Videos

Puri Ratna Bhandar: ପରିଚାଳନା କମିଟି ବୈଠକ ASI ଉପସ୍ଥାପିତ କଲା ରତ୍ନଭଣ୍ଡାର ଲେଜର ସ୍କାନିଂ ରିପୋର୍ଟ

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହେଲା ପରିଚାଳନା କମିଟି ବୈଠକ। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେଉଛି। ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ନିର୍ମାଣ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ, ରଘୁନନ୍ଦନ ଲାଇବ୍ରରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ। ତେବେ ରତ୍ନଭଣ୍ଡାରର ବାହାରପଟ ଲେଜର ସ୍କାନିଂର ରିପୋର୍ଟ ଏ ଏସ୍ ଆଇ ତରଫରୁ ଉପସ୍ଥାପିତ କରାଯାଇଛି। ଏଥିସହ ରତ୍ନଭଣ୍ଡାର ମରାମତି ସମ୍ପର୍କରେ ଆଲୋଚନା କରାଯିବ। ଶ୍ରୀମନ୍ଦିରର ଆଲୋକୀକରଣ ଓ ପ୍ରମୋଦ ଉଦ୍ୟାନର ବିକାଶ ଉପରେ ମଧ୍ୟ।ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ଏହା ସହ ପରିଚାଳନା କମିଟିର ଅଧ୍ୟକ୍ଷଙ୍କ ମତ ଅନୁସାରେ ଅନ୍ୟାନ୍ୟ ବିଷୟ ଉପରେ ମଧ୍ୟ ଆଲୋକପାତ କରାଯାଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Video Thumbnail
Advertisement
Read More