Hindi News >>Home >>Weather

Weather Update: ଜଳୁଛି ଉତ୍ତର ଭାରତ, ୪୨ ଡିଗ୍ରୀ ଡେଇଁଲା ରାଜଧାନୀର ତାପମାତ୍ରା

 ତାମିଲନାଡୁ ଓ ଉତ୍ତର ପ୍ରଦେଶର ପୂର୍ବ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପୂର୍ବ ଓ ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Advertisement
Weather Update: ଜଳୁଛି ଉତ୍ତର ଭାରତ, ୪୨ ଡିଗ୍ରୀ ଡେଇଁଲା ରାଜଧାନୀର ତାପମାତ୍ରା
Stop
Prabhudatta Moharana|Updated: May 08, 2024, 07:18 AM IST

Weather Update: ନୂଆଦିଲ୍ଲୀ: ଉତ୍ତରରୁ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ସମଗ୍ର ଦେଶ ପ୍ରବଳ ଗ୍ରୀଷ୍ମ ଲହରୀ ଜାରି ରହିଛି। ତାତିରେ ଅସ୍ତବ୍ୟସ୍ତ ସାଧାରଣ ଜନତା। ତାତିରୁ ମୁକ୍ତି ପାଇଁ ୨୪ ଘଣ୍ଟା ପଙ୍ଖା ଚାଲୁଥିବା ବେଳେ ଅଧିକାଂଶ ଲୋକମାନେ ଏସି ଚଳାଉଛନ୍ତି। ଲୁ ପ୍ରଭାବରେ ଏବେ ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦିଲ୍ଲୀ ମଙ୍ଗଳବାର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଚଳିତ ବର୍ଷ ରାଜଧାନୀର ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ଡେଇଁଥିଲା। ଏନଆରସି ଏବଂ ରାଜଧାନୀର ବିଭିନ୍ନ ଅଞ୍ଚଳରେ ତାପମାତ୍ରା ଅସହ୍ୟ ହୋଇଥିଲା। ୯ ମଇ ପର୍ଯ୍ୟନ୍ତ ପାଗ ଏହିପରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ତାପମାତ୍ରା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ୪୩ ଡିଗ୍ରୀ ଅତିକ୍ରମ କରିବ ବୋଲି ପାଣିପାଗ ବିଭାଗ (ଆଇଏମଡି) ଦେଶର ପାଣିପାଗ ଅବସ୍ଥା ସମ୍ପର୍କରେ ସୂଚନା ଦେଇଛି।

ତେବେ ଆଗାମୀ ୯ ତାରିଖରେ ପଶ୍ଚିମ ହିମାଳୟ ଅଞ୍ଚଳରେ ଏକ ପଶ୍ଚିମା ଝଡ଼ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ଉତ୍ତର ଭାରତରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିପାରେ। ବିଶେଷ କରି ୯ ରୁ ୧୨ ତାରିଖ ମଧ୍ୟରେ ଜମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ହାଲୁକା ବର୍ଷା ସହିତ ପବନ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ପାଗରେ ପରିବର୍ତ୍ତନ ଆସିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ସେହିପରି ପାର୍ବତ୍ୟାଞ୍ଚଳରେ ହେଉଥିବା ପାଣିପାଗ ହଲଚଲରେ ତାପମାତ୍ରା ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବାର  ସମ୍ଭାବନା ରହିଛି। ୧୨ ତାରିଖ ପରେ ରାଜଧାନୀ ଓ ଏହାର ଆଖପାଖରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟା ପ୍ରତି ୨୫ ରୁ ୩୫ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। 

ଘରୋଇ ପାଣିପାଗ ସଂସ୍ଥା ସ୍କାଇମେଟ ସଂସ୍ଥା କହିଛି ଯେ ଗୁଜୁରାଟ, ତାମିଲନାଡ଼ୁ, କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ, ରାଜସ୍ଥାନର ପଶ୍ଚିମାଞ୍ଚଳର କିଛି ଅଂଶରେ ଲୁ'ର ସ୍ଥିତି ରହିବ। ସେହିପରି ପୂର୍ବୋତ୍ତର ଭାରତ, ଦକ୍ଷିଣ କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ, ଉତ୍ତର ପୂର୍ବ ଉତ୍ତର ପ୍ରଦେଶ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁ ଓ ଉତ୍ତର ପ୍ରଦେଶର ପୂର୍ବ ଅଞ୍ଚଳରେ ବର୍ଷା ହେବା ନେଇ ମଧ୍ୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ପୂର୍ବ ଓ ଦକ୍ଷିଣ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ହାଲୁକା ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

{}{}