Hindi News >>Home >>Weather

Weather Update: ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଏବେ ଘନ କୁହୁଡି (deep fog) ସାଙ୍ଗକୁ ଶୀତର ଲହରୀ (cold wave in odisha) ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।  ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar)ପକ୍ଷରୁ କୁହାଯାଇଛି। 

Advertisement
Weather Update: ପାଣିପାଗ ବିଭାଗ ଜାରି କଲା ସତର୍କ ସୂଚନା, ଏହି ଦିନ ରାଜ୍ୟରେ ବର୍ଷା ସମ୍ଭାବନା
Stop
Zee Odisha Desk|Updated: Feb 06, 2024, 06:12 AM IST

Weather Update: ରାଜ୍ୟରେ ଏବେ ଘନ କୁହୁଡି (deep fog) ସାଙ୍ଗକୁ ଶୀତର ଲହରୀ (cold wave in odisha) ଜାରି ରହିଛି। କିନ୍ତୁ ଏବେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।  ପାଗ ମୁଖ୍ୟତ ଶୁଖିଲା ରହିବା ସହ କୁହୁଡି଼ ଅନୁଭୂତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Meteorological Centre, Bhubaneswar)ପକ୍ଷରୁ କୁହାଯାଇଛି। ୧୦ ରୁ ରାଜ୍ୟରେ ହାଲୁକା ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ସୋମବାର ନୟାଗଡ, ଗୋପାଳପୁର, ଯାଜପୁର ,ଢେଙ୍କାନାଳ ଓ ଭୁବନେଶ୍ବରରେ ଘନକୁହୁଡି଼ ନଜରକୁ ଆସିଛି। ଏଠାରେ କୁହୁଡିର ଦୃଶ୍ୟମାନ କ୍ଷମତା ୫୦ରୁ ୨୦୦ ମିଟର ମଧ୍ୟରେ ରହିଛି।

ALSO READ: Today Horoscope: ଏହି ସବୁ ରାଶି ପାଇବେ ଶୁଭଫଳ, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ ?

ସେହିପରି ବାଲେଶ୍ବର, ପାରାଦ୍ବୀପ, କୋରାପୁଟ୍ ଓ ଭବାନୀପାଟଣାରେ ମଧ୍ୟ କୁହୁଡି଼ ଅନୁଭୂତ ହୋଇଛି। କିନ୍ତୁ ଏଠାରେ ଘନତା ଆବଶ୍ୟକ ଠାରୁ  କମ୍ ନଜରକୁ ଆସିଛି। ମଙ୍ଗଳବାର ମଧ୍ୟ କୁହୁଡି଼ ନେଇ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲା-ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ ,କୋରାପୁଟ୍, ରାୟଗଡା ଓ କୋରାପୁଟ୍ ଜିଲ୍ଲା ରହିଛି। ରାଜ୍ୟରେ ଚଳିତ ଥର ଶୀତ୍ କମିଛି କାହିଁକିନା ଏଥର ଫେବୃଆରୀ ଆରମ୍ଭରୁ ରାଜ୍ୟରେ ଖରା ବଢିବାକୁ ଲାଗିଲାଣୀ।  ପ୍ରଥମ ସପ୍ତାହରେ ହିଁ ଟିଟିଲାଗଡରେ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଅତିକ୍ରମ କରିସାରିଛି।  ଭବାନୀପାଟଣା,ମାଲକାନଗିରି ଓ ପାରଳାଖେମୁଣ୍ତିରେ ମଧ୍ୟ ୩୪ ଡିଗ୍ରୀ ତାପମାତ୍ରା  ରହିଛି। 

ସୋମବାର ପାଣିପାଗ ବିଭାଗ ପକ୍ଷରୁ ଜଣାପଡି଼ଛି ଯେ, ଟିଟିଲାଗଡରେ ସର୍ବାଧିକ ୩୪.୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭବାନୀପାଟଣା, ମାଲକାନଗିରି ଓ ପାରଳାଖେମୁଣ୍ତି ବାଦ୍ ଭୁବନେଶ୍ବର,ବାରିପଦା,ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼ , ତାଳଚେର, ବଲାଙ୍ଗୀର, ଫୁଲବାଣୀ, ସୋନପୁର, ନୟାଗଡ, ବୌଦ୍ଧ,ରାୟଗଡା, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନୂଆପଡା, ନବରଙ୍ଗପୁର, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡାରେ ତାପମାତ୍ରା ୩୦ ଡିଗ୍ରୀ ଅତିକ୍ରମ କରିଛି।  ରାଜ୍ୟରେ ଗୁଳୁଗୁଳି ମଧ୍ୟ ବଢିଛି। ଫେବୃଆରୀ ଆରମ୍ଭରୁ ସୃଷ୍ଟି ହୋଇଥିବା ତାପମାତ୍ରାରେ ଏହି ପରିବର୍ତ୍ତନ ହୋଇଛି । ଏଥର ପ୍ରଚଣ୍ତ ଗ୍ରୀଷ୍ଣ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।  ଯେଭଳି ଭାବେ ପ୍ରଥମ ସପ୍ତାହରୁ ତାପମାତ୍ରା ୩୪ ଡିଗ୍ରୀ ଅତିକ୍ରମ କଲାଣି ତାହା ମାର୍ଚ୍ଚ ଓ ଏପ୍ରିଲ୍ ବେଳକୁ ଆହୁରି ଦୁର୍ବିସହ ହେବା ବୋଲି ଆଶଙ୍କା କରାଯାଇଛି।  

 

Read More
{}{}