Videos

Sambalpur News: ସୋମବାର ଦିନ ଭୁବନେଶ୍ୱର ରେ ପ୍ରଦର୍ଶନ ହେବ ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସର

ମାର୍ଚ୍ଚ ୧୮ ତାରିଖ ରେ ଜ଼ୀ ଓଡିଶା ନିୟୁଜ ର ଦୃଷ୍ଟିବାଧିତ ଙ୍କ ଉପରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ପ୍ରସାରଣ ହୋଇ ଥିବା କାର୍ଯ୍ୟକ୍ରମ କୁ ସ୍ୱୀକୃତି ଦେଲେ ଓଡିଶା ସରକାର |ସୋମବାର ଦିନ ଭୁବନେଶ୍ୱର ରେ ପ୍ରଦର୍ଶନ ହେବ ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସର | ଭୁବନେଶ୍ୱର ର ଭିନ୍ନକ୍ଷମ ସାମାଜିକ ସୁରକ୍ଷା ର ପ୍ରମୁଖ ସଚିବ ବିଷ୍ନୁପଦ ସେଠୀ ଏକ ଚିଠି ମାଧ୍ୟମ ରେ ଆଶିଷ ମାହାନା ଙ୍କୁ ତାଙ୍କର ଡିଭାଇସ ପ୍ରଦର୍ଶନ କରିବା ପାଇଁ ଆମନ୍ତ୍ରଣ କରିଛନ୍ତି | ସୋମବାର ଦିନ ଭୁବନେଶ୍ୱର ଠାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ଏହି ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରିବେ ସମ୍ବଲପୁର ରଂପେଲା ଗାଁ ର ଯୁବ ବୈଜ୍ଞାନିକ ଆଶିଷ କୁମାର ମାହାନା | ସେ ସମ୍ବଲପୁର ରୁ ରବିବାର ରାତି ରେ ବାହାରି ସୋମବାର ଦିନ ଏହି ପ୍ରକଳ୍ପ ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି | ତାଙ୍କ ସହିତ ସମ୍ବଲପୁର ରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସହ ଭିନ୍ନକ୍ଷମ ଅଧିକାରୀ ମଧ୍ୟ ଭୁବନେଶ୍ୱର ଗସ୍ତ କରୁଛନ୍ତି |ସୂଚନା ଥାଉ କି ମାର୍ଚ୍ଚ ୧୮ ତାରିଖ ରେ ପ୍ରଥମେ ଆମ ଚାନେଲ ଜୀ ଓଡିଶା ନିୟୁଜ ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଥିଲା |

Video Thumbnail
Advertisement
Read More