Hindi News >>Home >>Weather

Weather Update: ନୂଆବର୍ଷରେ ବଦଳିବ ପାଣିପାଗ, ଶୀତ ପରେ ଆସୁଛି ବର୍ଷା!

Weather Update: କମୁଛି ଶୀତ (Winter) ହେଲେ ବଢୁଛି କୁହୁଡି଼ (fog)। ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷର ପ୍ରାରମ୍ଭରୁ ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରୀ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆଶଙ୍କା କରିଛି (Meteorological Centre, Bhubaneswar)। ଏନେଇ କିଛି ଜିଲ୍ଲାକୁ...

Advertisement
Weather Update: ନୂଆବର୍ଷରେ ବଦଳିବ ପାଣିପାଗ, ଶୀତ ପରେ ଆସୁଛି ବର୍ଷା!
Stop
Zee Odisha Desk|Updated: Dec 31, 2023, 06:23 AM IST

Weather Update: କମୁଛି ଶୀତ (Winter) ହେଲେ ବଢୁଛି କୁହୁଡି଼ (fog)। ପଶ୍ଚିମାଝଡ଼ ପ୍ରଭାବରେ ନୂଆବର୍ଷର ପ୍ରାରମ୍ଭରୁ ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରୀ ସପ୍ତାହ ଶେଷ ବେଳକୁ ରାଜ୍ୟର କିଛି ଜିଲ୍ଲାରେ ହାଲୁକା ବର୍ଷା ହେବ ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ଆଶଙ୍କା କରିଛି (Meteorological Centre, Bhubaneswar)।  କେନ୍ଦ୍ରର ଅନୁମାନ ଅନୁସାରେ,୫ ତାରିଖରେ ସୁନ୍ଦରଗଡ଼,ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହୋଇପାରେ। ସେପଟେ, ରାଜ୍ୟରେ କୁହୁଡି ପ୍ରଭାବ ବୃଦ୍ଧି ପାଉଥିବା ବେଳେ ଶୀତର ପ୍ରକୋପ କମିଛି। ଶନିବାର ଫୁଲବାଣୀ, ରାଉରକେଲା, ନୟାଗଡ ଓ କୋରାପୁଟରେ ୫୦ ଏବଂ ସୋନପୁରରେ ୧୦୦ ମିଟର ଘନ କୁହୁଡି଼ ରେକର୍ଡ଼ କରାଯାଇଛି।

 

ALSO READ : Today Horoscope: ଅବିବାହିତଙ୍କ ପାଇଁ ଦିନଟି ରହିବ ମଙ୍ଗଳମୟ ,ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ସେହିପରି, ରବିବାର ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ, ଗଂଜାମ୍, ଗଜପତି,   କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସୋନପୁର ଓ ଦେବଗଡରେ ଘନକୁହୁଡି଼ ହେବାର ସମ୍ଭାବନା ରହିଛି।  ସୋମବାର  ପୁରୀ, ଖୋର୍ଧା, ନୟାଗଡ, ଗଂଜାମ, ଗଜପତି, କୋରାପୁଟ୍,ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ , ସୋନପୁର,ବୌଦ୍ଧ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ରାୟଗଡାରେ ଘନ କୁହୁଡି ପାଇଁ ସତର୍କତା ଜାରି କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ୧୫.୭, ସୁନ୍ଦରଗଡରେ ୧୩.୦୫, ଫୁଲବାଣୀରେ ୧୧.୫, ହୀରାକୁଦରେ  ୧୫.୦୫, ବାଲେଶ୍ବରରେ ୧୬.୩, ବଲାଙ୍ଗୀରରେ ୧୨.୮, ବାରିପଦା୧୪,ଝାରସୁଗୁଡା ୧୩.୮, କଟକରେ ୧୬ ଓ ଭୁବନେଶ୍ବରରେ ୧୬.୨ ଡିଗ୍ରୀ ସେଲସିୟସ୍ ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। 

 

Read More
{}{}