Hindi News >>Home >>Weather

Weather Report: ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ବିଭାଗ

Weather Report: ରାଜ୍ୟରେ ଆଗକୁ ଆହୁରି ବଢିବ ତାତି। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ପାଣିପାଗ କେନ୍ଦ୍ର। ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

Advertisement
Weather Report: ଆଜି ଏହି ସବୁ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୟେଲୋ ୱାର୍ଣ୍ଣିଂ ଜାରି କଲା ବିଭାଗ
Stop
Priyambada Rana|Updated: May 17, 2024, 06:09 AM IST

Weather Report: ରାଜ୍ୟରେ ଆଗକୁ ଆହୁରି ବଢିବ ତାତି। ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାତି ବଢିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ପାଣିପାଗ କେନ୍ଦ୍ର। ଏହାରି ମଧ୍ୟରେ କାଳବୈଶାଖୀ ବର୍ଷା ରାଜ୍ୟବାସୀଙ୍କୁ ତାତିରୁ ମୁକ୍ତି ଦେଇଛି। ଆଜି ରାଜ୍ୟର ୨୫ଟି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଜି ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଢେଙ୍କାନାଳ, ଜଗତସିଂହପୁର, ଅନୁଗୁଳ, ନୟାଗଡ଼, ଗଞ୍ଜାମ, ବୌଦ୍ଧ, ସୋନପୁର, କନ୍ଧମାଳ, ଗଜପତି, ରାୟଗଡ଼ା ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ନୁଆପଡ଼ା ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ଜିଲ୍ଲାମାନଙ୍କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

 

ତେବେ ଉପକୂଳ ଅଞ୍ଚଳରେ ତାପମାତ୍ରା କମ୍ ରହିଲେ ବି ଆର୍ଦ୍ରତା ପ୍ରଭାବରେ ଗୁଳୁଗୁଳି ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।ସେହିପରି, ପାଣିପାଗ କେନ୍ଦ୍ର ତରଫରୁ କୁହାଯାଇଛି ଯେ, ରାଜ୍ୟରେ ଆସନ୍ତା ୨୫ ତାରିଖରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ବିଭିନ୍ନ ମଡେଲ ଜରିଆରେ ଏହା ଅନୁମାନ କରାଯାଇଛି । ଏକ ଲଘୁଚାପ ବଙ୍ଗୋପସାଗରରେ ସୃଷ୍ଟି ହୋଇ ପୂର୍ବ ଭାରତ ଉପକୂଳ ଆଡ଼କୁ ମୁହାଁଇବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ତେବେ ଏହା ମିଆଁମାର କିମ୍ବା ବାଂଲାଦେଶ ଆଡ଼କୁ ରହିପାରେ ବୋଲି ଜଣାପଡ଼ିଛି ।

Read More
{}{}