Hindi News >>Home >>Weather

Weather Report: ଶିତ ଦିନେ ବର୍ଷା , ଜାଣନ୍ତୁ କେଉଁ କେଉଁ ସ୍ଥାନରେ ବଦଳିଲା ପାଣିପାଗ..

Weather Report: ନଭେମ୍ବରର ଆଗମନ ସହିତ ପାଗ ବଦଳିବା ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରବାହ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି।ଏଥି ସହ କିଛି ସ୍ଥାନରେ ଏବେ ମଧ୍ୟ ଉତ୍ତାପ ଅନୁଭୂତ ହେଉଥିବା ଜଣାପଡ଼ିଛି। 

Advertisement
Weather Report: ଶିତ ଦିନେ ବର୍ଷା , ଜାଣନ୍ତୁ କେଉଁ କେଉଁ ସ୍ଥାନରେ ବଦଳିଲା ପାଣିପାଗ..
Stop
Priyambada Rana|Updated: Nov 02, 2023, 08:01 AM IST

Weather Report: ନଭେମ୍ବରର ଆଗମନ ସହିତ ପାଗ ବଦଳିବା ଆରମ୍ଭ ହୋଇଯାଇଛି। ଦେଶର ବିଭିନ୍ନ ସ୍ଥାନରେ ଶୀତର ପ୍ରବାହ ଜାରି ରହିଥିବା ବେଳେ କିଛି କିଛି ସ୍ଥାନରେ ବର୍ଷା ମଧ୍ୟ ଜାରି ରହିଛି।ଏଥି ସହ କିଛି ସ୍ଥାନରେ ଏବେ ମଧ୍ୟ ଉତ୍ତାପ ଅନୁଭୂତ ହେଉଥିବା ଜଣାପଡ଼ିଛି। ଏବେ ଦକ୍ଷୀଣ ଭାରତର ରାଜ୍ୟମାନଙ୍କରେ ବର୍ଷା ପାଗ ସହ ହାଲୁକା ବର୍ଷା ଲାଗି ରହିଛି। ତେବେ ଆଗାମୀ ଦିନମାନଙ୍କରେ ଏହି ତାପମାତ୍ରା ହ୍ରାସ ହେବାର କୌଣସି ସୂଚନା ନାହିଁ। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ନଭେମ୍ବରରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ହୋଇପାରେ।

ସେହିପରି ପାଣିପାଗ ବିଭାଗ ଅନୁଯାୟୀ, ନଭେମ୍ବର ୩ ତାରିଖ ରୁ ତାମିଲନାଡୁ, କେରଳ ଏବଂ ଦକ୍ଷିଣ କର୍ଣ୍ଣାଟକରେ ଏକ ନୂତନ ପର୍ଯ୍ୟାୟ ବର୍ଷା ଆରମ୍ଭ ହେବ ଯାହାକି ନଭେମ୍ବର ୫ ପର୍ଯ୍ୟନ୍ତ ଜାରି ରହିବ। ତେବେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ପାଗ ଶୁଖିଲା ରହିବ।ସେହିପରି ଆମ ରାଜ୍ୟ ଓଡ଼ିଶାର କଥା ଯଦି କୁହାଯାଏ ତେବେ ପଶ୍ଚିମ ଓଡ଼ିଶା ଓ ଦକ୍ଷୀଣ ଓଡ଼ିଶାର କିଛି କିଛି ସ୍ଥାନରେ ଥଣ୍ଡା ପାଗ ଆରମ୍ଭ ହୋଇ ଯାଇଥିବା ବେଳେ ଆଉ କିଛି କିଛି ସ୍ଥାନରେ ଏବେ ଦିନ ବେଳା ଗରମ ଲାଗି ରହୁଥିବା ଦେଖା ଦେଇଛି।

ନଭେମ୍ବର ୬ ତାରିଖରୁ ଦିଲ୍ଲୀ-ଏନସିଆରରେ ସକାଳେ କୁହୁଡି ହୋଇପାରେ ଏବଂ ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରୀ ସେଲସିୟସରେ ପହଞ୍ଚିପାରେ। ଏଥି ସହିତ ପାହାଡିଆ ଅଞ୍ଚଳରେ ତୁଷାରପାତ ହେବାର ସମ୍ଭାବନା ରହିଛି। ଉତ୍ତରପ୍ରଦେଶ ବିଷୟରେ କହିବାକୁ ଗଲେ ଥଣ୍ଡା ଏଠାରେ ପହଞ୍ଚିବାକୁ କିଛି ସମୟ ଲାଗିବ। ତଥାପି, ଲୋକମାନେ ସକାଳ ଓ ସନ୍ଧ୍ୟାରେ ଥଣ୍ଡା ଅନୁଭବ କରୁଛନ୍ତି।

ମଧ୍ୟପ୍ରଦେଶର ପାଗରେ ଲୋକମାନେ ସକାଳ ଓ ସନ୍ଧ୍ୟାରେ ସାମାନ୍ୟ ଥଣ୍ଡା ଅନୁଭବ କରୁଛନ୍ତି। ତଥାପି ଦିନ ବେଳା ଲୋକେ ଗରମ ଅନୁଭବ କରୁଥିବା ଜଣାପଡ଼ିଛି। ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ଦିନରେ ରାଜ୍ୟରେ ତାପମାତ୍ରା ଆହୁରି ହ୍ରାସ ପାଇପାରେ। ରାଜସ୍ଥାନରେ ଏକ ସପ୍ତାହ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ତଥାପି, ପାଣିପାଗରେ ଉତ୍ତେଜନା ଜାରି ରହିବ। ବିହାର ବିଷୟରେ କହିବାକୁ ଗଲେ ରାଜଧାନୀ ପାଟନା ସମେତ ଅନ୍ୟାନ୍ୟ ଜିଲ୍ଲାରେ ପାଗ ଶୁଖିଲା ରହିଛି। ସକାଳେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା କୁହୁଡ଼ି ହେବ।

Also Read: Jupiter Transit In Mesh: ଶେଷ ହେଲା ଗୁରୁ ଚଣ୍ଡାଳ ଯୋଗ, ବଦଳିବ ଏହି ୩ଟି ରାଶିର ଲୋକଙ୍କ ଭାଗ୍ୟ..

{}{}