Hindi News >>Home >>Weather

Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା!

Weather Update: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି(heavy fog)ଦୃଶ୍ୟମାନ ହେବ। ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେବ ବୋଲି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)ପୂର୍ବାନୁମାନ କରିଛି। ଗୁରୁବାର ଅର୍ଥାତ୍ ଆଜି ଅନୁଗୋଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ,କଟକ, ନୟାଗଡ,ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେବ। 

Advertisement
Weather Update: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା!
Stop
Zee Odisha Desk|Updated: Jan 04, 2024, 06:15 AM IST

Weather Update: ରାଜ୍ୟରେ ଆଉ ଦୁଇ ଦିନ ଘନ କୁହୁଡି(heavy fog)ଦୃଶ୍ୟମାନ ହେବ। ଗୁରୁବାର ଓ ଶୁକ୍ରବାର ଆଭ୍ୟନ୍ତରୀଣ ଓଡି଼ଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ କୁହୁଡି ଦେଖାଦେବ ବୋଲି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)ପୂର୍ବାନୁମାନ କରିଛି। ଗୁରୁବାର ଅର୍ଥାତ୍ ଆଜି ଅନୁଗୋଳ, ମୟୂରଭଂଜ, କେନ୍ଦୁଝର, ଢେଙ୍କାନାଳ,କଟକ, ନୟାଗଡ,ଖୋର୍ଦ୍ଧା, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍, ସୋନପୁର, ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରେ କିଛି ସ୍ଥାନରେ କୁହୁଡି଼ ଦୃଶ୍ୟମାନ ହେବ। 

 

ଅନ୍ୟପଟେ ଶୁକ୍ରବାର  ମଧ୍ୟ ବାଲେଶ୍ବର , ଭଦ୍ରକ, ଯାଜପୁର,କେନ୍ଦ୍ରାପଡା, କଟକ,ମୟୂରଭଂଜ, ଜଗତସିଂହପୁର, ଖୋର୍ଦ୍ଦା, ପୁରୀ, ଅନୁଗୋଳ, କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ଗଜପତି, ଗଂଜାମ ଓ ନୟାଗଡର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଦେଖାଦେବ ବୋଲି ଆଚଂଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ରାତି ତାପମାତ୍ରା  ସ୍ବାଭାବିକ୍ ଠାରୁ ଅଧିକ ୨ରୁ ୩ ଡିଗ୍ରୀ ଅଧିକ ରହିପାରେ ବୋଲି  ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କୋରାପୁଟରେ ବୁଧବାର ରାତି ତାପମାତ୍ରା ୮ ଡିଗ୍ରୀ  ରେକର୍ଡ଼ କରାଯାଇଥିବା ବେଳେ ଦାରିଙ୍ଗବାଡିରେ ୮.୫ ଡିଗ୍ରୀ , ଉଦୟଗିରିରେ ୮.୨ ଡିଗ୍ରୀ ଓ ପୁଲବାଣୀରେ ୯.୫ ଡିଗ୍ରୀ ରେକର୍ଡ଼ କରାଯାଇଛି।   ସେହିପରି ୫ ତାରିଖରେ ବରଗଡ,ସମ୍ବଲପୁର, ଝାରସୁଗୁଡା,ସମ୍ବଲପୁର, ଦେବଗଡ, କେନ୍ଦୁଝର, ଦେବଗଡ ଓ ମୟୁରଭଂଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବାନ ରହିଛି। କିନ୍ତୁ ରାଜ୍ୟର ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

Read More
{}{}