Hindi News >>Home >>Weather

Weather Update: ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସର୍ତକ ସୂଚନା ଜାରିକଲା ପାଣିପାଗ ବିଭାଗ

Weather Update: ରାଜ୍ୟରେ ଏବେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ। ଯାହା ଫଳରେ ଜାରି ରହିଛି ବର୍ଷା।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଜୁଳି, ଘଡ଼ଘଡି଼ ସାଙ୍ଗକୁ  ବର୍ଷା ନେଇ ସତର୍କତା ଜାରି ହୋଇଛି। 

Advertisement
Weather Update: ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସର୍ତକ ସୂଚନା ଜାରିକଲା ପାଣିପାଗ ବିଭାଗ
Stop
Narmada Behera|Updated: Jul 11, 2024, 06:40 AM IST

Weather Update: ରାଜ୍ୟରେ ଏବେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ। ଯାହା ଫଳରେ ଜାରି ରହିଛି ବର୍ଷା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ନବରଙ୍ଗପୁର ରାଇଘର ଅଞ୍ଚଳରେ ସର୍ବାଧିକ  ବର୍ଷା ୬୦ ମିମି ରେକର୍ଡ଼ ହୋଇଛି।  ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ବିଜୁଳି, ଘଡ଼ଘଡି଼ ସାଙ୍ଗକୁ  ବର୍ଷା ନେଇ ସତର୍କତା ଜାରି ହୋଇଛି।  ପରେ ରାଜ୍ୟର ବିଭିନ୍ନ ସ୍ଥାନେ ବର୍ଷାର ବିସ୍ତୁତ ବଢିବ। ୧୪ ତାରିଖ ଯାଏଁ ରାଜ୍ୟରେ ବିସ୍ତୃତ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ।  

ALSO READ: Today Horoscope: କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ବଢିପାରେ ଚାପ! ନିଜ ପ୍ରିୟଜନଙ୍କଠୁ ରୁହନ୍ତୁ ସାବଧାନ

ଆଜି ଉପକୂଳ ଓ ପଶ୍ଚିମ ଓଡି଼ଶାରେ ବିଜୁଳି ଘଡ଼ଘଡି ସାଙ୍ଗକୁ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ତେବେ, ସେହି ଜିଲ୍ଲା ଗୁଡିକ ହେଲା, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର,ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସୁନ୍ଦରଗଡ଼, ଝାରସୁଗୁଡା ଓ କେନ୍ଦୁଝର। ସେହିପରି ଶୁକ୍ରବାର, ଶନିବାର ଓ ରବିବାର ରାଜ୍ୟରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ମୟୂରଭଂଜ, କେନ୍ଦୁଝର,  ସୁନ୍ଦରଗଡ ଓ ଝାରସୁଗୁଡାରେ  ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।  ଶନିବାର ଓ ରବିବାର ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୋମବାର ଠାରୁ ରାଜ୍ୟରେ ବର୍ଷାର ବିସ୍ତୁତ କମିବା ସହ ସ୍ଥାନେ ସ୍ଥାନେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗି ରହିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

ମୌମୁମୀ ଜନିତ ନିମ୍ନଚାପରେଖା ସମୁଦ୍ର ପତନ ଉପରେ  ଜୈସଲମେର, କୋଟା, ଶିବପୁରୀ ଦେଇ  ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି।  ଜୁନ୍ ୮ରୁ ମୌମୁମୀ ବାୟୁ ଓଡିଶା ଛୁଇଁଥିଲେ ମଧ୍ୟ ଏବେବି ରାଜ୍ୟରେ ଅଭାବି ବର୍ଷା ରେକର୍ଡ଼ ହୋଇଛି। ଜୁନ୍ ୧ ରୁ ବର୍ତ୍ତମାନ ସୁଧା ରାଜ୍ୟରେ ସ୍ବାଭାବିକ ବର୍ଷା ୩୦୪.୨ ମିମି ବଦଳରେ ଏଯାବତ୍ ୨୧୯.୯ମିମି ରେକର୍ଡ଼ ହୋଇଛି।

Read More
{}{}