Hindi News >>Home >>Weather

Weather Update: ୨୪ ଘଣ୍ଟା ପରେ ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା, ଭିଜିବ ୭ ଜିଲ୍ଲା

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ଘନ କୁହୁଡି଼ (Fog) ମଧ୍ୟ ଦେଖିବାକୁ ମିଳୁଛି। ବୁଧବାର ସକାଳେ ରାଜ୍ୟରେ ୧୭ ଜିଲ୍ଲାରେ ଘନ କୁହୁଡି଼ ଦୃଶ୍ୟମାନ ହେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା...

Advertisement
Weather Update: ୨୪ ଘଣ୍ଟା ପରେ ଉତ୍ତର ଓଡି଼ଶାରେ ବର୍ଷା ସମ୍ଭାବନା, ଭିଜିବ ୭ ଜିଲ୍ଲା
Stop
Zee Odisha Desk|Updated: Jan 31, 2024, 06:15 AM IST

Weather Update: ରାଜ୍ୟରେ ଜାରି ରହିଛି ଶୀତର ଲହରୀ (cold wave in odisha)।  ରାଜ୍ୟରେ ଏବେ ପାଗ ଶୁଖିଲା ରହିବା ସହ ଘନ କୁହୁଡି଼ (Fog) ମଧ୍ୟ ଦେଖିବାକୁ ମିଳୁଛି। ମଙ୍ଗଳବାର ସକାଳୁ ଭୁବନେଶ୍ବରରେ ଘନ କୁହୁଡି(deep Fog) ପଡିଥିବା ଯୋଗୁଁ ରାସ୍ତାଘାଟ ଦୃଶ୍ୟମାନ ହେଉ ନଥିଲା। ଦୃଶ୍ୟମାନ କ୍ଷମତା ୫୦ ମିଟରରୁ ବି କମ୍ ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre) କହିଛି। ସେହିପରି, କୋରାପୁଟ୍, ରାଉରକେଲା, ଢେଙ୍କାନାଳ, କଟକ, ଅନୁଗୁଳ ଓ କେନ୍ଦ୍ରାପଡାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟିର ମଧ୍ୟରେ ରହିଛି। ବାରିପଦା, ତାଳଚେର, ଚାନ୍ଦବାଲି ଓ ଭବାନୀପାଟଣାରେ କୁହୁଡି ଘନତା ୨୦୦ ମିଟରରୁ ୧୦୦୦ ମିଟର ମଧ୍ୟରେ ଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ବୁଲେଟିନରେ ପ୍ରକାଶ ପାଇଛି। 

 

ALSO READ: Today Horoscope: ବ୍ୟବସାୟରେ ଲାଭ ସହ ଶୁଭଫଳ ପାଇବେ ଏହି ସବୁ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ?

ବୁଧବାର ସକାଳେ ରାଜ୍ୟରେ ୧୭ ଜିଲ୍ଲାରେ ଘନ କୁହୁଡି଼ ଦୃଶ୍ୟମାନ ହେବ। ଏନେଇ ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହି ଜିଲ୍ଲା ଗୁଡିକ ହେଲା, ବଲାଙ୍ଗୀର, କଳାହାଣ୍ତି,କନ୍ଧମାଳ, ସୋନପୁର, ବୌଦ୍ଧ, ଅନୁଗୁଳ, ନୟାଗଡ,ଢେଙ୍କାନାଳ, ଗଂଜାମ, ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଓ ଯାଜପୁର ଜିଲ୍ଲାକୁ ଘନ କୁହୁଡି ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

୨୪ ଘଣ୍ଟା ରାଜ୍ୟ ପାଣିପାଗରେ କୌଣସି ପରିବର୍ତ୍ତନ ନାହିଁ। ପାଗ ଶୁଖିଲା ରହିବା ସହ  ଘନ କୁହୁଡି ମଧ୍ୟ ଅନୁଭୂତ ହେବ। ୧ ତାରିଖ ଦିନ ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, ଢେଙ୍କାନାଳ, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାରେ  ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହାଛଡା, ବାକି ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିବ। ସେହିପରି ୨ ତାରିଖ ଦିନ ମଧ୍ୟ ବର୍ଷା ସମ୍ଭାବନା ରହିଛି ।  ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର,ଯାଜପୁର , ମୟୂରଭଂଜ ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ବାୟୁ ମଣ୍ତଳରେ ଏବେ ଗୁରୁଚାପ ବଳୟ ସକ୍ରିୟ  ରହିଥିବା ବେଳେ ରାଜ୍ୟ ସ୍ଥଳଭାଗକୁ କ୍ରମାଗତ ଭାବେ ଜଳୀୟ ବାଷ୍ପ ପୂର୍ଣ୍ଣବାୟୁ ପ୍ରବେଶ କରୁଛି। ଯାହା ଫଳରେ ରାଜ୍ୟରେ ପ୍ରବଳ କୁହୁଡି ଦୃଶ୍ୟମାନ ହେଉଛି। 

Read More
{}{}