Videos

CCTV Video: ଟାଣି ନେଉଥିଲା ଟ୍ରେନ, ଉଦ୍ଧାର କଲେ ମହିଳା କନେଷ୍ଟବଳ

ରଖେ ହରି ତ, ମାରେ କିଏ । ଏକ ନିଶ୍ଚିତ ମୃତ୍ୟୁ ମୁହଁରୁ ଅଳ୍ପକେ ବଞ୍ଚିଲେ ବୃଦ୍ଧା । ଖୋର୍ଦ୍ଧା ରୋଡ଼ ରେଳବାଇ ୪ ନମ୍ବର ପ୍ଲାଟଫର୍ମରେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ବୃଦ୍ଧା । ଋଷିକେଶ ପୁରୀ ଉତ୍କଳ ଏକ୍ସପ୍ରେସ ଟ୍ରେନ ଦିନ ଦୁଇଟା ବେଳେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପ୍ଲାଟଫର୍ମ ନମ୍ବର 4 ରେ ପହଂଚି ଥିଲା l ଟ୍ରେନ ପୁରୀ ଯିବା ପାଇଁ ପ୍ଲାଟଫର୍ମରୁ ଷ୍ଟାର୍ଟ ନେଇଯାଇଥିବା ସମୟରେ ହଠାତ ଜଣେ ବୃଦ୍ଧା ଟ୍ରେନରେ ଚଢ଼ିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଭାରସାମ୍ୟ ହରାଇ ଟ୍ରେନ ସହିତ ପ୍ଲାଟଫର୍ମରେ ଘୁଷୁଡ଼ି ଥିବା ସମୟରେ ହଟାତ ସେଇ ପ୍ଲାଟଫର୍ମରେ କର୍ତଵ୍ୟ କରୁଥିବା RPF ହେଡ କନେଷ୍ଟବଳ ହେମବତୀ ବେହେରା ଦେଖିଥିଲେ । ତୁରନ୍ତ ନିଜ ଜୀବନକୁ ବାଜି ଲଗାଇ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ବୃଦ୍ଧାଙ୍କୁ ବଂଚେଇବାରେ ସଫଳ ହୋଇଥିଲେ l

Video Thumbnail
Advertisement
Read More