Hindi News >>Home >>Weather

Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!

Weather Update: ରାଜ୍ୟରେ କମିଛି ଥଣ୍ତା (cold)ବଢିଛି ଗରମ (heat wave)। ଫେବୃଆରୀ ନା ମାର୍ଚ୍ଚ ମାସ ? ଏବେ ଠାରୁ ଏତେ ଗରମ? ଆଗକୁ ତାହା ହେଲେ ନିଆଁ ବର୍ଷିବ।  ଶୀତର ବେଳ କାଳ ସରିନି। ମାଡି଼ ଆସିଲାଣୀ ଟାଏଁ ଟାଏଁ ଖରା।

Advertisement
Weather Update: ଫେବୃଆରୀରୁ ଆରମ୍ଭ ହେଲାଣି ତାତି, ଆଗକୁ ସ୍ଥିତି ଅସମ୍ଭାଳ!
Stop
Zee Odisha Desk|Updated: Feb 07, 2024, 06:27 AM IST

Weather Update: ରାଜ୍ୟରେ କମିଛି ଥଣ୍ତା (cold)ବଢିଛି ଗରମ (heat wave)। ଫେବୃଆରୀ ନା ମାର୍ଚ୍ଚ ମାସ ? ଏବେ ଠାରୁ ଏତେ ଗରମ? ଆଗକୁ ତାହା ହେଲେ ନିଆଁ ବର୍ଷିବ।  ଶୀତର ବେଳ କାଳ ସରିନି। ମାଡି଼ ଆସିଲାଣୀ ଟାଏଁ ଟାଏଁ ଖରା। ପାରଳାଖେମୁଣ୍ତି, ଭବାନୀପାଟଣାରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ଛୁଇଁଛି।  ଟିଟିଲାଗଡ, ମାଲକାନଗିରିରେ ତାପମାତ୍ରା ୩୪.୫ ଡିଗ୍ରୀ । ଭୁବନେଶ୍ବରରେ ତାପମାତ୍ରା  ବି ପ୍ରାୟ ୩୪.୪ ଡିଗ୍ରୀ ରହିଛି। ସ୍ବାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି (Bhubaneswar Meteorological Centre)। 

 

ରାଜ୍ୟର ୧୩ ସହରରେ ମଙ୍ଗଳବାର ଦିନ ତାପମାତ୍ରା ୩୩ ଡିଗ୍ରୀ ସେଲସିୟସ୍ ଡେଉଁଛି। କେବଳ ସେତିକି ନୁହେଁ, ରାତିରେ ବି ରହୁଛି ଅସ୍ବାଭାବିକ ତାପମାତ୍ରା। ଫେବୃଆରୀ ପ୍ରଥମ ସପ୍ତାହରୁ ଶୀତ କୁଆଡେ ହଜି ଯାଇଛି। ଉପକୂଳରେ ରାତିର ତାପମାତ୍ରା ଯେତିକି ରହିବା କଥା ତା ଠାରୁ ୨ ରୁ ୫ ଡିଗ୍ରୀ ଅଧିକ ଅଛି।  ଆଭ୍ୟନ୍ତରୀଣ ଓଡି଼ଶାରେ ରାତି ତାପମାତ୍ରା ସ୍ବାଭାବିକ ଠାରୁ ୩ରୁ ୭ ଡିଗ୍ରୀ ଯାଏଁ ଅଧିକ ରହିଛି।  ସ୍ଥିତି ଏମିତି ଯେ, ଫେବୃଆରୀ ଆରମ୍ଭରୁ ହିଁ ଏସି, ଫ୍ୟାନ୍ ବିନା ରହି ହେଉନି। ବାହାରେ ଖରା ବାଧିଲାଣୀ। ଲାଗୁଛି ଯେମିତି ମାର୍ଚ୍ଚ ମାସ ଆସିଗଲା। ସାଧାରଣତଃ ଫେବୃଆରୀ ତୃତୀୟ ସପ୍ତାହରୁ ହିଁ ଗରମ ଧିରେ ଧିରେ ବଢିଥାଏ। ମାତ୍ର ଏଥର ପ୍ରଥମ ସପ୍ତାହରୁ ହିଁ ସ୍ଥିତି ଅସ୍ବାଭବିକ ହେଲାଣୀ। 

ସେପଟେ, ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ,  ଆସନ୍ତା ୧୦ ତାରିଖ ବେଳକୁ ପାଗ ବଦଳିବ। ପଶ୍ଚିମାବାୟୁ ପ୍ରଭାବରେ ବର୍ଷା ହୋଇପାରେ।  ଏଥରେ ଦିନର ତାପମାତ୍ରା କମିବ।  ପାଗ କୋହଲା ବା କୁଡୁ଼ଡିଆ ରହିପାରେ।  ଏହାସହ ଆସନ୍ତା ୨ ଦିନ ପରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ କମିପାରେ। ଆଂଚଳିକ ପାଣିପାଗ ବିଭାଗ  କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ କହିଛନ୍ତି, ବର୍ତ୍ତମାନ ଉତ୍ତର-ପଶ୍ଚିମ ଦିଗରୁ  ଥଣ୍ତାପବନ ଆସୁନାହିଁ। ସ୍ବାାଭାବିକ ଭାବେ ତାପମାତ୍ରା ବଢିଛି। ଭୁବନେଶ୍ବରରେ ତାପମାତ୍ରା ସ୍ବାଭାବିକ ଠାରୁ ୪ ଡିଗ୍ରୀ ଅଧିକ ରହିଛି। ସମଗ୍ର ଉପକୂଳ ଓଡି଼ଶାରେ ରାତି ତାପମାତ୍ରା ୨୦ ଡିଗ୍ରୀ ଉପରେ ରହିଛି। ୧୦ରୁ ପାଗ ବଦଳିବା ସମ୍ଭାବନା ଅଛି। 

 

{}{}