Hindi News >>Home >>Zee Odisha

US Presidential Election 2024: କାହିଁକି ରାଷ୍ଟ୍ରପତି ଦୌଡ଼ରୁ ହଟିଲେ ବିବେକ ରାମାସ୍ୱାମୀ? ଜାଣନ୍ତୁ କାରଣ

2024  US Presidential Election: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ପ୍ରାର୍ଥୀ ହେବା ପାଇଁ ଚାଲିଥିବା ଦୌଡରୁ ଓହରି ଯାଇଛନ୍ତି ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ।

Advertisement
US Presidential Election 2024: କାହିଁକି ରାଷ୍ଟ୍ରପତି ଦୌଡ଼ରୁ ହଟିଲେ ବିବେକ ରାମାସ୍ୱାମୀ? ଜାଣନ୍ତୁ କାରଣ
Stop
Zee Odisha Desk|Updated: Jan 18, 2024, 08:56 PM IST

Why Vivek Ramaswamy withdraws himself from Presidential Race: ଚଳିତ ବର୍ଷ ନଭେମ୍ବର ୫ ତାରିଖ ମଙ୍ଗଳବାର ଅନୁଷ୍ଠିତ ହେବ ଯୁକ୍ତରାଷ୍ଟ୍ର ଆମେରିକାର ୬୦ ତମ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ରିପବ୍ଲିକାନ ପାର୍ଟି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ପଦ ପାଇଁ ହେଉଥିବା ଦୌଡ଼ରେ ସାମିଲ ହୋଇଥିବା ଭାରତୀୟ-ଆମେରିକୀୟ ବଂଶୋଦ୍ଭବ ବ୍ୟବସାୟୀ ବିବେକ ରାମସ୍ୱାମୀ କରି ସାରିଛନ୍ତି ଏକ ବଡ଼ ଘୋଷଣା। ରାଷ୍ଟ୍ରପତି ପଦ ପ୍ରାର୍ଥୀ ଦୌଡ଼ରୁ ଓହରିଯିବା ଏବଂ ପୂର୍ବତନ ଡୋନାଲ୍ଡ ଟ୍ରମ୍ପଙ୍କୁ ୨୦୨୪ ନିର୍ବାଟନରେ ସମର୍ଥନ କରିବାକୁ ସେ ଘୋଷଣା କରିଛନ୍ତି। 

ଆୟୋବା କକସ ଠାରେ ଚତୁର୍ଥ ସ୍ଥାନ ହାସଲ କରିବା ପରେ ବିବେକ ରାମାସ୍ୱାମୀ ଏପରି ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ସମର୍ଥକଙ୍କୁ କହିଛନ୍ତି ଆମେ ରାଷ୍ଟ୍ରପତି ଅଭିଯାନକୁ ସ୍ଥଗିତ ରଖିବାକୁ ଯାଉଛୁ।  ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ସେ ବିଜୟୀ ହୁଅନ୍ତୁ ଏକଥା ମୁଁ ଡୋନାଲ୍ଡ ଟ୍ରମ୍ପଙ୍କୁ ଫୋନ କରି ଜଣାଇ ଦେଇଛି। ମୁଁ ତାଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଉଛି। ଆଗକୁ ମୋର ସମ୍ପୂର୍ଣ୍ଣ ସମର୍ଥନ ତାଙ୍କୁ ମିଳିବ। ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ବିବେକ ରାମାସ୍ୱାମୀ ଉପରାଷ୍ଟ୍ରପତି ପଦ ଉପରେ ନଜର ରଖିଛନ୍ତି। ଯିଏ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ନମ୍ବର ହୋଇପାରନ୍ତି। ମଙ୍ଗଳବାର ଯେତେବେଳେ ସେ ନ୍ୟୁ ହାମ୍ପସାୟର ଠାରେ ରିପବ୍ଲିକାନ୍ ପ୍ରାର୍ଥୀ ପୂର୍ବତନ ରାଷ୍ଟ୍ରପତଙ୍କ ସହ ମଞ୍ଚରେ ଉପସ୍ଥିତ ରହିଥିଲେ ସେତେବେଳେ ସେଠାରେ ଉପସ୍ଥିତ ରହିଥିବା ଲୋକେ ତାଙ୍କୁ ଉପରାଷ୍ଟ୍ରପତି କହି ସ୍ୱାଗତ କରିଥିଲେ।

Also Read:  US Presidential Election 2024: ରିପବ୍ଲିକାନ ପାର୍ଟି ପ୍ରାର୍ଥୀଙ୍କୁ ନେଇ ଆସିଲା ବଡ଼ ଖବର

 

ପରସ୍ପରକୁ ପ୍ରଶଂସାରେ ପୋତି ଦେଲେ ରାମାସ୍ୱାମୀ-ଟ୍ରମ୍ପ
ବିବେକ ରାମସ୍ୱାମୀ ତାଙ୍କ ଅଭିଭାଷଣରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କଙ୍କୁ ପ୍ରଶଂସା କରିବା ସହ କହିଛନ୍ତି ଯେ ସେ ପୁନର୍ବାର ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ଆମେରିକୀୟ ସମ୍ବିଧାନ ହେଉଛି ମାନବ ଇତିହାସରେ ସ୍ୱାଧିନତାର ସବୁଠାରୁ ଶକ୍ତିଶାଳୀ ଏବଂ ସର୍ବଶ୍ରେଷ୍ଠ ଗ୍ୟାରେଣ୍ଟି। ଏହା ହେଉଛି ସତ୍ୟ। ଆମେ ସତ୍ୟ ପାଇଁ ସଂଗ୍ରାମ କରୁଛୁ। ରାମସ୍ୱାମୀଙ୍କ ପ୍ରତିକ୍ରିୟାରେ ଟ୍ରମ୍ପ କହିଛନ୍ତି ଯେତେବେଳେ ସେ ମୋତେ ଫୋନ କରିଥିଲେ ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। କାରଣ ସେ ପ୍ରକୃତରେ ଭଲ କାମ କରୁଥିଲେ। ପୂର୍ବତନ ରାଷ୍ଟ୍ରପତି ଆହୁରି କହିଛନ୍ତି ସେ ଆମ ସହିତ ବେଶ ଲମ୍ବା ସମୟ ଧରି କାମ କରିବା ଜାରି ରଖିବେ। 

ଏହି ଘଟଣାକ୍ରମ ପରେ ଆମେରିକା ରାଜନୀତିରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଉପରାଷ୍ଟ୍ରପତି ପଦ ପାଇଁ ଡୋନାଲ୍ଡ ଟ୍ରମ୍ପ ବିବେକ ରାମସ୍ୱାମୀଙ୍କୁ ଚୟନ କରିପାରନ୍ତି। ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାର ଉପରାଷ୍ଟ୍ରପତି ଦାୟିତ୍ୱରେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ରହିଛନ୍ତି। କିଛି ଦିନ ପୂର୍ବରୁ ଟ୍ରମ୍ପ କହିଥିଲେ ଯେ ସେ କାହାକୁ ତାଙ୍କ ଉପରାଷ୍ଟ୍ରପତି କରିବାକୁ ଚାହୁଁଛନ୍ତି ତାହା ସେ ସ୍ଥିର କରିସାରିଛନ୍ତି। ଯଦିଓ ସେ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାଁ ପ୍ରକାଶ କରିନାହାଁନ୍ତି। ରାଷ୍ଟ୍ରପତି ପଦ ପାଇଁ ଦଳୀୟ ନାମାଙ୍କନ କରିବା ଲାଗି ତାଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଯେକୌଣସି ପ୍ରାର୍ଥୀଙ୍କୁ ସେ ଉପରାଷ୍ଟ୍ରପତି ଚୟନ କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

Read More
{}{}