Hindi News >>Home >>Weather

Monsoon Updates: ମୌସୁମୀକୁ ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ ଓଡ଼ିଶା ଛୁଇଁବ ମୋସୁମୀ ବାୟୁ

ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ରାଜ୍ୟରେ ତାତି କମ ରହିବ ବୋଲି ସେ ଆକଳନ କରିଛନ୍ତି। 

Advertisement
Monsoon Updates: ମୌସୁମୀକୁ  ନେଇ ଆସିଲା ବଡ଼ ଅପଡେଟ, ଏହି ଦିନ ଓଡ଼ିଶା ଛୁଇଁବ ମୋସୁମୀ ବାୟୁ
Stop
Prabhudatta Moharana|Updated: Jun 04, 2024, 08:12 AM IST

ଭୁବନେଶ୍ୱର: ରଜ ପୂର୍ବରୁ ଓଡ଼ିଶା ଛୁଇଁବ ମୌସୁମୀ ବାୟୁ। ଏନେଇ ଅପଡେଟ ଦେଇଛି ପାଣିପାଗ ବିଭାଗ। ପାଣିପାଗ ବିଭାଗ ଅନୁଯାୟୀ ଆଗାମୀ ୪ ରୁ ୫ ଦିନ ମଧ୍ୟିରେ ଦକ୍ଷିଣ ପଶ୍ଚିମ ମୋସୁମୀ ବାୟୁ ଓଡ଼ିଶା ଛୁଇଁବ। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା, ଉତ୍ତର ଛତିଶଗଡ଼, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ରୟାଲସୀମାର କିଛି ଅଞ୍ଚଳ, ଦକ୍ଷିଣ ମହାରାଷ୍ଟ୍ର ଓ କର୍ଣ୍ଣାଟକର କେତେକ ଅଞ୍ଚଳରେ ମୋସୁମୀ ବାୟୁ ସକ୍ରିୟ ହେବାକୁ ପାଗ ଅନୁକୂଳ ରହିଛି। ସ୍ୱଭାବିକ ଭାବେ ଜୁନ ୧୦ ରୁ ୧୫ ମଧ୍ୟରେ ଓଡ଼ିଶାରେ ମୌସୁମୀ ବାୟୁ ପହଞ୍ଚିଥାଏ। ଏଥର କିନ୍ତୁ ଆଗୁଆ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡ. ମନୋରମା ମହାନ୍ତି କହିଛନ୍ତି କି ଓଡ଼ିଶାରେ ମୌସୁମୀ ବାୟୁ ଆଗୁଆ ପହଞ୍ଚିବା ନେଇ ପାଗ ଅନୁକୂଳ ରହିଛି। ଆସନ୍ତି ୪ ରୁ ୫ ଦିନ ଭିତରେ ଦକ୍ଷିଣ ଛତିଶଗଡ଼ ଓ ଦକ୍ଷିଣ ଓଡ଼ିଶାରେ ମୋସୁମୀ ପହଞ୍ଚିବାକୁ ସ୍ଥିତି ଅନୁକୂଳ ରହିଛି। ୫ ଓ ୬ ତାରିଖ ବେଳକୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହାର ପ୍ରଭାବରେ ରାଜ୍ୟରେ ତାତି କମ ରହିବ ବୋଲି ସେ ଆକଳନ କରିଛନ୍ତି। 

{}{}