Videos

Srimandira: ରାତି ସାରା ଶ୍ରୀମନ୍ଦିରର ଭୋଗମଣ୍ଡପ ଘରେ ବନ୍ଦ ରହିଲା ମହାପ୍ରସାଦ

ରାତି ସାରା ଶ୍ରୀମନ୍ଦିରର ଭୋଗମଣ୍ଡପ ଘରେ ବନ୍ଦ ରହିଲା ମହାପ୍ରସାଦ। ସନ୍ଧ୍ୟା ଆରତୀ ଓ ଦ୍ବିତୀୟ ଭୋଗମଣ୍ଡପକୁ ନେଇବିବାଦ ଉଠିଲା। ବଡମାହାସାନ୍ନ ରାତି ୮ଟା୧୦ରେ ଶେଷ ହୋଇଥିଲେ ମଧ୍ୟ ରାତି ୧୧ଟା୩୫ରେ ଦ୍ବିତୀୟ ଭୋଗମଣ୍ଡପ ଶେଷ ହେଲା । ଏତେ ରାତିରେ ମହାପ୍ରସାଦ ନେଇ କଣ କରିବୁ କହି ସୁଆର ମହାସୁଆର ଚାଲିଯାଇଥିଲେ। ସେପଟେ ପ୍ରସାଦ ବିକ୍ରି ହୋଇନପାରିବାରୁ ୧୨ଲକ୍ଷ ଟଙ୍କା କ୍ଷତିପୂରଣ ଦାବୀ କରିଛନ୍ତି। ସକାଳୁ ଅତିରିକ୍ତ ମୁଖ୍ୟ ପ୍ରଶାସକ, ନୀତି ପ୍ରଶାସକ ଯାଇ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରି ତାଲିକା ପ୍ରସ୍ତୁତ କରିଛନ୍ତି। ଅନ୍ଯପଟେ ଅକ୍ଷତ ଚାଉଳରେ ଉଷୁନା ଚାଉଳ ମିଶିଛି। ଏହା ମହାପ୍ରଭୁଙ୍କ ପ୍ରସାଦରେ ବ୍ଯବହାର ଉଚିତ ନୁହେଁ। ଏହା ବନ୍ଦ ନହେଲେ ଆଗାମୀ ଦିନରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ଚାଉଳ ମାନ ନିର୍ଦ୍ଧାରଣ କମିଟି ସଦସ୍ଯ। ସେପଟେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Video Thumbnail
Advertisement
Read More