Videos

Vastu Tips: ଠାକୁର ଘରେ କାହିଁକି ଦିଆସିଲି ରଖିବେ ନାହିଁ ? ଜାଣନ୍ତୁ ବାସ୍ତୁଶାସ୍ତ୍ର କ’ଣ କୁହେ

ଠାକୁର ଘରେ ଧୂପଦ୍ୱିପ ଦେବା ପାଇଁ ଆମେ ଦିଆସିଲି ବ୍ୟବହାର କରିଥାଉ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଠାକୁର ଘରେ ଦିଆସିଲି ରଖିବା ବାସ୍ତୁଶାସ୍ତ୍ର ଅନୁସାରେ ଠିକ ନୁହେଁ । ବାସ୍ତୁଶାସ୍ତ୍ରରେ ଠାକରୁ ଘରେ କୌଣସି ପ୍ରକାରର ଜ୍ୱଳନଶୀଳ ବସ୍ତୁ ରଖିବାକୁ ମନା କରାଯାଇଛି । ଠାକୁର ଘରେ ଯଦି ଆପଣ ଦିଆସିଲି ରଖୁଛନ୍ତି ତେବେ ଆପଣଙ୍କୁ ଏହାର ନକରାତ୍ମକ ପରିଣାମ ଭୋଗିବାକୁ ପଡ଼ିପାରେ । ପୂଜା ପାଇଁ, ଆମେ ଦୀପ, ଧୂପ ବ୍ୟବହାର କରୁ | କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଦିଆସିଲିକୁ ପୂଜାଘରେ ରଖିବା ଉଚିତ୍ ନୁହେଁ। ଦିଆସିଲି ସହିତ, ଅନ୍ୟାନ୍ୟ ଜ୍ୱଳନ୍ତ ସାମଗ୍ରୀ ଯେପରିକି ଲାଇଟର୍ ଇତ୍ୟାଦି ମଧ୍ୟ ପୂଜା କୋଠରୀରେ ରଖିବା ଉଚିତ୍ ନୁହେଁ । ଦିଆସିଲିକୁ ମନ୍ଦିରରେ କିମ୍ବା ଭଗବାନଙ୍କ ମୂର୍ତ୍ତି ପାଖରେ ରଖିବା ଉଚିତ୍ ନୁହେଁ । ଏହା ସହିତ ପୋଡ଼ା ଦିଆସିଲି କାଠିକୁ ମଧ୍ୟ ମନ୍ଦିରରେ ପକାଯିବା ଉଚିତ୍ ନୁହେଁ । ପୋଡ଼ା ଦିଆସିଲ କାଠି ଘରେ ନକାରାତ୍ମକତା ବୃଦ୍ଧି କରିଥାଏ । ଯାହାଦ୍ୱାରା ଆପଣ ଦୁର୍ଭାଗ୍ୟ ଶିକାର ହେବାର ଆଶଙ୍କା ରହିଛି ।

Video Thumbnail
Advertisement
Read More