Hindi News >>Home >>Weather

Weather Update Today: ବୁଡିଲାଣି ମୁମ୍ବାଇ, ଦିଲ୍ଲୀ ସହିତ ଏହି ସବୁ ରାଜ୍ୟକୁ ନେଇ ଜାରି ହେଲା ନୂଆ ଅପଡେଟ

ନୂଆଦିଲ୍ଲୀ: ତମାମ ଦେଶରେ ଏବେ ମୌସୂମୀ ବର୍ଷା ଲାଗି ରହିଛି। ମୌସୂମୀ ବାୟୁ ପ୍ରଭାବରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ସେହିପରି କିଛି ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ମଧ୍ୟ ନଜର ଆସିଛି। ଦିଲ୍ଲୀରେ ଆଜିର ବର୍ଷା ପରେ ଲୋକମାନେ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। ଆଜି ଦିଲ୍ଲୀ, ନୋଏଡା, ଗାଜିଆବାଦରୁ ଗୁରୁଗ୍ରାମ ବର୍ଷ

Advertisement
Weather Update Today: ବୁଡିଲାଣି ମୁମ୍ବାଇ, ଦିଲ୍ଲୀ ସହିତ ଏହି ସବୁ ରାଜ୍ୟକୁ ନେଇ ଜାରି ହେଲା ନୂଆ ଅପଡେଟ
Stop
Prabhudatta Moharana|Updated: Jul 09, 2024, 03:40 PM IST

Weather Update Today: ନୂଆଦିଲ୍ଲୀ: ତମାମ ଦେଶରେ ଏବେ ମୌସୂମୀ ବର୍ଷା ଲାଗି ରହିଛି। ମୌସୂମୀ ବାୟୁ ପ୍ରଭାବରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ସେହିପରି କିଛି ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଥିବା ମଧ୍ୟ ନଜର ଆସିଛି। ଦିଲ୍ଲୀରେ ଆଜିର ବର୍ଷା ପରେ ଲୋକମାନେ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି। ଆଜି ଦିଲ୍ଲୀ, ନୋଏଡା, ଗାଜିଆବାଦରୁ ଗୁରୁଗ୍ରାମ ବର୍ଷାରେ ଭିଜିଛି। ଦିଲ୍ଲୀ-ଏନସିଆରରେ ବର୍ଷା ସମ୍ପର୍କରେ ଆଇଏମଡି ପୂର୍ବାନୁମାନ କରିଛି ଯେ ଆସନ୍ତା ଦୁଇ ଦିନ ମଧ୍ୟରେ ଦିଲ୍ଲୀରେ ବର୍ଷା ହୋଇପାରେ। ବର୍ଷା ସମ୍ପର୍କରେ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିଲ୍ଲୀରେ ବର୍ଷା ହେତୁ ଲୋକମାନେ ଆଶ୍ୱସ୍ତି ପାଇଛନ୍ତି।

ଉବୁଟୁବୁ ମୁମ୍ବାଇ
ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା କାରଣରୁ ମୁମ୍ବାଇରେ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରବଳ ବର୍ଷା କାରଣରୁ ବିମାନ ସେବା, ରେଳ ତଥା ସଡ଼କ ପଥରେ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷାକୁ ନେଇ ମୁମ୍ବାଇ ପାଇଁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। 

ବିହାରରେ ନିଅଣ୍ଟିଆ ବର୍ଷା
ବିହାରରେ ମୌସୁମୀର ଗତି ମନ୍ଥର ହୋଇଯାଇଛି। ମୌସୁମୀର ଦୁର୍ବଳତା ହେତୁ ଏଠାରେ ତାପମାତ୍ରା ବୃଦ୍ଧି ପାଇପାରେ। ତେବେ ଏହି ସମୟ ମଧ୍ୟରେ ଉତ୍ତର ବିହାରର କେତେକ ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ।

ଉତ୍ତରପ୍ରଦେଶରେ ଆଲର୍ଟ ଜାରି
ଉତ୍ତରପ୍ରଦେଶରେ ମୌସୁମୀ ବାୟୁ ସକ୍ରିୟ ରହିଛି। ମୌସୁମୀ ବିଭାଗ ଦେବରିଆ, ଗୋରଖପୁର, ସନ୍ଥକବୀର ନଗର, ମହାରାଜ ଗଞ୍ଜ, ସିଦ୍ଧାର୍ଥ ନଗର, ଗୋଣ୍ଡା, ବଳରାମପୁର, ବହରାଇଚ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି। ଏହା ବ୍ୟତିତ ଉତ୍ତରପ୍ରଦେଶର କିଛି ଅଞ୍ଚଳରେ କୁଆପଥର ବର୍ଷା ହେବା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି। 

ସେହିପରି କର୍ଣ୍ଣାଟକରେ ମଧ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା କାରଣରୁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ରେଡ ଆଲର୍ଟ କାରଣରୁ ରାଜ୍ୟ ପ୍ରଶାସନ ଆକ୍ଟିଭ ମୋଡରେ ରହିଛି। ସେହିପରି ଆସାମରେ ସ୍ଥିତି ସଂଗୀନ ହୋଇପଡ଼ିଛି। ବନ୍ୟା ପରିସ୍ଥିତି ମୁଣ୍ଡ ବିନ୍ଧାଇବାରେ ଲାଗିଛି। ଏବେ ବନ୍ୟା ପରିସ୍ଥିତି କାରଣରୁ ଲକ୍ଷାଧିକ ସଂଖ୍ୟାରେ ଲୋକମାନେ ଶିବିରରେ ଜୀବନଯାପନ ଅତିବାହିତ କରୁଛନ୍ତି। ହଜାର ହଜାର ସଂଖ୍ୟାରେ ଲୋକମାନେ ଘରଶୁନ୍ୟ ହୋଇ ପଡ଼ିଛନ୍ତି। ପ୍ରବଳ ବର୍ଷା ଓ ବନ୍ୟା କାରଣରୁ ଯାତାୟତ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଟ୍ରେନକୁ ବାତିଲ କରାଯାଇଥିବା ବେଳେ ଏକାଧିକ ସଂଖ୍ୟାରେ ବିମାନ ଉଡାଣକୁ ବାତିଲ କରିଦିଆଯାଇଛି। 

ସେହିପରି ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ବିହାର, ମୁମ୍ବାଇ, ମଧ୍ୟପ୍ରଦେଶ, ତେଲଙ୍ଗାନା, ସିକ୍କିମ, ଗୋଆ, କେରଳ, ଓଡିଶା, ରାଜସ୍ଥାନ, ଝାଡ଼ଖଣ୍ଡ, ଗୁଜୁରାଟ ଓ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ଆକଳନ କରିଛି। 

Read More
{}{}