Hindi News >>Home >>Weather

Weather Update: ବଦଳିବ ପାଗର ମିଜାଜ୍ ,ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି

Weather Update: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏ-ପ୍ରିଲ୍ ପହିଲାରୁ ତାତି ବଢୁଥିବାରୁ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ  (IMD) ପୂର୍ବାନୁମାନ କରିଛି।  ତେବେ, ଏହାରି ଭିତରେ ପାଣିପାଗ ବିଭାଗ ଏକ ଆଶ୍ବସ୍ତି କଲା ପରି ଖବର ଦେଇଛି।...

Advertisement
 Weather Update: ବଦଳିବ ପାଗର ମିଜାଜ୍ ,ବର୍ଷା ଆଣିବ ସାମାନ୍ୟ ଆଶ୍ବସ୍ତି
Stop
Zee Odisha Desk|Updated: Apr 08, 2024, 11:50 AM IST

Weather Update: ଦେଶରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଏ-ପ୍ରିଲ୍ ପହିଲାରୁ ତାତି ବଢୁଥିବାରୁ ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ  (IMD) ପୂର୍ବାନୁମାନ କରିଛି।  ବିଭାଗ ଏହା କୁହାଯାଇଛି ଯେ, ଏପ୍ରିଲ ୧୫ ସୁଦ୍ଧା ଦିଲ୍ଲୀର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିବ। ରବିବାର ଦିନ ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଥିଲା। କିନ୍ତୁ ଆସନ୍ତାକାଲିଠୁ ଦିଲ୍ଲୀର ତାପମାତ୍ରା ବୃଦ୍ଧି ପାଇବ। ପାଣିପାଗ ବିଭାଗର ତଥ୍ୟ ଦର୍ଶାଉଛି ଯେ, ଗତ ବର୍ଷ ଏପ୍ରିଲରେ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ଚଳିତ ବର୍ଷ ଅପେକ୍ଷା ଅଧିକ ରହିଥିଲା। 

ALSO READ: Budhaditya Yoga 2024: ଚୈତ୍ର ନବରାତ୍ରରେ ବୁଦ୍ଧାଦିତ୍ୟ ଯୋଗ, ଲାଭବାନ୍ ହେବେ ଏହି ସବୁ ରାଶି

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)  ଏହା ମଧ୍ୟ ଆକଳନ କରିଛି ଯେ, ଦକ୍ଷିଣ ଭାରତର କିଛି ଅଂଶରେ ଗ୍ରୀଷ୍ମ ପ୍ରବାହ ଅଧିକ ବ଼ୃଦ୍ଧି ପାଇବ। ଏହା ବ୍ୟତୀତ ଏପ୍ରିଲ ୯ ପର୍ଯ୍ୟନ୍ତ ପୂର୍ବ, କେନ୍ଦ୍ରୀୟ ଏବଂ ଦ୍ୱୀପପୁଞ୍ଜ ଅଞ୍ଚଳରେ ମଧ୍ୟମ ବର୍ଷା ଏବଂ କୁଆପଥର ମାଡ ହେବାର ସମ୍ଭାବନା ମଧ୍ୟ ରହିଛି। ଆଜି ଅର୍ଥାତ୍ ୮ ଏପ୍ରିଲରେ କର୍ଣ୍ଣାଟକ ଏବଂ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ତତଲା ପବନ ପ୍ରବାହିତ ହେବ । ଏଠାରେ ସର୍ବାଧିକ ତାପମାତ୍ରା ୩ ରୁ ୫ ଡିଗ୍ରୀ ଦିନକରେ ବୃଦ୍ଧି ପାଉଛି। ଆଗାମୀ ୨ ଦିନ ମଧ୍ୟ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ  ଆକଳନ କରିଛି। 

ଦେଶରେ କିଛି ଅଞ୍ଚଳରେ ଗ୍ରୀଷ୍ମର ଲହରୀ ଜାରି ରହିଥିବା ବେଳେ ଆଉ କିଛି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି, ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ତ , ମରାଠଓ୍ବାଡା (Marathwada)ଏବଂ ପଶ୍ଚିମବଙ୍ଗର  ବିଭିନ୍ନ ସ୍ଥାନରେ ପ୍ରବଳ ପବନ ସହିତ ଏପ୍ରିଲ ୧୧ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଓଡି଼ଶାରେ କାଳବୈଶାଖି ସହ କେତେକ ଅଞ୍ଚଳରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ କର୍ଣ୍ଣାଟକର କେତେକ ଜିଲ୍ଲାରେ ମଧ୍ୟ ହାଲୁକା ବର୍ଷା ହୋଇପାରେ।

Read More
{}{}