Videos

Srilanka Cricket Board: ଭାଙ୍ଗିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ, କେତେ କ୍ଷତି ସହିବେ ଖେଳାଳି !

Srilanka Cricket Board: ଏପଟେ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ସେପଟେ ଶ୍ରୀଲଙ୍କା ଟିମକୁ ଲାଗିଛି ଜୋରଦାର ଝଟକା । ଖରାପ ପ୍ରଦର୍ଶନ ଯୋଗୁ ସମ୍ପୂର୍ଣ୍ଣ କ୍ରିକେଟ୍ ବୋର୍ଡକୁ ସସପେଣ୍ଡ କରିଛି ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରଣାଳୟ । ନିକଟରେ ଭାରତ ବିପକ୍ଷରେ ଚାଲିଥିବା ମ୍ୟାଚରେ ଶ୍ରୀଲଙ୍କା ଅତି ଶୋଚନୀୟ ଭାବରେ ପରାଜୟ ବରଣ କରିଥିଲା। ଏ ନେଇ ଏପରି ନିଷ୍ପତ୍ତି ନେଇଛି ମନ୍ତ୍ରାଳୟ। ବିଶ୍ୱକପ ୨୦୨୩ରେ କ୍ରମାଗତ ନୈରାଶ୍ୟଜନକ ପ୍ରଦର୍ଶନ ପରେ କ୍ରୀଡ଼ା ମନ୍ତ୍ରଣାଳୟ ସୋମବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଭଙ୍ଗ ବା ସସପେଣ୍ଡ କରିଛି। ଭାରତ ବିପକ୍ଷରେ ଖେଳି ଶ୍ରୀଲଙ୍କା ପରାଜୟର କିଛି ଦିନ ପରେ ଶ୍ରୀଲଙ୍କା କ୍ରୀଡ଼ା ମନ୍ତ୍ରୀ ରୋଶନ ରଣସିଂହେ ଏହି ବଡ ପଦକ୍ଷେପ ନେଇଛନ୍ତି। ଶ୍ରୀଲଙ୍କା କ୍ରିକେଟ୍ ସଚିବ ତଥା ବୋର୍ଡର ଦ୍ୱିତୀୟ ସର୍ବୋଚ୍ଚ ଅଧିକାରୀ ମୋହନ ଦେ ସିଲଭା ଶନିବାର ଦିନ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ। ଯାହା ପରେ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ସମ୍ପୁର୍ଣ୍ଣ ବୋର୍ଡକୁ ସୋମବାର ହଟାଇ ଦିଆଯାଇଛି।

Video Thumbnail
Advertisement
Read More