Hindi News >>Home >>Weather

Weather Report: ଏହି ସବୁ ସ୍ଥାନରେ ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଆଗୁଆ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ।

Weather Report: ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ଅଞ୍ଚଳରେ ତୁଷାରପାତର ତୀବ୍ରତା ହେତୁ ସମତଳ ଅଞ୍ଚଳରେ ପୁଣି ଥଣ୍ଡା ପାଗ ଫେରିଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ(UP) ଏବଂ ଦିଲ୍ଲୀ(Delhi) ଭଳି ରାଜ୍ୟରେ ଦିନ ବେଳା ଖରାର ଉତ୍ତାପ ରହୁଥିଲେ ମଧ୍ୟ ରାତି ବେଳା ଓ ସକାଳ ସମୟରେ ଶୀତର ପ୍ରକୋପ ଲାଗି ରହିଥିବା ଦେଖିବାକୁ ମିଳିଛି। 

Advertisement
Weather Report: ଏହି ସବୁ ସ୍ଥାନରେ ଘଡ଼ିଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା, ଆଗୁଆ ସତର୍କ ସୂଚନା ଦେଲା ପାଣିପାଗ ବିଭାଗ।
Stop
Priyambada Rana|Updated: Feb 26, 2024, 12:16 PM IST

Weather Report: ଜାମ୍ମୁ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଭଳି ପାହାଡ଼ିଆ ଅଞ୍ଚଳରେ ତୁଷାରପାତର ତୀବ୍ରତା ହେତୁ ସମତଳ ଅଞ୍ଚଳରେ ପୁଣି ଥଣ୍ଡା ପାଗ ଫେରିଥିବା ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ(UP) ଏବଂ ଦିଲ୍ଲୀ(Delhi) ଭଳି ରାଜ୍ୟରେ ଦିନ ବେଳା ଖରାର ଉତ୍ତାପ ରହୁଥିଲେ ମଧ୍ୟ ରାତି ବେଳା ଓ ସକାଳ ସମୟରେ ଶୀତର ପ୍ରକୋପ ଲାଗି ରହିଥିବା ଦେଖିବାକୁ ମିଳିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ପୂର୍ବାନୁମାନ ଅନୁଯାୟୀ, ଫେବୃଆରୀ ୨୮ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଅନେକ ସ୍ଥାନରେ ପ୍ରବଳ ବର୍ଷା ଓ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଫେବୃଆରୀ ୨୬ ଏବଂ ୨୭ ତାରିଖରେ ମଧ୍ୟ ହାଲୁକା ବର୍ଷା ହେବା ନେଇ ସମ୍ଭାବନା ଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର।

ଆଇଏମଡି ରିପୋର୍ଟ ଅନୁଯାୟୀ, ଆସନ୍ତା ସପ୍ତାହରେ ଉତ୍ତରପ୍ରଦେଶ ସମେତ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଗତ କିଛି ଦିନ ମଧ୍ୟରେ ଦେଶର ଅନେକ ସ୍ଥାନରେ ମଧ୍ୟ ବର୍ଷା ହୋଇଛି। ଛତିଶଗଡ଼ର ଅନେକ ସ୍ଥାନରେ କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଛି। ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ଜାରି ରହିଛି। ଅରୁଣାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ମୁଜାଫରବାଦ, ଗିଲ୍ଗିଟ ବାଲ୍ଟିସ୍ତାନ, ହିମାଚଳ ପ୍ରଦେଶ(Himachal Pradesh) ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ହାଲୁକା ରୁ ମଧ୍ୟମ ବର୍ଷା କିମ୍ବା ତୁଷାରପାତ ପରିଲକ୍ଷିତ ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି ଅଞ୍ଚଳରେ ପାଗ ସମାନ ରହିବ ବୋଲି ଆଶା କରାଯାଉଛି।

ଆଗାମୀ ଦିନରେ ପାଗ ଏହିପରି ରହିବ:

ଫେବୃଆରୀ ୨୬ ରୁ ୨୮ ମଧ୍ୟରେ ପୂର୍ବ ମଧ୍ୟପ୍ରଦେଶରେ ବଜ୍ରପାତ ସହିତ ହାଲୁକା ରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି। ପଶ୍ଚିମ ମଧ୍ୟପ୍ରଦେଶରେ ୨୭ ଫେବୃଆରୀରେ, ୨୬ ଏବଂ ୨୭ ଫେବୃଆରୀରେ ବିଦର୍ଭରେ ଏବଂ ୨୬ ଫେବୃଆରୀରେ ଛତିଶଗଡରେ ପାଗ ସମାନ ରହିବ। IMD ପୂର୍ବାନୁମାନ ଅନୁଯାୟୀ, ଫେବୃଆରୀ ୨୬ ଏବଂ ୨୭ରେ ମଧ୍ୟ ଭାରତର ବିଭିନ୍ନ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ମାଡ ହେବାର ସମ୍ଭାବନା ରହିଛି। ଏହି ଅବଧିରେ ବଜ୍ରପାତର ଘଟଣା ମଧ୍ୟ ଦେଖାଯାଇପାରେ। ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

{}{}