Hindi News >>Home >>Weather

Cyclone Hamoon: ଆସୁଛି ବାତ୍ୟା, ପାରାଦୀପଠାରୁ ୩୬୦ କି.ମି ଦୂରରେ କେନ୍ଦ୍ରୀଭୂତ

Cyclone Hamoon:ଆସନ୍ତା ୨ ଦିନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ବାଂଲାଦେଶ ଉପକୂଳ ମୁହାଁଇବ । ୨୫ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ବାତ୍ୟା ହମୁନ୍।

Advertisement
ସୌ(ସୋସିଆଲ ମିଡିଆ)
Stop
Zee Odisha Desk|Updated: Oct 23, 2023, 02:47 PM IST

Cyclone Hamoon​: ଆଗାମୀ ୬ ଘଣ୍ଟାରେ ବଙ୍ଗୋପସାଗରରେ (Bay of Bengal) ଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ରୂପ ନେବାର ସମ୍ଭାବନା ରହିଛି । ତେବେ ରାଜ୍ୟକୁ ବାତ୍ୟା (Cyclone) ବିପଦ ନଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ସୂଚନା ଅନୁଯାୟୀ, ଗଭୀର ଅବପାତ (Deep Depression) ଏବେ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ୬ ଘଣ୍ଟା ମଧ୍ୟରେ ଏହା ବାତ୍ୟାରେ ପରିଣତ ହେବ । ଗତ ଛଅ ଘଣ୍ଟା ରେ ଘଣ୍ଟାପ୍ରତି ୧୩ କିମି ବେଗରେ ଉତ୍ତର-ପୂର୍ବ ଦିଗରୁ ଅଗ୍ରସର ହେଉଛି । ପାରାଦ୍ୱୀପଠାରୁ ଦକ୍ଷିଣରେ ୩୬୦ କିମି ଦୂରରେ ରହିଛି। ଆସନ୍ତା ୨ ଦିନ ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରିବା ସହ ବାଂଲାଦେଶ ଉପକୂଳ ମୁହାଁଇବ । ୨୫ ତାରିଖ ସୁଦ୍ଧା ବାଂଲାଦେଶ ଉପକୂଳ ଅତିକ୍ରମ କରିବ ‘ବାତ୍ୟା ହମୁନ୍’ (Cyclone Hamoon) । ତେବେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। କେବଳ ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ କୁହାଯାଇଛି।

ବିଭାଗ କହିଛି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ‘ହମୁନ’ର (Cyclone Hamoon) କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ। ଏବେ ଯେଉଁ ଘୂର୍ଣ୍ଣିବଳୟ ଅଛି, ତାହା ଆଜି ରାତିରେ ବାତ୍ୟାର ରୂପ ନେବ। ଏବେ ତାହା ପାରାଦୀପରୁ ୪୦୦ କିଲୋମଟର ଦୂରରେ ଅଛି। ଘନୀଭୂତ ହୋଇ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭାବ୍ୟ ବାତ୍ୟାକୁ ଦେଖି ପୁରୀ ସିଗ୍ନାଲ ପୋର୍ଟ ସମେତ ପାରାଦୀପ ଏବଂ ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି। ଏହାର ପ୍ରଭାବରେ ବୌଦ୍ଧ, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରିର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ ଓ ଢେଙ୍କାନାଳ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ମଙ୍ଗଳବାର ଓ ୨୫ ତାରିଖରେ ଅଧିକାଂଶ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସେହିପରି ୫୦ରୁ ୭୦ କିମି ବେଗରେ ପବନ ବୋହିବାର ସମ୍ଭାବନା ରହିଛି ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାର ଜିଲ୍ଲାପାଳ, କୃଷି ଓ ଜଳସମ୍ପଦ ବିଭାଗ ସଚିବ ଓ ସବୁ RDCଙ୍କୁ ସତର୍କ କରାଇଛନ୍ତି ଏସଆରସି (SRC)। ଏଥିସହ ପୌରାଞ୍ଚଳ ପ୍ରଶାସକ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସତର୍କ ରହିବା ପାଇଁ ଚିଠି ଲେଖିଛନ୍ତି । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ଉପକୂଳ ଜିଲ୍ଲା ସମେତ କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ାରେ ବର୍ଷା ସମ୍ଭାବନା ରହିଛି ।

 

 

 

 

 

 

Read More
{}{}