Hindi News >>Home >>Zee Odisha

75th republic day:ଭାରତଠାରୁ ଗୋଟିଏ ଦିନ ଆଗରୁ ସ୍ୱାଧିନ ହୋଇଥିଲା ଏହି ଦେଶ,କିନ୍ତୁ ସମ୍ବିଧାନ ପ୍ରଣୟନକୁ ଲାଗିଗଲା ୨୬ ବର୍ଷ

ଭାରତ ଆଜି 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଆଜିର ଦିନରେ 1950 ମସିହାରେ ଭାରତ ତାର ସମ୍ବିଧାନକୁ କାର୍ଯ୍ୟକାରୀ କରିଥିଲା। ଯାହାକୁ ମନେ ରଖିବା ପାଇଁ ସାଧାରଣତନ୍ତ୍ର ଦିବସ ପାଳିତ ହୁଏ। ସମ୍ବିଧାନ ପ୍ରଣୟନ ପରେ  ଭାରତ ଏକ ସାର୍ବଭୌମ ଗଣତାତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହା ଏକ ଜାତୀୟ ପର୍ବ ଭାବରେ ପାଳନ କରାଯା

Advertisement
SOCIAL MEDIA
Stop
Zee Odisha Desk|Updated: Jan 26, 2024, 10:44 PM IST

75th republic day:

ଭାରତ ଆଜି 75 ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। ଆଜିର ଦିନରେ 1950 ମସିହାରେ ଭାରତ ତାର ସମ୍ବିଧାନକୁ କାର୍ଯ୍ୟକାରୀ କରିଥିଲା। ଯାହାକୁ ମନେ ରଖିବା ପାଇଁ ସାଧାରଣତନ୍ତ୍ର ଦିବସ ପାଳିତ ହୁଏ। ସମ୍ବିଧାନ ପ୍ରଣୟନ ପରେ  ଭାରତ ଏକ ସାର୍ବଭୌମ ଗଣତାତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା । ଏହା ଏକ ଜାତୀୟ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ପ୍ରତିବର୍ଷ କର୍ତବ୍ୟ ପଥରେ  ପରେଡ୍ ର ଆୟୋଜନ କରାଯାଏ । ଏହି ପରେଡ୍ ରାଷ୍ଟ୍ରପତି ଭବନରୁ ଆରମ୍ଭ ହୋଇ ନ୍ୟାସନାଲ ଷ୍ଟାଡିୟମ ଯାଏ, କିନ୍ତୁ ଆପଣ କେବେ ଭାବିଛନ୍ତି କି ପାକିସ୍ତାନରେ କେବେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଏ ।

୧୯୪୭ମସିହାରେ ଉଭୟ ଭାରତ ଓ ପାକିସ୍ତାନ ଏକାଠି ସ୍ୱାଧୀନତା ପାଇଥିଲେ। ପାକିସ୍ତାନ ଭାରତଠାରୁ ଗୋଟିଏ ଦିନ ଆଗରୁ ନିଜକୁ ସ୍ୱାଧିନ ଘୋଷଣା କରିଥିଲା। ତେଣୁ ପାକିସ୍ତାନ  ଅଗଷ୍ଟ ୧୪ ରେ ସ୍ୱାଧୀନତା ଦିବସ ପାଳନ କରିଥାଏ।  ଭାରତୀୟ ସ୍ୱାଧୀନତା ଆଇନ ଅନୁଯାୟୀ ପାକିସ୍ତାନର ସ୍ୱାଧୀନତା ଦିବସ ଅଗଷ୍ଟ ୧୫। ଏଥିସହିତ ଜିନ୍ନା ମଧ୍ୟ ଅଗଷ୍ଟ ୧୫ରେ ପାକିସ୍ତାନ ଗଠନ ନେଇ ଘୋଷଣା କରିଥିଲେ। କିନ୍ତୁ ପରେ ଭାରତଠାରୁ ଗୋଟିଏ ଦିନ ଆଗରୁ ସ୍ୱାଧିନତା ଘୋଷଣା କରିବାକୁ ପାକିସ୍ତାନ ନିଷ୍ପତି ନେଇଥିଲା। ଉଭୟ ଦେଶର ରାଜନୈତିକ ପରମ୍ପରା ସମାନ ଥିଲା,ଉଭୟ ଗୋଟିଏ ଦିନରେ ସ୍ୱାଧିନତା ପାଇଥିଲେ କହିଲେ ଭୁଲ ହେବ ନାହିଁ କିନ୍ତୁ ଭାରତ ଯେଉଁଠି ସ୍ୱାଧିନତା ପ୍ରାପ୍ତିର ମାତ୍ର 3 ବର୍ଷ ପରେ ନିଜ ସମ୍ବିଧାନ ପ୍ରଣୟନ କରିପାରିଥିଲା ସେଇଠି ପାକିସ୍ତାନକୁ  ସମ୍ବିଧାନ ଗ୍ରହଣ କରିବାକୁ  ୨୬ ବର୍ଷ ଲାଗିଯାଇଥିଲା।

ପାକିସ୍ତାନରେ ପ୍ରଥମ ସମ୍ବିଧାନ କେବେ ପ୍ରଣୟନ ହୋଇଥିଲା?

୧୯୪୭ମସିହାରେ ପାକିସ୍ତାନ ଗଠନ ହୋଇଥିଲେ ହେଁ ୧୯୫୬ ମାର୍ଚ୍ଚ ୨୩ତାରିଖରେ ଦେଶରେ ପ୍ରଥମ ଥର ପାଇଁ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ଯଦିଓ ଏଥିରେ ଅନେକ ପରିବର୍ତ୍ତନ ହୋଇଛି କିନ୍ତୁ ପ୍ରଥମ ସମ୍ବିଧାନ ପାରିତ ହେବା କାରଣରୁ ପ୍ରତିବର୍ଷ ମାର୍ଚ୍ଚ ୨୩କୁ ଦେଶରେ ପାକିସ୍ତାନ ଦିବସ ଭାବରେ ପାଳନ କରାଯାଏ । ମାର୍ଚ୍ଚ ୨୩ରେ ପାକିସ୍ତାନକୁ ଆନୁଷ୍ଠାନିକ ଭାବେ ଇସ୍ଲାମିକ ରାଷ୍ଟ୍ର ଘୋଷଣା କରାଯାଇଥିଲା। ସ୍ୱାଧୀନତାର ମାତ୍ର କିଛି ମାସ ପରେ ପାକିସ୍ତାନରେ ସମ୍ବିଧାନ ଗୃହୀତ ହୋଇଥାନ୍ତା, କିନ୍ତୁ ୧୧ ସେପ୍ଟେମ୍ବର ୧୯୪୮ରେ ଜିନ୍ନାଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ହିଁ ପାକିସ୍ତାନରେ ନେତୃତ୍ୱ ସଙ୍କଟ ଗଭୀର ହେବାରେ ଲାଗିଥିଲା ।

୧୯୫୧ମସିହାରେ ପାକିସ୍ତାନରେ ଏକ ସାମରିକ ବିଦ୍ରୋହ ଉଦ୍ୟମ ହୋଇଥିଲା। ୧୯୫୬ମସିହାରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ପାକିସ୍ତାନ ଏହାର ସମ୍ବିଧାନଗ୍ରହଣ କରିଥିଲା। ତେବେ ନିର୍ବାଚନ ପୂର୍ବରୁ ୧୯୫୮ମସିହାରେ ସେନା ମାର୍ଶାଲ ଲ' ଲାଗୁ କରି ସମ୍ବିଧାନ ଭଙ୍ଗ କରି ବିଦ୍ରୋହ କରିଥିଲା। ଏହାପରେ ପାକିସ୍ତାନସେନାର ମୁଖ୍ୟ ଜେନେରାଲ ମହମ୍ମଦ ଆୟୁବ ଖାନ କ୍ଷମତାକୁ ଆସିଥିଲେ । ଆୟୁବ ଖାନ୍ ୧୯୬୯ ପର୍ଯ୍ୟନ୍ତ ପାକିସ୍ତାନର ରାଷ୍ଟ୍ରପତି ଥିଲେ। ଆୟୁବଙ୍କ କାର୍ଯ୍ୟକାଳ ରେ ହିଁ ୧୯୬୨ ମସିହାରେ ଦେଶକୁ ଏକ ନୂତନ ସମ୍ବିଧାନ ମିଳିଥିଲା । ଏହାପରେ ୧୯୬୯ରେ ଆୟୁବ ଖାନ ଏହି ପଦରୁ ଇସ୍ତଫା ଦେଇଥିଲେ। ଆୟୁବ ଖାନ୍ ଙ୍କ ପରେ ଜେନେରାଲ ୟାହାୟା ଖାନ୍ ପାକିସ୍ତାନର ରାଷ୍ଟ୍ରମୁଖ୍ୟ ହୋଇଥିଲେ।  ୧୯୭୦ମସିହାରେ ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ହୋଇଥିଲା। ୧୯୭୨ ମସିହାରେ ନିର୍ବାଚନ ଆଧାରରେ ବିଧାନସଭା ଗଠନ ହୋଇଥିଲା। ୧୯୭୩ ମସିହା ଏପ୍ରିଲ ୧୦ ତାରିଖରେ କମିଟି ସମ୍ବିଧାନ ପାଇଁ ପ୍ରସ୍ତାବ ଉପସ୍ଥାପନ କରିବା ପରେ ୧୯୭୩ ମସିହା ଅଗଷ୍ଟ ୧୪ ତାରିଖରେ ପୁଣି ଥରେ ନୂଆ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା। ପାକିସ୍ତାନର ସମ୍ବିଧାନକୁ ଆଇନ୍-ଏ-ପାକିସ୍ତାନ ଏବଂ ଦସ୍ତୁର-ଏ-ପାକିସ୍ତାନ କୁହାଯାଏ ।

Read More
{}{}