Hindi News >>Home >>Zee Odisha

Italy PM Meloni:କ’ଣ ପାଇଁ ୟୁରୋପୀୟ ରାଷ୍ଟ୍ରମାନେ ମୁସଲମାନଙ୍କୁ ଶରଣ ଦେବାକୁ ଅମଙ୍ଗ ହେଉଛନ୍ତି ?

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଯେ ୟୁରୋପରେ ଇସଲାମ ପାଇଁ କୌଣସି ସ୍ଥାନ ନାହିଁ। ୟୁରୋପ ଏବଂ ଇସଲାମର ସଂସ୍କୃତି ପରସ୍ପର ସହିତ ଆଦୌ ମେଳ ଖାଆନ୍ତି ନାହିଁ ।  ଆମର ସଭ୍ୟତା ସେମାନଙ୍କ ସହିତ ମେଳ ଖାଉ ନାହିଁ । ୟୁରୋପରେ ଇସଲାମର ପ୍ରଚାର ପ୍ରସାର ପାଇଁ  କାର୍ଯ୍ୟ ଚା

Advertisement
SOCIAL MEDIA
Stop
Zee Odisha Desk|Updated: Dec 19, 2023, 08:03 PM IST

Italy PM Meloni:

ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି ଯେ ୟୁରୋପରେ ଇସଲାମ ପାଇଁ କୌଣସି ସ୍ଥାନ ନାହିଁ। ୟୁରୋପ ଏବଂ ଇସଲାମର ସଂସ୍କୃତି ପରସ୍ପର ସହିତ ଆଦୌ ମେଳ ଖାଆନ୍ତି ନାହିଁ ।  ଆମର ସଭ୍ୟତା ସେମାନଙ୍କ ସହିତ ମେଳ ଖାଉ ନାହିଁ । ୟୁରୋପରେ ଇସଲାମର ପ୍ରଚାର ପ୍ରସାର ପାଇଁ  କାର୍ଯ୍ୟ ଚାଲିଛି। ଭିଡିଓରେ ସେ ସାଉଦି ଆରବର ନାମ ନେଇ କହିଛନ୍ତି ଯେ ଏହି ଦେଶ ଇଟାଲୀରେ ଇସଲାମିକ ସାଂସ୍କୃତିକ କେନ୍ଦ୍ରଗୁଡିକୁ ଅର୍ଥ ପ୍ରଦାନ କରୁଛି। ସାଉଦିରେ ଶାରିଆ ନିୟମ ପ୍ରଯୁଜ୍ୟ । ସେ କହିଛନ୍ତି, ଶାରିଆର ଅର୍ଥ ହେଉଛି ଧର୍ମତ୍ୟାଗ ଏବଂ ସମଲିଙ୍ଗୀ ସମ୍ପର୍କ ପାଇଁ ମୃତ୍ୟୁଦଣ୍ଡ ।

ପ୍ରଧାନମନ୍ତ୍ରୀ ଜର୍ଜିଆଙ୍କ ଭିଡିଓ ଭାଇରାଲ ହେବା ପରେ ୟୁରୋପରେ ମୁସଲମାନ ଜନସଂଖ୍ୟା ପ୍ରସଙ୍ଗ ପୁଣି ଥରେ ଉଠିଛି। ୟୁରୋପୀୟ ଦେଶମାନଙ୍କରେ ମୁସଲମାନ ଜନସଂଖ୍ୟା କିଛି କମ୍ ନୁହେଁ । ଏବେ ଅନେକ ୟୁରୋପୀୟ ରାଷ୍ଟ୍ରରେ ମୁସଲିମଙ୍କ ବସବାସ ବିରୋଧରେ ମତ ପ୍ରକାଶ ପାଉଚି । ଆସନ୍ତୁ ଜାଣିବା ୟୁରୋପରେ ଏବେ ମୁସଲମାନଙ୍କ ସଂଖ୍ୟା କେତେ ଏବଂ ସାମ୍ପ୍ରତିକ ପରିସ୍ଥିତି କ’ଣ?

ୟୁରୋପରେ ୨.୬୦ କୋଟିରୁ ଅଧିକ ମୁସଲମାନ

ଏକ ରିପୋର୍ଟ ଅନୁଯାୟୀ, ୟୁରୋପରେ ୨.୬୦ କୋଟିରୁ ଅଧିକ ମୁସଲମାନ ବାସ କରନ୍ତି। ୟୁରୋପର ଜନସଂଖ୍ୟାର ୫ ପ୍ରତିଶତରୁ ଅଧିକ ମୁସଲମାନ ।ସେମାନଙ୍କ ମଧ୍ୟରୁ ସର୍ବାଧିକ ସଂଖ୍ୟା ଫ୍ରାନ୍ସରେ ରୁହନ୍ତି । ବିଶେଷ କଥା ହେଉଛି ସେଠାରେ ହୋଇଥିବା  ଅନେକ ସର୍ଭେ ରିପୋର୍ଟ ଅନୁସାରେ ୨୦୫୦ ସୁଦ୍ଧା ସେମାନଙ୍କ ଜନସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବ।

ଆମେରିକାର ଥିଙ୍କଟ୍ୟାଙ୍କ ପ୍ୟୁ ରିସର୍ଚ୍ଚ ସେମାନଙ୍କ ଜନସଂଖ୍ୟା ବିଷୟରେ ଏକ ଆକଳନ ରିପୋର୍ଟ ଦେଇଛି। ରିପୋର୍ଟରେ କୁହାଯାଇଛି ଯେ ୨୦୩୦ ସୁଦ୍ଧା ୟୁରୋପ ଜନସଂଖ୍ୟାର ୭.୫ ପ୍ରତିଶତ ଲୋକ ମୁସଲମାନ ହେବେ।

ପ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟରେ କୁହାଯାଇଛି ଯେ ୨୦୨୩ରେ ଫ୍ରାନ୍ସରେ ୟୁରୋପରେ ସର୍ବାଧିକ ମୁସଲମାନ ରୁହନ୍ତି । ଫ୍ରାନ୍ସରେ ସେମାନଙ୍କ ସଂଖ୍ୟା ୫୭.୨ ଲକ୍ଷ । ଏହା ପରେ ଜର୍ମାନୀ (୪୯.୫ ଲକ୍ଷ), ବ୍ରିଟେନ (୪୧.୩ ଲକ୍ଷ), ଇଟାଲୀ (୨୮.୭ ଲକ୍ଷ), ନେଦରଲ୍ୟାଣ୍ଡ (୧୨.୧ ଲକ୍ଷ), ସ୍ପେନ (୧୧.୮ ଲକ୍ଷ), ବେଲଜିୟମ (୮.୭ ଲକ୍ଷ), ସ୍ୱିଡେନ (୮.୧ ଲକ୍ଷ), ବୁଲଗେରିଆ (୭.୯ ଲକ୍ଷ) ଏବଂ ଗ୍ରୀସ୍ (୬.୨ ଲକ୍ଷ) ।

ଫ୍ରାନ୍ସରେ ମୁସଲମାନ ବନାମ ଅଣମୁସଲମାନ ସଂଘର୍ଷ

ଯଦି ଆମେ ଜନସଂଖ୍ୟାକୁ ଦେଖିବା ତେବେ ଫ୍ରାନ୍ସରେ ସର୍ବାଧିକ ମୁସଲମାନ ଅଛନ୍ତି । ସମଗ୍ର ୟୁରୋପରେ ମୁସଲମାନମାନେ ହିଂସାତ୍ମକ ଦଙ୍ଗାର ପରବର୍ତ୍ତି ଶିକାର ହୋଇଥାନ୍ତି । ନିକଟରେ ନାହେଲ ଏମ ନାମକ ନାଇଜେରୀୟଙ୍କ ମୃତ୍ୟୁ ପରେ ପୁରା ଫ୍ରାନ୍ସରେ ହିଂସା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ଜୁଲାଇରେ ପ୍ୟାରିସରେ ଆଲଜେରିଆର 17 ବର୍ଷ ବୟସ୍କା ନାହେଲ ଏମଙ୍କ ମୃତ୍ୟୁକୁ ନେଇ ମୁସଲମାନଙ୍କ ମଧ୍ଯରେ ଦେଖାଦେଇଥିବା ଆକ୍ରୋଶ ହିଂସାର ରୂପ ନେଇଥିଲା । ଯାହା ବିଭିନ୍ନ ସହରକୁ ବ୍ୟାପିଥିଲା । ଯେଉଁଥିରେ କୋଟିକୋଟି ଟଙ୍କାର ସମ୍ପତି ଓ ଧନଜୀବନ ନଷ୍ଟ ହୋଇତିଲା । 

ଫ୍ରାନ୍ସର ଅନେକ ସହରରେ ପରିସ୍ଥିତି ଗୃହଯୁଦ୍ଧ ପରି ହୋଇଥିଲା। ପରିସ୍ଥିତି ଏପରି ହେଲା ଯେ ଫ୍ରାନ୍ସ ସରକାରଙ୍କୁ ପ୍ରାୟ 45 ହଜାର ପୋଲିସ ନିୟୋଜିତ କରିବାକୁ ପଡିଲା। ଏକ ସପ୍ତାହରୁ ଅଧିକ ସମୟ ଧରି ହିଂସା ଜାରି ରହିଥିଲା। 3 ହଜାରରୁ ଅଧିକ ଦଙ୍ଗାକାରୀଙ୍କୁ ଗିରଫ କରାଯାଇଥିଲା।

ୟୁରୋପରେ ବଢିଛି ଇସଲାମିକ ଆତଙ୍କବାଦୀ ଆକ୍ରମଣ

ୟୁରୋପ, ବିଶେଷକରି ଫ୍ରାନ୍ସ, ଗତ କେଇ ବର୍ଷ ଧରି  ଇସଲାମୀୟ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଆସିଛି। ଏଥିରୁ  ଶିକ୍ଷା ଗ୍ରହଣ କରି ଅନେକ ୟୁରୋପୀୟ ଦେଶ ମୁସଲମାନମାନଙ୍କଠାରୁ ଦୂରେଇ ଯାଉଛନ୍ତି। ଇଟାଲୀର ପ୍ରଧାନମନ୍ତ୍ରୀଙ୍କ ଭିଡିଓ ମଧ୍ୟ ସମାନ ବିଷୟ ଆଡକୁ ଇଙ୍ଗିତ କରୁଛି ।  ଫ୍ରାନ୍ସରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ଅନେକ ୟୁରୋପୀୟ ରାଷ୍ଟ୍ର ଏହି ସମ୍ପ୍ରଦାୟଠାରୁ ଦୂରତା ବଜାୟ ରଖିବା ଆରମ୍ଭ କରିଥିଲେ । ଯେମିତି ପୋଲାଣ୍ଡ ଭଳି ଦେଶ  ମୁସଲମାନ ଶରଣାର୍ଥୀଙ୍କୁ ଆଶ୍ରୟ ଦେବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଛି।

ପୋଲାଣ୍ଡରେ ମିଡିଆ ରିପୋର୍ଟ ଅନୁସାରେ ସେଠାରେ କେବଳ 0.13 ପ୍ରତିଶତ ମୁସଲମାନ ଅଛନ୍ତି, କିନ୍ତୁ 90 ପ୍ରତିଶତ ପର୍ଯ୍ୟନ୍ତ ଇହୁଦୀ ଅଛନ୍ତି। ପ୍ୟୁ ରିସର୍ଚ୍ଚ ସେଣ୍ଟର ରିପୋର୍ଟରେ କୁହାଯାଇଛି ଯେ ପୋଲାଣ୍ଡର ପ୍ରତି ୧୦ ଜଣଙ୍କ ମଧ୍ୟରୁ ୪ ଜଣ ମୁସଲମାନମାନଙ୍କୁ ନିଜ ଦେଶର ଅଂଶ ଭାବରେ ଗ୍ରହଣ କରନ୍ତି ନାହିଁ।

ଯଦି ଆମେ ଇସଲାମିକ ଆତଙ୍କବାଦୀ ଆକ୍ରମଣର ରେକର୍ଡକୁ ଦେଖିବା, ତେବେ ଅନେକ ଜିନିଷ ସାମ୍ନାକୁ ଆସେ ।୨୦୨୧ ମସିହାରେ ଜଣେ ଇସଲାମିକ ମୌଳବାଦୀ ଆକ୍ରମଣକାରୀ ଫ୍ରାନ୍ସର ଏକ ଚର୍ଚ୍ଚ ଉପରେ ଆକ୍ରମଣ କରିଥିଲେ। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ସନ୍ଦିଗ୍ଧ ଆକ୍ରମଣକାରୀ ଆଲ୍ଲାହୁ ଆକବରଙ୍କ ସ୍ଲୋଗାନ ଦେଇ ଆକ୍ରମଣ କରିଥିଲା । ଏହି ଆକ୍ରମଣକାରୀ ଜମକ ଶରଣାର୍ଥୀ ଭାବେ ଫ୍ରାନ୍ସରେ ପହଞ୍ଚିଥିଲେ।

ଏହାପୂର୍ବରୁ  ପ୍ରାନ୍ସରେ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିଲା କାରଣ ସେ ପିଲାମାନଙ୍କୁ ପ୍ରଫେଟ୍ ମହମ୍ମଦଙ୍କ କାର୍ଟୁନ୍ ଦେଖାଇଥିଲେ। ୨୦୧୫ରେ  ଚାର୍ଲି ହେବଦୋ ପତ୍ରିକାର କାର୍ଯ୍ୟାଳୟକୁ ଇସଲାମୀୟ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା । ୨୦୧୫ ରେ ନିଜକୁ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଆତଙ୍କବାଦୀମାନେ ପ୍ୟାରିସ୍ ଉପରେ ଆକ୍ରମଣ କରିଥିଲେ। ଏଥିରେ ୧୩୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

{}{}