Hindi News >>Home >>Weather

Weather Updates: ଗୁଜୁରାଟ ଓ ଦିଲ୍ଲୀରେ ପ୍ରବଳ ବର୍ଷା, ଗଲାଣି ୨୮ ଜୀବନ

ନୂଆଦିଲ୍ଲୀ: ଗୁଜୁରାଟରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନ ଲଗାଣ ବର୍ଷା  ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ବୁଧବାର କ୍ରମାଗତ ଚତୁର୍ଥ ଦିନ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭ ହଜାର

Advertisement
Weather Updates: ଗୁଜୁରାଟ ଓ ଦିଲ୍ଲୀରେ ପ୍ରବଳ ବର୍ଷା, ଗଲାଣି ୨୮ ଜୀବନ
Stop
Prabhudatta Moharana|Updated: Aug 29, 2024, 09:27 AM IST

Weather Updates: ନୂଆଦିଲ୍ଲୀ: ଗୁଜୁରାଟରେ ପ୍ରବଳ ବର୍ଷାରେ ବର୍ତ୍ତମାନ ସୁଦ୍ଧା ୨୮ ଜଣଙ୍କର ମୃତ୍ୟୁ ଘଟିଛି। ତିନି ଦିନ ଲଗାଣ ବର୍ଷା  ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି। ଅଧିକାରୀମାନେ କହିଛନ୍ତି ଯେ ବୁଧବାର କ୍ରମାଗତ ଚତୁର୍ଥ ଦିନ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏଥିସହିତ ବନ୍ୟା ପ୍ରଭାବିତ ଅଞ୍ଚଳରୁ ୧୭ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। 

ଜଣେ ପୋଲିସ ମୃତକଙ୍କ ସମ୍ପର୍କରେ ସୂଚନା ଦେଇ କହିଛନ୍ତି କି ରବିବାର ମୋରବୀ ଜିଲ୍ଲାର ହଲୱଦ ଅଞ୍ଚଳରେ ଧୱନା ଗ୍ରାମ ନିକଟରେ ଏକ ପୋଲ ପାର ହେଉଥିବା ସମୟରେ ଗୋଟିଏ ଟ୍ରାକ୍ଟର ଭାସି ଯାଇଥିଲା। ଯେଉଁଥିରେ ୭ ଜଣ ଗ୍ରାମବାସୀ ନିଖୋଜ ହୋଇଥିବା ନେଇ ସେ ସୂଚନା ପ୍ରଦାନ କରିଛନ୍ତି। ତେବେ ଏହି ପୋଲ ଉପରେ ଜଳ ପ୍ରବାହ ତୀବ୍ର ରହିଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଭାସି ଯାଇଥିବା ସମସ୍ତ ଗ୍ରାମବାସୀଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ସେହିପରି ବଡୋଦରାରେ ବର୍ଷା ଥମିଥିବା ସତ୍ତ୍ୱେ ବିଶ୍ୱମିତ୍ରୀ ନଦୀ କୁଳ ଲଂଘିଛି। ଫଳରେ ସହରର ଅଧିକାଂଶ ଅଞ୍ଚଳରେ ଜଳମଗ୍ନ ହୋଇୟାଇଥିବା ଦେଖିବାକୁ ମିଳିଛି। 

 

ସେପଟେ ବନ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ଆଲୋଚନା କରିଛନ୍ତି। ତେବେ କେନ୍ଦ୍ର ସରକାରଙ୍କ ତରଫରୁ ଆବଶ୍ୟକ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶୃତି ଦେଇିଛନ୍ତି। ସେହିପରି ଆଜି ଗୁରୁବାର ସକାଳୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ଗତ ରାତିରୁ ପ୍ରବଳ ବର୍ଷା ହୋଇଛି, ଯେଉଁ କାରଣରୁ ରାଜଧାନୀର ଅନେକ ସ୍ଥାନରେ ରାସ୍ତା ପାଣିରେ ଭରି ରହିଛି। ଦିଲ୍ଲୀ ସମେତ ୧୮ ଟି ରାଜ୍ୟରେ ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ (ଆଇଏମଡି) ଆଜି ଅଗଷ୍ଟ ୨୯ ରେ ପୀତ ସତର୍କ ସୂଚନା ଜାରି କରିଛି।

ଦିଲ୍ଲୀରେ ଆହୁରି ଦୁଇ ଦିନ ବର୍ଷା
ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ-ଏନସିଆରରେ ପାଗ ଖରାପ ରହିବ। ତେବେ ବର୍ଷା ଋତୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ଜାରି ରହିବ। ଏଥର ମୌସୁମୀରେ ରାଜଧାନୀ ଅଗଷ୍ଟ ମାସରେ ସର୍ବାଧିକ ଏବଂ କ୍ରମାଗତ ବର୍ଷା ହୋଇଥିଲା। ଅଗଷ୍ଟ ୨୯ ତାରିଖରୁ ଲଗାତାର ବର୍ଷା ହେଉଛି। ଏଭଳି ପରିସ୍ଥିତିରେ ରାଜଧାନୀର ସର୍ବାଧିକ ତାପମାତ୍ରା ୩୩ ଏବଂ ସର୍ବନିମ୍ନ ତାପମାତ୍ରା ୨୩ଡିଗ୍ରୀ ରେକର୍ଡ କରାଯାଇଛି। ଯଦିଓ ମେଘୁଆ ଏବଂ ବର୍ଷା ହେଉଥିଲେ ମଧ୍ୟ ଆର୍ଦ୍ରତା ଲୋକଙ୍କୁ ଅସୁବିଧାରେ ପକାଇଥିଲା, କିନ୍ତୁ ଲୋକମାନେ ସକାଳ ଏବଂ ସନ୍ଧ୍ୟାରେ ମଧ୍ୟ ପାଗକୁ ଉପଭୋଗ କରିଥିଲେ। ସେପ୍ଟେମ୍ବର ୨ ସୁଦ୍ଧା ରାଜଧାନୀର ସର୍ବାଧିକ ତାପମାତ୍ରା ୩୫ ଡିଗ୍ରୀରେ ଏବଂ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀରେ ରେକର୍ଡ କରାଯାଇପାରିବ।

ଏହି ସବୁ ରାଜ୍ୟରେ ବର୍ଷା ଆକଳନ
ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆଜି ଦିଲ୍ଲୀ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶା, ଝାଡଖଣ୍ଡ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, ଛତିଶଗଡ, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ ମେଘାଳୟ, ମଣିପୁର, ମିଜୋରାମ, ତ୍ରିପୁରା, ତାମିଲନାଡୁ, କେରଳ, ସିକ୍କିମ୍, ଆସାମରେ ବର୍ଷା ପୂର୍ବାନୁମାନ କରାଯାଇଛି।

Read More
{}{}