Hindi News >>Home >>Weather

Weather Update: ବିଜୁଳି, ଘଡ଼ଘଡ଼ି ସହ କାଳ ବୈଶାଖୀ ବର୍ଷା, ଏହି ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି

Weather Update: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ତାତି ରେକର୍ଡ ଭାଙ୍ଗୁଛି। ସକାଳ ୮-୯ ଟା ହେଲା ବେଳକୁ ୩୫ ଡିଗ୍ରି ଉପରେ ରହୁଛି ତାପମାତ୍ରା।  ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। 

Advertisement
Weather Update: ବିଜୁଳି, ଘଡ଼ଘଡ଼ି ସହ କାଳ ବୈଶାଖୀ ବର୍ଷା, ଏହି ୧୨ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି
Stop
Zee Odisha Desk|Updated: Apr 26, 2024, 05:59 AM IST

Weather Update: ରାଜ୍ୟରେ ଗ୍ରୀଷ୍ମ ଲହରୀ ଜାରି ରହିଛି। ଡହ ଡହ ଖରାରେ କଲବଲ ହେଉଛି ସାରା ଓଡ଼ିଶା। ତାତି ରେକର୍ଡ ଭାଙ୍ଗୁଛି। ସକାଳ ୮-୯ ଟା ହେଲା ବେଳକୁ ୩୫ ଡିଗ୍ରି ଉପରେ ରହୁଛି ତାପମାତ୍ରା।  ତେବେ ଶୁକ୍ରବାର ଓ ଶନିବାର ଭୟଙ୍କର ଗ୍ରୀଷ୍ମ ପ୍ରବାହ ହେବା ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଦୁଇ ଦିନ ତାପମାତ୍ରା ୪୫ ଡିଗ୍ରୀ ପାର କରିବ ବୋଲି ଅନୁମାନ କରାଯାଉଛି।

ଅସହ୍ୟ ତାତି ମଧ୍ୟରେ ଆଜି ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।କଳାହାଣ୍ତି ,ନୂଆପଡ଼ା, ଖୋର୍ଦ୍ଧା,ଗଞ୍ଜାମ, ଗଜପତି, ଗଞ୍ଜାମ,ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, ନୟାଗଡ଼, କୋରାପୁଟ, ମାଲକାନାଗିରି, ଏହି ୧୨ ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ବିଜୁଳି, ଘଡ଼ଘଡ଼ିର ସମ୍ଭାବନା ରହିଛି। ଏ ନେଇ ୟେଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ ବିଭାଗ। ତେବେ ବର୍ଷା ସହ ଏହି ସବୁ ସ୍ଥାନରେ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ପବନ ବହିବାର ସମ୍ଭାବନା ଥିବା ନେଇ ଆଲର୍ଟ କରିଛି ବିଭାଗ।

 

{}{}