟନ ସମାପ୍ତ କରିବା ପରେ ସେ ଅର୍ଥନୀତିର ପ୍ରଫେସର ହୋଇଥିଲେ। ବିଶ୍ୱବିଦ୍ୟାଳୟ ବ୍ୟତୀତ ସେ ଅର୍ଥନୀତିଜ୍ଞ ଭାବରେ ଅନେକ ଅନୁଷ୍ଠାନ ସହିତ ଜଡିତ ଥିଲେ। ଏହା ପରେ ସେ ରାଜନୀତିରେ ନିଜର ଇନିଂସ ଆରମ୍ଭ କରିଥିଲେ।

Read More
{}{}