Videos

Karpoori Thakur: କର୍ପୁରୀ ଠାକୁରଙ୍କୁ ଜିପ୍ ଦେବାକୁ ମନା କରିଥିଲେ ଲାଲୁ,ବାଇକରେ ବସି ବୁଲୁଥିଲେ ବିହାର ମୁଖ୍ୟମନ୍ତ୍ରୀ

ଭାରତୀୟ ରାଜନୀତିରେ ଏମିତି ବିରଳ ବ୍ୟକ୍ତିତ୍ୱ ରହିଛନ୍ତି, ଯେଉଁମାନେ ଆଜି ବି ଅନ୍ୟମାନଙ୍କ ପାଇଁ ଉଦାହରଣ ଅଟନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କରପୁରୀ ଠାକୁର । ଯାହାଙ୍କୁ କେନ୍ଦ୍ର ସରକାର ଭାରତ ରତ୍ନ ଦେବାକୁ ଘୋଷଣା କରିଛନ୍ତି। ଆଜିକାଲି ମୁଖ୍ୟମନ୍ତ୍ରୀମାନଙ୍କ ସୁରକ୍ଷା କେତେ କଠୋର ତାହା ସମସ୍ତେ ଜାଣନ୍ତି, କିନ୍ତୁ କଳ୍ପନା କରନ୍ତୁ ଏମିତି ଏକ ଦୃଷ୍ୟ ଯେଉଁଥିରେ ବାଇକରେ ଯାଉଥିବେ ମୁଖ୍ୟମନ୍ତ୍ରୀ । ଆପଣଙ୍କ ପାଇଁ ଯାହା ଅକଳ୍ପନୀୟ ହୋଇପାରେ ଦିନ ସେଇକଥା ବିହାରରେ ଘଟୁଥିଲା । ବିହାରର ମୁଖ୍ୟମନ୍ତ୍ରୀ ଭାବେ କର୍ପୁରୀ ଠାକୁର ବିଦେଶୀ ସାମ୍ବାଦିକଙ୍କୁ ଭେଟିବା ପାଇଁ ସେମନେ ରହୁଥିବା ହୋଟେଲକୁ ବାଇକରେ ଯାଇଥିଲେ । ତା’ ପୁଣି ବିନା କୌଣସି ସୁରକ୍ଷାରେ ।

Video Thumbnail
Advertisement
Read More