Hindi News >>Home >>Weather

Weather Update: ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। କିନ୍ତୁ ଗତ ଦୁଇ ଦିନ ହେବ କୁହୁଡ଼ି (fog) କମିଛି । ଏହାରି ଭିତରେ ଏକ ଚମକାଇଦେବା ଭଳି ଖବର ଦେଇଛି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)। ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା (rain) ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  

Advertisement
Weather Update: ଆଜିଠୁ ରାଜ୍ୟରେ ବର୍ଷା  ସମ୍ଭାବନା, ୨୦ ଜିଲ୍ଲାକୁ ଆଲର୍ଟ ଜାରି
Stop
Zee Odisha Desk|Updated: Feb 11, 2024, 06:02 AM IST

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (Cold wave in Odisha)। କିନ୍ତୁ ଗତ ଦୁଇ ଦିନ ହେବ କୁହୁଡ଼ି (fog) କମିଛି । ଏହାରି ଭିତରେ ଏକ ଚମକାଇଦେବା ଭଳି ଖବର ଦେଇଛି ଆଂଚଳିକ ପାଣିପାଗ ବିଭାଗ (Bhubaneswar Meteorological Centre)। ଆସନ୍ତା ୨ ଦିନ ରାଜ୍ୟରେ ବର୍ଷା (rain) ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  ଶୁକ୍ରବାର ସକାଳେ ରାଜ୍ୟରେ ଘନ କୁହୁଡି଼ ଦେଖାଦେଇଥିବା ବେଳେ ଶନିବାର ରାଜ୍ୟରେ ପାଗ ସ୍ବାଭାବିକ ରହିବା ସହ ପଶ୍ଚିମାଞ୍ଜଳରେ ପାରଦ ୧୦ ଡିଗ୍ରୀ ତଳେ ରେକର୍ଡ଼ ହୋଇଛି।  

 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ରବିବାର, ଜାଣନ୍ତୁ ଆଜିର ରାଶିଫଳ

ହେଲେ ଆଜି (ରବିବାର) ଠାରୁ ରାଜ୍ୟରେ ପାଗ ବଦଳିବ। ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ। ଏବଂ ପରବର୍ତ୍ତୀ ସମୟରେ ଏଥିରେ କିଛି ପରିବର୍ତ୍ତନ ହୋଇ ନଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ଶୁକ୍ରବାର ରାତିରେ ସୁନ୍ଦରଗଡର କିରେଇରେ ସର୍ବନିମ୍ନ ତାପମାତ୍ରା ୮ ଡି଼ଗ୍ରୀ ରେକର୍ଡ କରାଯାଇଛି।  ଏହାଛଡା ସୁନ୍ଦରଗଡରେ ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ଼ ହୋଇଛି। ଶନିବାର ଠାରୁ ରାଜ୍ୟରେ ଥଣ୍ତା କମିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୋମବାର ଠାରୁ ରାଜ୍ୟରେ ବର୍ଷା ସମ୍ଭାବନା ଥିବା ବେଳେ ରାତିର ତାପମାତ୍ରା ସ୍ବାଭାବିକ ଠାରୁ ୩ ଡିଗ୍ରୀ ଯାଏଁ ଅଧିକ ରହିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏବେ ବାୟୁମଣ୍ତଳରେ ଗୁରୁଚାପ ବଳୟ ସକ୍ରିୟ ଥିବା ବେଳେ ପଶ୍ଚିମା ଝଡ଼ ପ୍ରଭାବ ରହିବ। ଯାହା ଫଳରେ ରବିବାର ରାଜ୍ୟର ୨୦ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡି଼କ ହେଲା, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ବୌଦ୍ଧ, ନୂଆପଡା, ବଲାଙ୍ଗୀର, ବରଗଡ଼ , ସୋନପୁର, ସମ୍ବଲପୁର, ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ବର ଓ ଭଦ୍ରକରେ ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି(ସୋମବାର) ମଧ୍ୟ ରାଜ୍ୟରେ ବର୍ଷା ସମ୍ଭାବନା ରହିବ।

 

{}{}