Videos

Sesame Seeds: ଶୀତ ଋତୁରେ କେଉଁ ପ୍ରକାରର ରାଶି ଖାଇବା ଉଚିତ୍, ଧଳା ନା କଳା?

ଥଣ୍ଡା ଦିନରେ ବା ଖାସ କରି ଶୀତ ଋତୁରେ କେଉଁ ପ୍ରକାରର ରାଶି ଖାଇବା ଉଚିତ୍ । ଧଳା ରାଶି ନା କଳା ରାଶି? କେଉଁଟି ଭଲ ? ଏହାକୁ ନେଇ ସମସ୍ତେ ଦ୍ବନ୍ଦରେ ଥାଆନ୍ତି । କିଛି ଲୋକ ଭାବନ୍ତି ଯେ କଳା ରାଶି ଅଧିକ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥାଏ । ତ ଆଉ କିଛି ଭାବନ୍ତି ଧଳା ରାଶି ଖାଇଲେ ଅଧିକ ଲାଭ ହୋଇଥାଏ । ହେଲେ ଦୁଇଟି ରାଶିରେ ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ରହିଛି । ହେଲେ ଶୀତ ଦିନରେ କଳା ରାଶି ଖାଇବା ଦ୍ବାରା ଅଧିକ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ପୋଷକ ତତ୍ତ୍ବ ଧଳା ରାଶି ଠାରୁ ଅଧିକ ଥାଏ । ଆସନ୍ତୁ ଜାଣିବା ଥଣ୍ଡା ସମୟରେ କଳା ରାଶି କେମିତି ଅଧିକ ସ୍ବାସ୍ଥ୍ୟକର ।

Video Thumbnail
Advertisement
Read More