Hindi News >>Home >>Zee Odisha

Film Maidan:ସୟଦ ଅବଦୁଲ ରହିମ କିଏ ? ଯାହାଙ୍କ ଜୀବନକୁ ନେଇ ଆସୁଛି ଅଜୟ ଦେବଗନଙ୍କ ଫିଲ୍ମ ମୈଦାନ

ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ମୈଦାନ'ର ଟ୍ରେଲର ଆସିଛି । ଟ୍ରେଲରକୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି । ଫିଲ୍ମଟି ପ୍ରଥମେ ୨୦୧୯ରେ ରିଲିଜ ହେବାର ଥିଲା । ତେବେ କିଛି କାରଣରୁ ଏହାର ରିଲିଜ୍ ତାରିଖ  ୮ ଥର ବାତିଲ ହୋଇଥିଲା।  ରିଲିଜ୍ ତାରିଖ ଘୁଞ୍ଚାଇବାର ଭିନ୍ନ ଭିନ୍ନ କାରଣ ରହିଥିଲା। ଶେଷରେ ଏବେ ଇଦ୍ ଅବସରରେ ରିଲିଜ୍ ହେଉଛି 'ମୈଦାନ'।

Advertisement
SOCIAL MEDIA
Stop
Zee Odisha Desk|Updated: Mar 07, 2024, 10:44 PM IST

Film Maidan: ଅଜୟ ଦେବଗନଙ୍କ ଆଗାମୀ ଫିଲ୍ମ 'ମୈଦାନ'ର ଟ୍ରେଲର ଆସିଛି । ଟ୍ରେଲରକୁ ଲୋକେ ମଧ୍ୟ ପସନ୍ଦ କରୁଛନ୍ତି । ଫିଲ୍ମଟି ପ୍ରଥମେ ୨୦୧୯ରେ ରିଲିଜ ହେବାର ଥିଲା । ତେବେ କିଛି କାରଣରୁ ଏହାର ରିଲିଜ୍ ତାରିଖ  ୮ ଥର ବାତିଲ ହୋଇଥିଲା।  ରିଲିଜ୍ ତାରିଖ ଘୁଞ୍ଚାଇବାର ଭିନ୍ନ ଭିନ୍ନ କାରଣ ରହିଥିଲା। ଶେଷରେ ଏବେ ଇଦ୍ ଅବସରରେ ରିଲିଜ୍ ହେଉଛି 'ମୈଦାନ'। ଏଥିରେ ଅଜୟ ଦେବଗନ ଭାରତୀୟ ଫୁଟବଲକୁ ଶୀର୍ଷରେ ପହଞ୍ଚାଇଥିବା ସୟଦ ଅବଦୁଲ ରହିମଙ୍କ ଭୂମିକାରେ ଅଭିନୟ କରିଛନ୍ତି।  ସେ କ୍ୟାନସର ସହ ଲଢ଼ି ଏସୀୟ କ୍ରୀଡ଼ାରେ ଭାରତୀୟ ଫୁଟବଲ ଟିମକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ। ଆସନ୍ତୁ ଜାଣିବା ସେ କେମିତି ଭାରତୀୟ ପୁଟବଲକୁ ବିଶ୍ୱ ମାନଚିତ୍ରରେ ସ୍ଥାନ ଦେଇଥିଲେ।

ହାଇଦ୍ରାବାଦର ସୟଦ୍ କୋଚ୍ ଭାବେ ନୂଆ କିର୍ତ୍ତିମାନ ସ୍ଥାପନ କରିଥିଲେ

ଅବଦୁଲ ରହିମ ୧୯୦୯ ମସିହା ଅଗଷ୍ଟ ୧୭ ତାରିଖରେ ହାଇଦ୍ରାବାଦରେ ଜନ୍ମଗ୍ରହଣ କରିଥିଲେ । ଓସ୍ମାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଶାରୀରିକ ଶିକ୍ଷାରେ ତାଲିମ ନେଇଥିଲେ। କଲେଜ ପାଇଁ ଫୁଟବଲ ଖେଳିଥିଲେ। ସେ ସ୍ଥାନୀୟ  କମର କ୍ଲବ୍ ପାଇଁ ମଧ୍ୟ ଖେଳିଥିଲେ। ସେ ନେଦରଲ୍ୟାଣ୍ଡରେ ଡଚ୍ ଆମେଚର ଲିଗ୍ ରେ ଏଚଏସଭି ହୋକ୍ ପାଇଁ ମଧ୍ୟ ଖେଳିଥିଲେ। ଏହାପରେ ତାଙ୍କର କୋଚିଂ କ୍ୟାରିୟର ୧୯୪୩ ମସିହାରୁ ଆରମ୍ଭ ହୋଇଥିଲା । ୧୯୪୩ ରେ ତାଙ୍କୁ ହାଇଦ୍ରାବାଦ ଫୁଟବଲ ଆସୋସିଏସନର ସମ୍ପାଦକ କରାଯାଇଥିଲା । ଏହାପରେ ତାଙ୍କୁ ହାଇଦ୍ରାବାଦ ପୋଲିସ ଫୁଟବଲ ଦଳର କୋଚ୍ କରାଯାଇଥିଲା । ତାଙ୍କ ମାର୍ଗଦର୍ଶନରେ ଦଳ ଭଲ ପ୍ରଦର୍ଶନ କରିଥିଲା।  କ୍ରମାଗତ ଦଳ ୫ଟି ରୋଭର୍ସ କପ୍ ଓ ୪ଟି ଡୁରାଣ୍ଡ କପ୍ ନିଜ ନାମରେ କରିଥିଲା।

ଖାଲି ପାଦରେ ଫୁଟବଲ ଖେଳୁଥିବା ଦେଶକୁ ଅଲିମ୍ପିକ୍ସ ସେମିଫାଇନାଲରେ ପହଂଚାଇଥିଲେ

୧୯୪୯ରେ ତାଙ୍କୁ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବାର ସୁଯୋଗ ମିଳିଥିଲା। ସେ ଭାରତୀୟ ଦଳର କୋଚ୍ ଓ ମ୍ୟାନେଜର ଥିଲେ। କୁହାଯାଉଛି ଯେ ରହିମ ବସ୍ତିରୁ ଲୋକଙ୍କୁ ଉଠାଇ ଆଣି ଦଳରେ ସ୍ଥାନ ଦେଇଥିଲେ। ପୂର୍ବରୁ ଭାରତୀୟ ଦଳ ଖାଲି ପାଦରେ ଖେଳୁଥିଲା, ଅବଦୁଲ ରହିମ ହିଁ ଭାରତୀୟମାନଙ୍କୁ ଜୋତା ପିନ୍ଧି ଖେଳିବା ଶିଖାଇଥିଲେ। ଏଥିସହିତ ସେ ବିଶ୍ୱର ବଡ଼ ବଡ଼ ଦଳ ସହ ଲଢ଼ିବା ପାଇଁ ମଧ୍ୟ ଉତ୍ସାହ ସୃଷ୍ଟି କରିଥିଲେ। ଯେଉଁ ଦଳ ୧୯୫୦ ଫୁଟବଲ ବିଶ୍ୱକପ୍ ଖେଳି ପାରିନଥିଲା ସେହି ଦଳ ୧୯୫୧ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହାର ପାଞ୍ଚ ବର୍ଷ ପରେ ୧୯୫୬ରେ ଭାରତ ମଧ୍ୟ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ଦଳ ଏଠାରେ କୌଣସି ପଦକ ଜିତି ପାରିନଥିଲେ ମଧ୍ୟ ଚତୁର୍ଥ ସ୍ଥାନ ହାସଲ କରିଥିଲା। କିଛି ଦିନ ଧରି କୌଣସି ବିଶ୍ୱ ଟୁର୍ଣ୍ଣାମେଣ୍ଟରେ ନଥିବା ଭାରତ ଭଳି ଦଳ ପାଇଁ ମାତ୍ର ୬ ବର୍ଷ ମଧ୍ୟରେ କେବଳ ଅଲିମ୍ପିକ୍ସ ଖେଳିନଥିଲା ବରଂ ସେମିଫାଇନାଲରେ ମଧ୍ୟ ପହଞ୍ଚିଥିଲା।

 

କ୍ୟାନସର ସହ ଲଢୁଥିବା ରହିମ ଭାରତକୁ ଦେଇଥିଲେ  ସ୍ୱର୍ଣ୍ଣ ପଦକ

ଅବଦୁଲ ରହିମଙ୍କୁ ଭାରତୀୟ ଫୁଟବଲର ସ୍ଥାପକ ବୋଲି କୁହାଯାଏ । ୧୯୬୨ରେ ସେ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ପୁଣି ଥରେ ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଥିଲେ। ଫାଇନାଲରେ ଭାରତ ସେହି ସମୟର ସବୁଠାରୁ ଶକ୍ତିଶାଳୀ ଦଳ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା। କୁହାଯାଉଛି ଯେ ଏହି ଫାଇନାଲରେ ଭାରତର ଦୁଇ ଜଣ ଖେଳାଳି ଆହତ ହୋଇଥିବା ବେଳେ ଗୋଲରକ୍ଷକ ଅସୁସ୍ଥ ଥିଲେ। କିନ୍ତୁ ରହିମ ତାଙ୍କୁ ଏତେ ଉତ୍ସାହ ଦେଇଥିଲେ ଯେ ଆହତ ଖେଳାଳିଙ୍କ ସହ ମଧ୍ୟ ଭାରତ ସ୍ୱର୍ଣ୍ଣ ପଦକ ଜିତିନେଇଥିଲା। ଆଶ୍ଚର୍ଯ୍ୟର କଥା ହେଉଛି, ଜାକର୍ତ୍ତା ଏସୀୟ କ୍ରୀଡ଼ା ସମୟରେ ରହିମ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ଥିଲେ, କିନ୍ତୁ ତାଙ୍କ ଉତ୍ସାହ ଅଧିକ ଥିଲା। ଏହି କାରଣରୁ ଭାରତ ଫୁଟବଲର ମୁଖ୍ୟ ହୋଇଥିଲା।

ଆଜି ବି ଦୁନିଆ ମନେ ପକାଏ

୫୦ ଓ ୬୦ ଦଶକରେ ସମଗ୍ର ବିଶ୍ୱର ସବୁ ଦଳ ୨-୩-୫ ଅର୍ଥାତ୍ ୨ ଟି ବ୍ୟାକ୍ , ୩ ଟି ହାଫ୍ ବ୍ୟାକ୍ ଏବଂ ୫ ଟି ଫରୱାର୍ଡଙ୍କ ସହ ଖେଳୁଥିଲେ । ରହିମ ଭାରତକୁ ନୂଆ ଢଙ୍ଗରେ ଫୁଟବଲ ଖେଳିବା ଶିଖାଇଥିଲେ। ତାଙ୍କ ରଣନୀତିରେ ଭାରତ ୪-୨-୪ ର ନୂଆ ଫର୍ମାସନ ନେଇ ଦଳ ମୈଦାନକୁ ଓହ୍ଲାଇଥିଲା। ପରବର୍ତ୍ତୀ ସମୟରେ ଏହି ରଣନୀତିକୁ  ବିଶ୍ୱର ଅନେକ ବଡ଼ ବଡ଼ ଦଳ ଗ୍ରହଣ କରିଥିଲେ। ୧୯୫୮ ବିଶ୍ୱକପରେ ବ୍ରାଜିଲ ଏହାକୁ ଲୋକପ୍ରିୟ କରିଥିଲା। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ଲବ୍ ଦଳ ଲିଭରପୁଲ ମଧ୍ୟ ୪-୨-୪ ର ମିଶ୍ରଣ ସହ ଖେଳିଥାଏ।

ଅବଦୁଲ ରହିମ କିଛି ଲୋକଙ୍କୁ ଚୟନ କରିଥିଲେ, ସେ ସେମାନଙ୍କୁ କୋଚିଂ ଟ୍ରେନିଂ ଦେବାକୁ ଚାହୁଁଥିଲେ । ଯାହାଦ୍ୱାରା ଭାରତୀୟ ଫୁଟ୍ ବଲ୍ ଆହୁରି ଆଗକୁ ବଢ଼ିପାରିବ। କିନ୍ତୁ ୧୯୬୩ ମସିହାରେ କର୍କଟ ରୋଗରେ ତାଙ୍କର ଦେହାନ୍ତ ହୋଇଥିଲା ।

{}{}