Hindi News >>Home >>Zee Odisha

AI Ramlala:କିଏ କଲା ଏମିତି ? ପ୍ରଭୁ ଶ୍ରୀରାମଙ୍କ ପ୍ରତୀମାର ଏଆଇ ଅବତାର ଦେଖି ଭକ୍ତିରେ ବିଭୋର ସୋସିଆଲ ମିଡିଆ

ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠାକୁ ନେଇ ପୁରା ଦେଶ ବିଭୋର ଅଛି। ଭଗବାନ ଶ୍ରୀରାମଙ୍କ ବାଳୁତ ରୂପକୁ ଦେଖି ରାମଭକ୍ତ ବିଭୋର। ରାଜନୈତିକ ନେତାଙ୍କଠାରୁ ଅଭିନେତା ଶିଳ୍ପପତି ପୁଣି ସାଧାରଣ ବ୍ୟକ୍ତି ସମସ୍ତେ ରାମଭକ୍ତିରେ ବିଭୋର। ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମାର ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବ

Advertisement
SOCIAL MEDIA
Stop
Zee Odisha Desk|Updated: Jan 23, 2024, 11:03 PM IST

AI Ramlala:

ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠାକୁ ନେଇ ପୁରା ଦେଶ ବିଭୋର ଅଛି। ଭଗବାନ ଶ୍ରୀରାମଙ୍କ ବାଳୁତ ରୂପକୁ ଦେଖି ରାମଭକ୍ତ ବିଭୋର। ରାଜନୈତିକ ନେତାଙ୍କଠାରୁ ଅଭିନେତା ଶିଳ୍ପପତି ପୁଣି ସାଧାରଣ ବ୍ୟକ୍ତି ସମସ୍ତେ ରାମଭକ୍ତିରେ ବିଭୋର। ଏହାରି ଭିତରେ ପ୍ରଭୁ ଶ୍ରୀରାମଙ୍କ ପ୍ରତୀମାର ଏଆଇ(ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରଭୁ ଶ୍ରୀରାମଙ୍କ କଥାକୁହା ପ୍ରତୀମା

ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହୋଇଥିବା 51 ଇଂଚର ପ୍ରତୀମାର ଏକ ଏଆଇ ଭିଡିଓ  ଇଣ୍ଟରନେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଭିଡିଓ କିଏ ତିଆର କରିଛି ତାହା ଜଣା ପଡିନାହିଁ କିନ୍ତୁ ୟୁଜର୍ସଙ୍କୁ ଏହା ବେସ ପସନ୍ଦ ଆସିଛି। ପ୍ରଭୁ ଶ୍ରୀରାମଙ୍କ କଥାକୁହା ଆଖି ଇଣ୍ଟରନେଟରେ ଯାଦୁ ସୃଷ୍ଟି କରିଛି। ଏହି ଭିଡିଓର ବିଭିନ୍ନ ଭର୍ସନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେଉଁଥିରେ ଶ୍ରୀରାମଙ୍କ ଆଖି ପଲକ ପକାଉଛି ଓ ସ୍ମିତହାସ୍ୟ ଦେଉଛନ୍ତି ତ କେଉଁଥିରେ ସେ ନିଜ ଭକ୍ତଙ୍କୁ ପ୍ରକୃତ ତ୍ୟାଗ କରିବାକୁ ଆହ୍ୱାନ କରୁଛନ୍ତି।

ସୂଚନାଯୋଗ୍ୟ ଯେ, ଶ୍ରୀରାମ ଲଲ୍ଲାଙ୍କ ଏହି ପ୍ରତୀମାକୁ କର୍ଣ୍ଣାଟକ ମୂର୍ତ୍ତିକାର ଅରୁଣ ଯୋଗୀ ନିର୍ମାଣ କରିଛନ୍ତି। ତିନୋଟି ପ୍ରତିମା ମଧ୍ୟରୁ ତାଙ୍କ ତିଆରି ପ୍ରତିମାକୁ ମନ୍ଦିର ଟ୍ରଷ୍ଟ ଗର୍ଭଗୃହରେ ପ୍ରତିଷ୍ଠା ପାଇଁ ବାଛିଥିଲେ। ଏହି ପ୍ରତୀମା 60 ମିଲିୟନ ବର୍ଷ ପୁରୁଣା କୃଷ୍ଣ ପଥରରେ ନିର୍ମିତ। ଯାହାକୁ ନେପାଳରୁ ଅଣାଯାଇଥିଲା। ଗୌରାଙ୍ଗ ଶ୍ରୀରାମଙ୍କ ପ୍ରତୀମା ତିଆରି କରିଥିବା ଯୋଗୀରାଜ ନିଜକୁ ଏଥିପାଇଁ ଦୁନିଆର ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବୋଲି କହି ସାରିଲେଣି।

Read More
{}{}