Hindi News >>Home >>Weather

Weather Update: ଘନ କୁହୁଡି଼ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି!

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି଼ ଦୃଶ୍ୟମାନ ହୋଇଛି। କୁହୁଡି଼ ଯୋଗୁଁ ଦୃଶ୍ୟମାନ ଦୂରତା ୫୦ ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତିତ ଫୁଲବାଣୀ, କୋରାପୁଟ୍, ସୁବର୍ଣ୍ଣପୁର, କଟକ, ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ଘନ କହୁଡି (heavy fog) ପଡିଛି।  

Advertisement
Weather Update: ଘନ କୁହୁଡି଼ ନେଇ ୧୫ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି!
Stop
Zee Odisha Desk|Updated: Jan 05, 2024, 07:01 AM IST

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in odisha)। ଗୁରୁବାର ସକାଳେ ରାଉରକେଲାରେ ଘନ କୁହୁଡି଼ ଦୃଶ୍ୟମାନ ହୋଇଛି। କୁହୁଡି଼ ଯୋଗୁଁ ଦୃଶ୍ୟମାନ ଦୂରତା ୫୦ ମିଟରକୁ ଖସି ଆସିଥିଲା। ରାଉରକେଲା ବ୍ୟତିତ ଫୁଲବାଣୀ, କୋରାପୁଟ୍, ସୁବର୍ଣ୍ଣପୁର, କଟକ, ଏବଂ ନୟାଗଡ ଜିଲ୍ଲାର ବିଭିନ୍ନ ଅଂଚଳରେ ଘନ କହୁଡି (heavy fog) ପଡିଛି।  ଏଥିସହ ଭବାନୀପାଟଣା  ଏବଂ କେନ୍ଦୁଝରରେ ହାଲୁକା କୁହୁଡି଼ ଦୃଶ୍ୟମାନ ହୋଇଛି।  ଘନ କୁହୁଡି଼ ହେତୁ ଏହି ଅଞ୍ଚଳରେ ଗାଡି ମୋଟର ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଶୁକ୍ରବାର ସକାଳେ ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୁବର୍ଣ୍ଣପୁର, କଳାହାଣ୍ତି, କନ୍ଧମାଳ, ରାୟଗଡା,ନବରଙ୍ଗପୁର, କୋରାପୁଟ୍,ମାଲକାନଗିରି, ନୟାଗଡ, ଖୋର୍ଦ୍ଧା, କଟକ ଏବଂ ଢେଙ୍କାନାଳ ଜିଲ୍ଲାରେ କିଛି ଅଂଚଳରେ ଘନ କୁହୁଡ଼ି ପଡିବାର ସମ୍ଭାବନା ରହିଛି। 

 

ALSO READ : Guru Gochar 2024: ୧୨ ବର୍ଷ ପରେ ବୃଷକୁ ଚଳନ କରିବେ ବୃହସ୍ପତି, ଏହି ସବୁ ରାଶିଙ୍କ ଖୋଲିଯିବ ଭାଗ୍ୟ

ଏହି ଜିଲ୍ଲା ଗୁଡିକରେ ପାଣିପାଗ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର(Bhubaneswar Meteorological Centre) ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ(Yellow Warning) ଜାରି କରାଯାଇଛି।  ସମ୍ପୃକ୍ତ ଜିଲ୍ଲା ର ଜିଲ୍ଲାପାଳ ଓ ଏସପି ମାନଙ୍କୁ ଦୁର୍ଘଟଣା ଏଡାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ଥିଲାବେଳେ ଫୁଲବାଣୀରେ ୧୦, କେନ୍ଦୁଝରରେ ୧୦.୩, ଭବାନୀପାଟଣାରେ ୧୩.୫, ଦାରିଙ୍ଗିବାଡିରେ ୮.୦୫, ଭୁବନେଶ୍ବରରେ ୧୬ ଓ କଟକରେ  ୧୪.୫ ଡିଗ୍ରୀ ରହିଛି। ସେହିପରି ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଆସିବାର ସମ୍ଭାବନା ନାହିଁ। କିନ୍ତୁ ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିବାର ସମ୍ଭାବନା ରହିଛି।  

Read More
{}{}