Hindi News >>Home >>Zee Odisha

Darshan Hiranandani: ଜାଣନ୍ତୁ କିଏ ସେହି ଦର୍ଶନ ହିରାନନ୍ଦାନୀ ଯାହାଙ୍କ ପାଇଁ ଚାଲିଗଲା ମହୁଆଙ୍କ ସାଂସଦ ପଦ

  ଟିଏମସି  ସାଂସଦ ମହୁଆ ମୋଇତ୍ରଙ୍କୁ କ୍ୟାଶ୍ ଫର କ୍ୟୁରି(ଟଙ୍କା ବଦଳରେ ପ୍ରଶ୍ନ) ମାମଲାରେ ଲୋକସବା ସଦସ୍ୟତା ହରାଇବାକୁ ପଡ଼ିଛି । ଏଥିକ୍ସ କମିଟି ରିପୋର୍ଟ ପରେ ତାଙ୍କ ସଦସ୍ୟତା ବାତିଲ କରାଯାଇଛି । ମୋଇତ୍ରାଙ୍କ ବିରୋଧରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା। ସେ ବ୍ୟବସାୟୀ ଦାର୍ଶନ ହିରାନନ୍ଦାନୀଙ୍

Advertisement
SOCIAL MEDIA
Stop
Zee Odisha Desk|Updated: Dec 08, 2023, 07:17 PM IST

Darshan Hiranandani: 

ଟିଏମସି  ସାଂସଦ ମହୁଆ ମୋଇତ୍ରଙ୍କୁ କ୍ୟାଶ୍ ଫର କ୍ୟୁରି(ଟଙ୍କା ବଦଳରେ ପ୍ରଶ୍ନ) ମାମଲାରେ ଲୋକସବା ସଦସ୍ୟତା ହରାଇବାକୁ ପଡ଼ିଛି । ଏଥିକ୍ସ କମିଟି ରିପୋର୍ଟ ପରେ ତାଙ୍କ ସଦସ୍ୟତା ବାତିଲ କରାଯାଇଛି । ମୋଇତ୍ରାଙ୍କ ବିରୋଧରେ ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ହୋଇଥିଲା। ସେ ବ୍ୟବସାୟୀ ଦାର୍ଶନ ହିରାନନ୍ଦାନୀଙ୍କଠାରୁ ଟଙ୍କା ନେଇ ସଂସଦରେ ପ୍ରଶ୍ନ ଉଠାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ହୋଇଥିଲା ଯେ, ମହୁଆ ଟଙ୍କା ନେଇ ସଂସଦରେ ଦର୍ଶନ ହିରାନନ୍ଦାନୀ ଏବଂ ତାଙ୍କ କମ୍ପାନୀକୁ  ଲାଭବାନ କରିବା ପାଇଁ ପ୍ରଶ୍ନ ପଚାରିଥିଲେ। ସଂସଦରୁ ମହୁଆଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବ ଧ୍ୱନୀମତରେ ପାରିତ ହୋଇଥିଲା ଏବଂ ଏହା ସହିତ ସେ ନିଜ ସଦସ୍ୟତା ହରାଇଥିଲେ ।  ବିତର୍କ ସମୟରେ ବିଜେପି ସାଂସଦ ହିନା ଗାବିଟ କହିଥିଲେ ଯେ ମହୁଆ ଲୋକସଭାରେ ପଚାରିଥିବା ମୋଟ ୬୧ ଟି ପ୍ରଶ୍ନ ମଧ୍ୟରୁ ୫୦ ଥର ଦର୍ଶନ ହିରାନନ୍ଦାନୀଙ୍କ ପ୍ରଶ୍ନ ପଚାରିଛନ୍ତି। ମହୁଆ ନିଜେ  ହିରାନନ୍ଦାନୀଙ୍କୁ ଲଗଇନ୍ ଏବଂ ପାସୱାର୍ଡ ଦେଇଥିବା କଥା ଏଥିକ୍ସ କମିଟି ାଗରେ ମାନିଛନ୍ତି। ତେବେ ଏହି ସମଗ୍ର ଘଟଣାରେ ବାରମ୍ବାର ଆସିଥିବା ଗୋଟିଏ ନାମ ହେଉଛି ଦର୍ଶନ ହିରାନନ୍ଦାନୀ । ଏମିତିରେ ଆପଣଙ୍କ ମନକୁ ମଧ୍ୟ ପ୍ରଶ୍ନ ଆସୁଥିବ ଯେ,ଏହି ଦର୍ଶନ ହିରାନନ୍ଦାନୀ କିଏ? ସେ କ’ଣ କରନ୍ତି ଏବଂ ସେ କେମିତି ଏହି ମାମଲା ସହିତ ସଂପୃକ୍ତ ? ଆସନ୍ତୁ ଜାଣିବା ଉତ୍ତର ।

ଦର୍ଶନ ହିରାନନ୍ଦାନୀ କିଏ?

ଦର୍ଶନ ହିରାନନ୍ଦାନୀ ଦେଶର ଜଣେ ବଡ ବ୍ୟବସାୟୀ। ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ସେ ଏକ ବଡ ନାମ | ହିରାନନ୍ଦାନୀ ଗ୍ରୁପ୍ ରିଏଲ୍ ଇଷ୍ଟେଟ୍ କମ୍ପାନୀର ସିଇଓ ଦର୍ଶନ ହିରାନନ୍ଦାନୀ ମହୁଆଙ୍କୁ ତାଙ୍କ କମ୍ପାନୀକୁ ଲାଭ ଦେବା ଭଳି ପ୍ରଶ୍ନ କରିବା ପାଇଁ  ଟଙ୍କା ଦେଉଥିଲେ ।  ସଂସଦରେ ଆଦାନୀଙ୍କ ବିଷୟରେ ପ୍ରଶ୍ନ ଉଠାଇବା ପାଇଁ ଦର୍ଶନ ମହୁଆଙ୍କୁ ଟଙ୍କା ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ତାଙ୍କ ନାମ ପଦାକୁ ଆସିଲା। ଦର୍ଶନଙ୍କ କମ୍ପାନୀର ଅଧିକାଂଶ ବ୍ୟବସାୟ ମୁମ୍ବାଇରେ ଅଛି । ଦର୍ଶନଙ୍କ ପିତା ନିରଂଜନ ହିରାନନ୍ଦାନୀ ଏହି କମ୍ପାନୀର ପ୍ରତିଷ୍ଠାତା ଅଟନ୍ତି। ଆବାସିକ ଟାଉନସିପ୍ ଠାରୁ ଆଇଟି ପାର୍କ, ବ୍ୟବସାୟ ପାର୍କ, ମଲ୍ ପର୍ଯ୍ୟନ୍ତ ଭିତ୍ତିଭୂମି ବିକାଶରେ ହିରାନନ୍ଦାନି ଗ୍ରୁପ୍ ଜଡିତ ରହିଛି ।

କମ୍ପାନୀର ଅନେକ ପ୍ରକଳ୍ପ ମଧ୍ୟ ମହାରାଷ୍ଟ୍ର ବାହାରେ ଚାଲିଛି । ମୁମ୍ବାଇ ବ୍ୟତୀତ ବାଙ୍ଗାଲୋର ଏବଂ ଚେନ୍ନାଇରେ କମ୍ପାନୀର ଅନେକ ବଡ ପ୍ରକଳ୍ପ ଚାଲିଛି। ରିଅଲ୍ ଇଷ୍ଟେଟ୍ ବ୍ୟତୀତ କମ୍ପାନୀ ଡାଟା ସେଣ୍ଟର୍, ତୈଳ ଏବଂ ଗ୍ୟାସ୍ କ୍ଷେତ୍ର, ସେମିକଣ୍ଡକ୍ଟର ଏବଂ ଉପଭୋକ୍ତା ସେବାରେ ଦ୍ରୁତ ଗତିରେ ବିସ୍ତାର କରୁଛି । ହେନାନନ୍ଦାନୀ ଗ୍ରୁପର ଦର୍ଶନ ମଧ୍ୟ ନିଦର ଗ୍ରୁପ୍, ୟୋଟା ଡାଟା ସର୍ଭିସେସ୍, ଏଚ୍ ଏନର୍ଜି ଏବଂ ତେଜ୍ ପ୍ଲାଟଫର୍ମର ମୁଖ୍ୟ ଅଟନ୍ତି । ଏହି କମ୍ପାନୀଗୁଡିକ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରନ୍ତି ।

ପାକିସ୍ତାନରୁ ଆସିଥିଲା ହିରାନନ୍ଦାନୀ ପରିବାର

ହିରାନନ୍ଦାନୀ ପରିବାରର ଇତିହାସ ପାକିସ୍ତାନ ସହିଜ ଜଡ଼ିତ ।  ଦର୍ଶନ ହିରାନନ୍ଦାନୀଙ୍କ ଜେଜେବାପା ଲାଖୁମଲ ହିରାନନ୍ଦାନୀ ପାକିସ୍ତାନରେ ରହୁଥିଲେ। ପରିବାର ସହ ବିବାଦ ପରେ ସେ ସିନ୍ଧ (ପାକିସ୍ଥାନ) ଛାଡି ଭାରତରେ ଅବସ୍ଥାନ କରିଥିଲେ। 1937 ମସିହାରେ, ଲାଖୁମଲ ହିରାନନ୍ଦାନୀ ଆସି ମୁମ୍ବାଇରେ ବସବାସ କଲେ ।୧୯୪୨ ମସିହାରେ ସେ ମୁମ୍ବାଇର ଟୋପିୱାଲା ନ୍ୟାସନାଲ ମେଡିକାଲ କଲେଜରୁ ସ୍ନାତକ ହାସଲ କରିଥିଲେ ଏବଂ ପରବର୍ତ୍ତୀ ଅଧ୍ୟୟନ ପାଇଁ ସେ ଲଣ୍ଡନ ଯାଇଥିଲେ। ଅଧ୍ୟୟନ ପରେ ସେ ଭାରତକୁ ଫେରିଆସିଥିଲେ। ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ସର୍ଜନ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ହିରାନନ୍ଦାନୀ ଫାଉଣ୍ଡେସନ୍ ଟ୍ରଷ୍ଟ ଆରମ୍ଭ କରିଥିଲେ । ସେ ଏହି ଟ୍ରଷ୍ଟ ମଧ୍ୟରେ ଏକ ସ୍କୁଲ ଚଳାଉଥିଲେ । ଅଙ୍ଗ ଦାନ ନେଇ ସେ ଲୋକଙ୍କ ମଧ୍ୟରେ  ସଚେତନତା ପାଇଁ  ବହୁତ କାମ କରିଥିଲେ । ଚିକିତ୍ସା ଏବଂ ସାମାଜିକ ସଚେତନତା ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ୧୯୭୨ ମସିହାରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।୨୦୧୩ ରେ ତାଙ୍କର ମୃତ୍ୟୁ ପରେ, ପୁଅ ନିରଂଜନ ହିରାନନ୍ଦାନୀ ଏବଂ ସୁରେନ୍ଦ୍ର ହିରାନନ୍ଦାନୀ ଗୋଷ୍ଠୀର ବ୍ୟାବସାୟ ସମ୍ଭାଳିଥିଲେ ।

ଏହି କ୍ଷେତ୍ରଗୁଡିକରେ କାମକରେ ହିରାନନ୍ଦାନୀ ଗ୍ରୁପ

ନ୍ୟୁୟର୍କର ରୋଚେଷ୍ଟର ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ଦର୍ଶନ BSc ଏବଂ MBA ଡିଗ୍ରୀ ହାସଲ କରିଛନ୍ତି । ଅଧ୍ୟୟନ ପରେ ସେ ପାରିବାରିକ ବ୍ୟବସାୟରେ ଯୋଗ ଦେଇଥିଲେ । ଦର୍ଶନ ହିରାନନ୍ଦାନୀ ଗ୍ରୁପର ରିଏଲ୍ ଇଷ୍ଟେଟ୍ ବ୍ୟବସାୟକୁ ଆନ୍ତର୍ଜାତୀୟ ସ୍ତରକୁ ନେଇଛନ୍ତି। ରିଅଲ୍ ଇଷ୍ଟେଟ୍ ବ୍ୟତୀତ ସେ ଡାଟା ସେଣ୍ଟର୍, କ୍ଲାଉଡ୍ କମ୍ପ୍ୟୁଟିଂ, ଶକ୍ତି କ୍ଷେତ୍ର, ଲଜିଷ୍ଟିକ୍ ସେକ୍ଟରରେ କମ୍ପାନୀକୁ ବିସ୍ତାର କରିଛନ୍ତି ।

Read More
{}{}