Hindi News >>Home >>Weather

Weather Update: କାଳବୈଶାଖୀ ବର୍ଷା ରଚିବ ତାଣ୍ଡବ! ଆଜି ବିଜୁଳି, ଘଡ଼ଘଡି଼ ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ

Weather Update:  ଆଜି ବଦଳିବ ପାଗର ମିଜାଜ୍ । ଚଳିତ ମାସରେ ବାତ୍ୟା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ଏ ନେଇ ଭାରତୀୟ  ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ପଢନ୍ତୁ ପୂରା ରିପୋର୍ଟ...    

Advertisement
Weather Update: କାଳବୈଶାଖୀ ବର୍ଷା ରଚିବ ତାଣ୍ଡବ! ଆଜି ବିଜୁଳି, ଘଡ଼ଘଡି଼ ସହ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ
Stop
Zee Odisha Desk|Updated: May 19, 2024, 06:26 AM IST

Weather Update: ଚଳିତ ମାସରେ ବାତ୍ୟା ହେବାର ସମ୍ଭାବାନ ସୃଷ୍ଟି ହୋଇଛି। ବଙ୍ଗୋପସାଗରରେ ଏବେ ଗ୍ରୀଷ୍ମ କାଳିନୀ ବାତ୍ୟା ଲାଗି ପାଗ ଅନୁକୂଳ ରହିଥିବା ବେଳେ ଏହି ସିଷ୍ଟମଟି ଅଧିକ ଘନିଭୂତ ହେବା ନେଇ ଭାରତୀୟ  ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଉମା ଶଙ୍କର ଦାସ କହିଛନ୍ତି। ୨୨ ତାରିଖ ସୁଦ୍ଧା ଲଘୁଚାପ ସୃଷ୍ଟି ହେବ। ଏହା କ୍ରମଶଃ ଉତ୍ତର ପୂର୍ବ ଦିଗରେ ଗତି କରିବ। ୨୪ ତାରିଖ ସୁଦ୍ଧା  ଏହା ଲଘୁଚାପରୁ ସ୍ପଷ୍ଟ ଚିହ୍ନିତ ଲଘୁଚାପ ( ଓ୍ବେଲ୍ ମାର୍କଡ୍ ଲୋପ୍ରସର) ଓ ପରେ ଅବପାତ  ରୂପ ନେବ। ଲଘୁଚାପ ରୂପ ନେବା ପରେ ହିଁ ଏହା ଗତିପଥ ଓ ତିବ୍ରତା ନେଇ ଆକଳନ ପ୍ରକାଶ ପାଇବ। ଏହି ସିଷ୍ଟମ ଉପରେ  ଆଇଏମଡି଼ ନଜର ରଖିଛି।  ଏ-ହାର ପରବର୍ତ୍ତୀ ସୂଚନା ଆସିଲେ ତୁରନ୍ତ ଏନେଇ ସୂଚନା  ଦିଆଯିବ ବୋଲି ବିଶେଷଜ୍ଞ ବୋଲି ବିଶେଷଜ୍ଞ କହିଛନ୍ତି।

ALSO READ: Today Horoscope: ଖୁସି ଖବର ସହ ଶୁଭଫଳ ପାଇବେ ଏହି ସବୁ ରାଶି , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଆଜି ରବିବାର ଦକ୍ଷିଣ ଓଡି଼ଶାର ପ୍ରମୁଖ ଜିଲ୍ଲା ଯଥା, କୋରାପୁଟ୍, ରାୟଗଡା, ଗଜପତି, ଗଂଜାମ୍, କନ୍ଧମାଳ, ନବରଙ୍ଗପୁର ଓ କଳହାଣ୍ତି,  ଜିଲ୍ଲାକୁ କାଳବୈଶାଖି ନେଇ ୟେଲୋ  ଆଲର୍ଟ ଜାରି କରାଯାଇଛି।  ସେହିପରି,  ଉତ୍ତର ଉପକୂଳବର୍ତ୍ତୀ ପ୍ରମୁଖ  ଜିଲ୍ଲା ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଜିଲ୍ଲାକୁ  ଉଷ୍ଣ ଆଦ୍ର ସ୍ଥିତି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।  ୨୦,୨୧,୨୨ ତାରିଖ ଦିନ  ରାଜ୍ୟରେ ହିଟ୍ ଓ୍ବେଭ୍ ସ୍ଥିତୁ ସାଙ୍ଗକୁ ସ୍ଥାନେ ସ୍ଥାନେ କାଳବୈଶାଖି  ବର୍ଷା ନେଇ  ସତର୍କତା ଜାରି କରାଯାଇଛି। 

ମୁଖ୍ୟତ ଉତ୍ତର ଓ ଦକ୍ଷିଣ ର ଆଭ୍ୟନ୍ତରିଣ ଜିଲ୍ଲାରେ ହିଟ୍ ଓ୍ବେଭ୍ ସ୍ଥିତି  ଅନୁଭୂତ ହେବ ବୋଲି ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି।  ୨୦ ତାରିଖ ଦିନ, ବଲାଙ୍ଗୀର, ଝାରସୁଗୁଡା, ବରଗଡ ଓ ନୂଆପଡାକୁ ଗ୍ରୀଷ୍ମ ପ୍ରବାହ ନେଇ  ୟେଲୋ ଆଲର୍ଟ ଜାରି ହୋଇଛି। ସୂଚନା ଯୋଗ୍ୟ, ୨୦୧୯, ଏପ୍ରିଲ୍ ୨୬ରେ ଫନି ଗ୍ରୀଷ୍ମକାଳୀନ ବାତ୍ୟା ଭାବେ ଓଡି଼ଶାକୁ ଛୁଇଁଥିଲା।  ଓଡି଼ଶା ଉପକୂଳରେ ତାଣ୍ତବ ରଚିଥିଲା। ସେହିପରି ମେ ୨ରେ ତାରିଖରେ ବାତ୍ୟା ବୁଲବୁଲ୍ , ୨୦୨୦ ମେ ୨୦ରେ ବାତ୍ୟା ଅମ୍ପାନ୍  ଓ ୨୦୨୧, ମେ ୨୬ରେ ବାତ୍ୟା ୟଶ୍  ଓଡିଶା ଉପକୂଳ ମୁହାଁ ହୋଇଥିଲା। ଯେଉଁଥିରେ ବେଶ୍ କ୍ଷତିଗସ୍ତ ହୋଇଥିଲେ ରାଜ୍ୟବାସୀ।

Read More
{}{}