Hindi News >>Home >>Zee Odisha Crime

ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଉପନିର୍ଦ୍ଦେଶକ

Vigilance raid: ପୁରୁଣା ଭୁବନେଶ୍ୱର ସ୍ଥିତ ଭଡ଼ା ଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ , ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢ଼ଉ ଜାରି ରହିଛି।

Advertisement
ଭିଜିଲାନ୍ସ ଜାଲରେ ମତ୍ସ୍ୟ ସମ୍ପଦ ବିଭାଗର ଉପନିର୍ଦ୍ଦେଶକ
Stop
Zee Odisha Desk|Updated: Jul 22, 2024, 09:59 PM IST

କଟକ: ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରି ଫସିଲେ ମତ୍ସ୍ୟ ସମ୍ପଦ ବିଭାଗ ଉପନିର୍ଦ୍ଦେଶକ। ସରକାରୀ ପାଣ୍ଠି ନିଜ ଖାତାକୁ ଟ୍ରାନ୍ସଫର କରିବା ଅଭିଯୋଗରେ ଉପନିର୍ଦ୍ଦେଶକ ବସନ୍ତ ଦାଶଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ। କଟକ କାର୍ଯ୍ୟାଳୟ ସହ ଭୁବନେଶ୍ୱର, ପୁରୀ, ଭଦ୍ରକରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ବସନ୍ତ ଦାଶଙ୍କ ଘର ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଛି। ପ୍ରାୟ ୧କୋଟି ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସରକାରୀ ଅର୍ଥ ଆତ୍ମସାତ ଘଟଣାରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କରିଛି। 

ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ, ସରକାରୀ ଅର୍ଥରୁ ଅର୍ଜନ ହୋଇଥିବା ପରିମାଣ ଏବଂ ପୁଞ୍ଜି ସମ୍ପତ୍ତିର ଅପବ୍ୟବହାର ସହ ଜଡ଼ିତ ଡକ୍ୟୁମେଣ୍ଟର ଖୁଲାସା ପାଇଁ ଏହି ଚଢ଼ଉ କରାଯାଇଛି। ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ୨୦୨୪-୨୫ ଆର୍ଥିକ ବର୍ଷରେ ସରକାରୀ ଆକାଉଣ୍ଟରୁ ନିଜ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହେଉଥିଲା। ସରକାରୀ ଆକାଉଣ୍ଟରୁ ତାଙ୍କ ବ୍ୟକ୍ତିଗତ ବ୍ୟାଙ୍କ ଆକାଉଣ୍ଟକୁ ପୁରୀର ଏସବିଆଇରେ ୧.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ ଏବଂ ସେ ମଧ୍ୟ ଏହାକୁ ପ୍ରତ୍ୟାହାର କରି ନେଇଥିଲେ। ଏନେଇ ଭିଜିଲାନ୍ସ ନିକଟରେ ପୂର୍ବରୁ ଥିଲା ଅଭିଯୋଗ। ଅଭିଯୋଗ ଆଧାରରେ ଚଢ଼ାଉ କରିଛି ଭିଜିଲାନ୍ସ। ଶ୍ରୀ ଦାଶଙ୍କ ପୁରୁଣା ଭୁବନେଶ୍ୱର ସ୍ଥିତ ଭଡ଼ା ଘର, ପୁରୀ ତୋଟା ମହାବୀର ଲେନ ସ୍ଥିତ ଘର, ପୁରୀ ଜିଲ୍ଲା ଗୋରୁଳା ନିକଟ ଫାର୍ମହାଉସ , ଭଦ୍ରକ ଗୋବିନ୍ଦପୁର ସ୍ଥିତ ପୈତୃକ ଘର, କଟକ ସ୍ଥିତ ଅଫିସରେ ଚଢ଼ଉ ଜାରି ରହିଛି। ତେବେ ସମୁଦାୟ ସମ୍ପତ୍ତିର ତାଲିକା ଆସିନାହିଁ। ଚଢ଼ଉ ପରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଛି। 

Read More
{}{}