Hindi News >>Home >>Zee Odisha

Most wanted Lakhbir Singh:କିଏ ଏହି ମୋଷ୍ଟୱାଣ୍ଟେଡ୍ ଲଖବୀର ସିଂହ ଲାଣ୍ଡା, ଯାହାକୁ ଭାରତ ଆତଙ୍କବାଦୀ ଭାବେ ଘୋଷଣା କରିଛି ?

କାନାଡାର ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ଆତଙ୍କବାଦୀ ଘୋଷିତ କରିଛି। ଆତଙ୍କବାଦ ବିରୋଧୀ ଆଇନ UAPA ଅନ୍ତର୍ଗତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୃହ ମନ୍ତ୍ରଣାଳୟ ୩୩ ବର୍ଷିୟ ଗ୍ୟାଙ୍ଗଷ୍ଟର ଲାଣ୍ଡାକୁ ଆତଙ୍କବାଦୀ ଭାବରେ ଘୋଷଣା କରିଛି। ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ଆତଙ୍କବାଦୀ ଲଖବୀର ସିଂ ଓରଫ ଲଣ୍ଡା ଏକ

Advertisement
SOCIAL MEDIA
Stop
Zee Odisha Desk|Updated: Dec 30, 2023, 05:39 PM IST

Most wanted Lakhbir Singh:

କାନାଡାର ଗ୍ୟାଙ୍ଗଷ୍ଟର ଲଖବୀର ସିଂ ଲାଣ୍ଡାଙ୍କୁ ଭାରତ ଆତଙ୍କବାଦୀ ଘୋଷିତ କରିଛି। ଆତଙ୍କବାଦ ବିରୋଧୀ ଆଇନ UAPA ଅନ୍ତର୍ଗତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗୃହ ମନ୍ତ୍ରଣାଳୟ ୩୩ ବର୍ଷିୟ ଗ୍ୟାଙ୍ଗଷ୍ଟର ଲାଣ୍ଡାକୁ ଆତଙ୍କବାଦୀ ଭାବରେ ଘୋଷଣା କରିଛି। ସରକାର ଦେଇଥିବା ବିଜ୍ଞପ୍ତି ଅନୁଯାୟୀ ଆତଙ୍କବାଦୀ ଲଖବୀର ସିଂ ଓରଫ ଲଣ୍ଡା ଏକ ରକେଟ ଚାଳିତ ଗ୍ରେନେଡ ଦ୍ୱାରା ମୋହାଲିର ପଞ୍ଜାବ ରାଜ୍ୟ ଗୁଇନ୍ଦା ମୁଖ୍ୟାଳୟ ଉପରେ  ଆକ୍ରମଣ କରାଇଥିଲା । ଏହା ସହିତ ଲାଣ୍ଡା ଏକ ଆତଙ୍କବାଦୀ ମଡ୍ୟୁଲ ପ୍ରତିଷ୍ଠା ସହିତ ହତ୍ୟା, ଆଇଏଡି ବିଷ୍ଫୋରଣ, ଅସ୍ତ୍ରଶସ୍ତ୍ର ଏବଂ ନିଶା କାରବାରରେ ସଂପୃକ୍ତ ଥିଲା । ସେ ମଧ୍ଯ  ପଂଜାବ ଏବଂ ଦେଶର ଅନ୍ୟାନ୍ୟ ଅଂଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଡ କରୁଥିଲା ।

ଲାଣ୍ଡା ବିରୋଧରେ କ’ଣ ଅଭିଯୋଗ ରହିଛି?

ଲଖବୀର ସିଂ ଲାଣ୍ଡା ୧୯୮୯ରେ ପଞ୍ଜାବର ତରନ ତାରଣ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲା। ପିଲାଦିନରୁ ଅନେକ ଅପରାଧିକ ମାମଲାରେ ଜଡିତ ହେବା ପରେ ସେ ୨୦୧୭ ରେ କାନାଡା ପଳାଇଥିଲା। ଖାଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂ ଲାଣ୍ଡା ଗତ ବର୍ଷ ମେ ୯ ରେ ମୋହାଲିରେ ଥିବା ପୋଲିସ ଇଣ୍ଟେଲିଜେନ୍ସ ମୁଖ୍ୟାଳୟ ଉପରେ ହୋଇଥିବା ରକେଟ ଗ୍ରେନେଡ ଆକ୍ରମଣ ପଛରେ ଲାଣ୍ଡାପ ହାତ ଥିବା  ଅଭିଯୋଗ ରହିଛି। ଯାହା ପରଠାରୁ ତାକୁ ଏନାଆଇଏ ବା ଜାତୀୟ ଅନୁସନ୍ଧାନ ଏଜେନ୍ସି ଖୋଜୁଛି । ଆପଣଙ୍କୁ କହିରଖୁଛୁ ଯେ ଲଖବୀର ସିଂ ଲାଣ୍ଡା ବିରୋଧରେ ମଧ୍ୟ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକ ଅଭିଯୋଗ ରହିଛି ।

ଲାଣ୍ଡା ମୁଣ୍ଡେର NIA ରଖିଛି ୧୦ ଲକ୍ଷ ଟଙ୍କା ପୁରସ୍କାର

ଚଳିତ ବର୍ଷ ସେପ୍ଟେମ୍ବରରେ ଏନଆଇଏ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଲାଣ୍ଡାକୁ ଧରାଇଦେଳେ ୧୦ ଲକ୍ଷ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା। ଏନଆଇଏ ବିଶ୍ୱାସ କରେ ଯେ ସେ ବର୍ତ୍ତମାନ କାନାଡାର ଆଲବର୍ଟା, ଏଡମୋଣ୍ଟନରେ ରହୁଛି । ବାବର ଖାଲସା ବ୍ୟତୀତ ସେ ଭାରତ ବିରୋଧୀ ଅନେକ ସଂଗଠନ ସହିତ  ଜଡିତ ଅଛି। ଚଳିତ ବର୍ଷ ଅଗଷ୍ଟ ମାସରେ ଏନଆଇଏର ସ୍ୱତନ୍ତ୍ର ଅଦାଲତ ତାରନ ତାରନ ଜିଲ୍ଲାର କିରିଆନ ଗ୍ରାମର ଏହି ପଳାତକ ଖାଲିସ୍ତାନ ଆତଙ୍କବାଦୀର ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। UA (P) ଅଧିନିୟମ, ୧୯୬୭ ର ଧାରା ୩୩ (୫) ଅନୁଯାୟୀ ଏନଆଇଏ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ, ତା ଗାଁରେ ଥିବା ସମ୍ପତ୍ତି ଜବତ କରାଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ ସେ ପ୍ରଥମେ ଅପରାଧିକ ତଥା ଗ୍ୟାଙ୍ଗଷ୍ଟର ସମ୍ବନ୍ଧୀୟ କାର୍ଯ୍ୟରେ ଲିପ୍ତ ଥିଲା। ପରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନଙ୍କ ସମ୍ପର୍କରେ ଆସିଥିଲା ।

ଲାଣ୍ଡା ବିରୋଧରେ ପ୍ରାୟ ୨୦  ମାମଲା

ଲଖବୀର ସିଂ ଲଣ୍ଡା ବିରୋଧରେ ପ୍ରାୟ ୨୦ ଅପରାଧିକ ମାମଲା ପଞ୍ଜିକୃତ ହୋଇଛି। ଏଥିମଧ୍ୟରେ ହତ୍ୟା, ହତ୍ୟା ଉଦ୍ୟମ, ନିଶା କାରବାର ତଥା ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଅନ୍ତର୍ଭୁକ୍ତ। ସେପ୍ଟେମ୍ବର ୨ରେ ପାକିସ୍ତାନରୁ ଡ୍ରଗ୍ସ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ମାମଲାରେ ହରିକେ ପୋଲିସ ଷ୍ଟେସନରେ ପଞ୍ଜିକୃତ ହୋଇଥିବା ଏଫଆଇଆରରେ ଲାଣ୍ଡାର ଅପରାଧିକ ଇତିହାସ ବାବଦରେ ସୂଚନା ରହିଛି ।  ଏଫଆଇଆରରେ କୁହାଯାଇଛି ଯେ ଲାଣ୍ଡା କାନାଡାରୁ ତା’ର ଗ୍ୟାଙ୍ଗ ଚଳାଉଛି ।  ଡ୍ରୋନ ମାଧ୍ୟମରେ ପାକିସ୍ତାନରୁ ଭାରତ ସୀମାକୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ଡ୍ରଗ୍ସ ଭାରତକୁ ଲାଣ୍ଡା ଆଣିଥାଏ । ଏହି ଗ୍ୟାଙ୍ଗରେ ନାଚତର ସିଂ ଓରଫ ମୋତି, ସତ୍ୟନମ ସିଂ, ଗୁରୁକିରାଟ ସିଂ, ଅନମୋଲଦୀପ ସୋନି, ଚରତ ସିଂ, ଗୁରୁଜନ୍ତ ସିଂ, ମହାବୀର ସିଂ, ସୁଖଦେବ ସିଂ ଏବଂ ଦଲଜିତ ସିଂଙ୍କ ଭଳି ଗ୍ୟାଙ୍ଗଷ୍ଟର ଅଛନ୍ତି। ଏମାନେ ସମସ୍ତେ ତରନ ତାରନ ଜିଲ୍ଲାର ବିଭିନ୍ନ ଗାଁର ବାସିନ୍ଦା ।

{}{}