Hindi News >>Home >>Weather

Weather Report: ଏହି ସବୁ ଜିଲ୍ଲା ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

Weather Report: ଗୁରୁବାର ରାଜ୍ୟରେ ରାତିର ତାପମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାର(Costal Odisha) ସମସ୍ତ ସହରରେ ରାତି ସମୟରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା(Western Odisha) ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। 

Advertisement
Weather Report: ଏହି ସବୁ ଜିଲ୍ଲା ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ
Stop
Zee Odisha Desk|Updated: Feb 02, 2024, 06:16 AM IST

Weather Report: ଗୁରୁବାର ରାଜ୍ୟରେ ରାତିର ତାପମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାର(Costal Odisha) ସମସ୍ତ ସହରରେ ରାତି ସମୟରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା(Western Odisha) ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ପୁରୀରେ ରାତିର ତାପମାତ୍ରା ୨୨.୪ ଡିଗ୍ରି ପହଞ୍ଚିଥିବା ବେଳେ ପରାଦୀପ(Paradeep)ରେ ୨୦.୬, ଭଦ୍ରକ(Bhadrak)ରେ ୨୦, ଯାଜପୁର(Jajpur)ରେ ୧୯.୮, ଗୋପାଳପୁରରେ ୧୯.୭, ଭୁବନେଶ୍ବରରେ(Bhubaneswar) ୧୯.୨, ଢେଙ୍କାନାଳରେ ୧୯.୧, କଟକରେ ୧୯, ବାଲେଶ୍ବରରେ ୧୮.୯, ଚାନ୍ଦବାଲିରେ ୧୮.୬ ଡିଗ୍ରି ରହିଥିଲା।

ଉତ୍ତର ଓଡିଶା(Northen Odisha)ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ଭୁବନେଶ୍ୱର ପାଣିପାଗ ବିଭାଗ(Metrological Department of Odisha)। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡିଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ(Mayurbhanj), କେନ୍ଦୁଝର, ସୁନ୍ଦରଗଡ(Sundargarh) ଏବଂ ଝାରସୁଗୁଡା(Jharshuguda)ରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିଭଳି ୩ ତାରିଖରେ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ସମେତ ଯାଜପୁର, ନୟାଗଡ଼, ଖୋର୍ଦ୍ଧା, ପୁରୀ(Puri), ଜଗତସିଂହପୁର, କଟକ(Cuttak) ଏବଂ ଢେଙ୍କାନାଳରେ ବର୍ଷା ନେଇ ଆକଳନ କରାଯାଇଛି। ବାକି ଓଡ଼ିଶାର ଅନ୍ୟ ଜିଲ୍ଲା ଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

ସେପଟେ ଦେଶର ଅନେକ କ୍ଷେତ୍ରରେ ପୁଣି ଥରେ ଥଣ୍ଡା ବୃଦ୍ଧି ପାଇଛି। ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତର ଅନେକ ରାଜ୍ୟରେ ବର୍ଷା ପରେ ଏବେ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଭାରତ ପାଣିପାଗ ବିଭାଗ (ଆଇଏମଡି) ଏ ସମ୍ପର୍କରେ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। ପାଣିପାଗ ବିଭାଗ (IMD) ର ମିଳିଥିବା ସଦ୍ୟ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ବର୍ଷା ଜାରି ରହିବ। ଏହାର ଅର୍ଥ ରାଜଧାନୀ ଦିଲ୍ଲୀ ସମେତ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣା, ଉତ୍ତରପ୍ରଦେଶ(UP) ଏବଂ ହିମାଚଳରେ ବର୍ଷା ହୋଇପାରେ। ଏହା ସହିତ ପାଣିପାଗ ବିଭାଗ ମଧ୍ୟ କେତେକ ରାଜ୍ୟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ପ୍ରକାଶ କରିଛି। ଆଇଏମଡି ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ, ହରିୟାଣା, ପଞ୍ଜାବ ଏବଂ ଚଣ୍ଡିଗଡ଼ରେ କୁଆପଥର ବର୍ଷା ହୋଇପାରେ।

{}{}