Videos

Parshottam Rupala: ଚିଲିକାରେ ଫସିଲେ କେନ୍ଦ୍ରମନ୍ତ୍ରୀ ପରଷୋତ୍ତମ ରୂପାଲା, ଦେଖନ୍ତୁ ଏହି ଭିଡିଓ

ସାଗର ପରିକ୍ରମା କାର୍ଯ୍ଯକ୍ରମରେ ଯୋଗଦେବାକୁ ବାଲୁଗାଁରୁ ସାତପଡ଼ା ଆସୁଥିବା ବେଳେ ଚିଲିକାରେ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ଧରି ଫସିଥିଲେ କେନ୍ଦ୍ରମନ୍ତ୍ରୀ। ଚିଲିକାର ନଳବଣ ନିକଟରେ ବାଟବଣା ହୋଇଯାଇଥିଲା କେନ୍ଦ୍ରମନ୍ତ୍ରୀଙ୍କ ଡଙ୍ଗା। ଉଦ୍ଧାର କରିବା ନେଇ ସାତପଡ଼ା ଓ ବାଲୁଗାଁରୁ ଦୁଇଟି ଉଦ୍ଧାରକାରୀ ଡ଼ଙ୍ଗା ପହଁଞ୍ଚିଥିଲା । ଉଦ୍ଧାର କାର୍ଯ୍ୟ ପରେ କେନ୍ଦ୍ରମନ୍ତ୍ରୀଙ୍କ ଅରଖକୁଦା ଗସ୍ତ ବାତିଲ କରାଯାଇଥିଲା । ତେବେ ଏହି ଡଙ୍ଗାରେ କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଥିଲେ। ଉଦ୍ଧାର କାର୍ଯ୍ୟ ପରେ ବିଳମ୍ବିତ ରାତିରେ ପୁରୀରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ।

Video Thumbnail
Advertisement
Read More