Videos

Loknath Temple: ଲୋକନାଥଙ୍କ ପୀଠରେ ମହାଶିବରାତ୍ରୀ ପାଇଁ ଶହଶହ ଭକ୍ତଙ୍କ ସମାଗମ

ଶ୍ରୀକ୍ଷେତ୍ରର ଭଣ୍ଡାର ରକ୍ଷକ ତଥା ଶ୍ରୀରାମଙ୍କ ସମୟରୁ ପୁରୀରେ ସ୍ଥାପିତ ହୋଇଛନ୍ତି ବାବା ଲୋକନାଥ । ଆଉ ବାବା ଲୋକନାଥଙ୍କ ପୀଠରେ ମହାଶିବରାତ୍ରି ବା ଜାଗର ଉପଲକ୍ଷେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସେ ନେଇ ଶ୍ରୀଲୋକନାଥ ଦେବ ଟ୍ରଷ୍ଠ ବୋର୍ଡ ପକ୍ଷରୁ କରାଯାଇଛି ପ୍ରସ୍ତୁତି । ଲୋକନାଥଙ୍କ ପବିତ୍ର ପର୍ବ ପଙ୍କୋଧାର ଏକାଦଶୀରୁ ଆରମ୍ଭ ହୋଇଛି ଦର୍ଶନ । ସେପଟେ ଆସନ୍ତାକାଲି ମହାଶିବରାତ୍ରୀ । ନିତି ନିର୍ଘଣ୍ଟ ସହ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କରାଯାଇଛି । ଭିତରକାଠର ଦର୍ଶନର ବ୍ୟବସ୍ଥା ହୋଇଥିବା ବେଲେ ଗମ୍ଭୀରା ଦର୍ଶନ ବନ୍ଦ କରାଯାଇଛି ଓ ରାତ୍ର ୪ଟାରେ ଉଠିବ ଲୋକନାଥଙ୍କ ମହାଦ୍ୱୀପ ।

Video Thumbnail
Advertisement
Read More