Videos

Crime News: ମକର ଦେଖିବାକୁ ଯାଇଥିଲା ବେଳେ ନଦୀପଠାରେ ମହିଳାଙ୍କୁ ଆକ୍ରମଣ

ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ କ୍ରିଷ୍ଣାନନ୍ଦପୁର ଗଇଠିପୁର ନଦୀପଠା ରେ ମହିଳା ଙ୍କ ତଣ୍ଟି କାଟିଲେ ଦୁର୍ବୁତ୍ତ | ମହିଳା ଜଣଙ୍କ ହେଲେ ବିନତା ସେଠୀ ଓ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି ବୋଲି ଜଣାପଡ଼ଛି । ସ୍ଥାନୀୟ ଅଞ୍ଚଳରେ ବିଲେଇଶୁଣି ମକର ନାଚ ଚାଲିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ଏଭଳି ଘଟଣା ଘଟିଛି। ବିନତା ନିଜ ତିନି ବର୍ଷ ର ଝିଅ ସହ ଗତକାଲି ମକରମେଳା ଦେଖିବାକୁ ଯାଇଥିବା ବେଳେ ଝିଅକୁ ଅନ୍ୟଜଣକୁ ଦେଇ ନଦୀ ପଠା କୁ ଶୌଚ ହେବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିବା କୁହାଯାଉଛି | ତେବେ ସେ ରାତିରେ ଏକୁଟିଆ ନଦୀ ପଠା କୁ କଣ ପାଇଁ ଗଲେ, ତାଙ୍କୁ କିଏ ଓ କେଉଁ ଉଦ୍ଦେଶ୍ଯରେ ନଦୀ ପଠା ରେ ତଣ୍ଟି କାଟିଲେ ତାହା ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Video Thumbnail
Advertisement
Read More